ବରଗଡ: ଜିଲ୍ଲା ଦେଇ ପ୍ରତିଦିନ ହେଉଥିବା ଗୋରୁଚାଲାଣ ଏବଂ ଗୋହତ୍ୟାକୁ ସମ୍ପୂର୍ଣ ବନ୍ଦ କରାଯାଉ । ଏନେଇ ବରଗଡ ବଜରଙ୍ଗ ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |
ଜିଲ୍ଲା ପ୍ରଶାସନ ବଜରଙ୍ଗ ଦଳର ଏହି ଦାବିକୁ ହାଲୁକା ଭାବରେ ନେଉଛି । ତେବେ ଗୋଚଲାଣ ବନ୍ଦ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବଜରଙ୍ଗ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ