ବରଗଡ: ଗାଇସିଲେଟ ବ୍ଲକରେ ରାଜେନ୍ଦ୍ର ମେହେରଙ୍କୁ ଛୁରା ମାଡ଼ ଘଟଣା । ତେବେ ସାମାନ୍ୟ ବଚଶାରୁ ଗାଇସିଲେଟ ଅଞ୍ଚଳର ଦୁଇ ଯୁବକ ରାଜେନ୍ଦ୍ରଙ୍କୁ ଛୁରୀ ମାରିଥିଲେ । ରାଜେନ୍ଦ୍ର ବୁର୍ଲାରେ ଚିକିତ୍ସିତ ହେଉଥିବା ବେଳେ ଗାଇସିଲେଟ ଥାନାରେ ଏନେଇ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ହେଲେ ଗଇସିଲେଟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ବରଗଡ ଆରକ୍ଷୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ପରିବାର ଲୋକେ ।
ଯଦି ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରା ନ ଯାଏ, ତେବେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ