ETV Bharat / state

ଋଣ ପରିଶୋଧରେ ବିଳମ୍ବ ହେବାରୁ ମହିଳାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

author img

By

Published : May 28, 2023, 8:31 PM IST

ଋଣ ଅର୍ଥ ଦେବାରେ ବିଳମ୍ବ ହେବାରୁ ଫାଇନାନ୍ସ କର୍ମଚାରୀ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ । ବରଗଡ଼ ଟାଉନ ଥାନାରେ ଏତଲା ଦେଲେ ମହିଳା। ଅଧିକ ପଢ଼ନ୍ତୁ

ଋଣ ଅର୍ଥ ଦେବାରେ ବିଳମ୍ବ ହେବାରୁ ଫାଇନାନ୍ସ କର୍ମଚାରୀ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ

ବରଗଡ଼: ଜିଲ୍ଲାରେ ବଢିଚାଲିଛି ଫାଇନାନ୍ସ କମ୍ପାନୀର ଦାଦାଗିରି । ଋଣ ଟଙ୍କା ପୈଠ କରିବାରେ ବିଳମ୍ବ ହେବାରୁ ଜଣେ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାଡ ମାରିଥିବା ଅଭିଯୋଗ । ବରଗଡ଼ ଟାଉନ ଥାନାରେ ସୂର୍ଯ୍ୟଦୟା ଫାଇନାନ୍ସ କମ୍ପାନୀର କର୍ମଚାରୀ ସୁଶାନ୍ତ ପଣ୍ଡାଙ୍କ ବିରୋଧରେ ଲିଖିତ ଆଭିଯୋଗ ଦେଲେ ମହିଳା । ତେବେ ଏପରି ଘଟଣା ଘଟିଛି ବରଗଡ଼ ସହର ଉପକଣ୍ଠ ଡାଙ୍ଗ ନଦୀପଡାରେ ।

ସୂଚନା ମୁତାବକ ବରଗଡ଼ ସହର ଉପକଣ୍ଠ ଡାଙ୍ଗ ନଦୀପଡାରେ ବସବାସ କରୁଥିବା କେତେ ଜଣ ମହିଳା ସୂର୍ଯ୍ୟଦୟା ଫାଇନାନ୍ସ କମ୍ପାନୀରୁ ଋଣ ନେଇଥିଲେ । ଋଣ ଟଙ୍କା ମାସକୁ ୨୭ସହ ଟଙ୍କା ଲେଖାଏଁ ପରିଶୋଧ କରନ୍ତି । ଋଣ ଟଙ୍କା ସଂଗ୍ରହ କରିବାକୁ ଯାଇଥିବା ସୂର୍ଯ୍ୟଦୟା ଫାଇନାନ୍ସ କମ୍ପାନୀର କର୍ମଚାରୀ ସୁଶାନ୍ତ ପଣ୍ଡା ନଦୀପଡ଼ାକୁ ଯାଇଥିଲେ । ବନିତା ମାଝି ଟଙ୍କା ଦେବାରେ ବିଳମ୍ବ କରିଥିଲେ । ଗତ ୧୫ଦିନ ବ୍ୟବଧାନରେ ଉଭୟ ମାଁ ଓ ଶାଶୁଙ୍କ ମୃତ୍ୟୁବରଣ ହୋଇଥିବାରୁ ବନିତା ଚଳିତ ମାସ ଟଙ୍କା ଯୋଗାଡ଼ କରିପାରି ନାହାନ୍ତି ବୋଲି କହିଥିଲେ ।

କିନ୍ତୁ ଫାଇନାନ୍ସ କର୍ମଚାରୀ ଟଙ୍କା ଦେବାକୁ ବାଧ୍ୟ କରିଥିବାରୁ ସେ ଅନ୍ୟତ୍ର ଋଣ ଆଣି ଟଙ୍କା ପରିଷଧ କରିଥିଲେ । ମାତ୍ର ଟଙ୍କା ଦେବାରେ ଅଧଘଣ୍ଟା ବିଳମ୍ବ ହେବାରୁ ଫାଇନ ଆକାରରେ ୬ଶହ ଟଙ୍କା ନେଇଥିଲେ । ମାତ୍ର ଫାଇନ ଦେଇଥିବା ୬ଶହ ଟଙ୍କା ବାବଦକୁ ସଦସ୍ୟା ବନିତା ମାଝୀ ରସିଦ ମାଗିବାରୁ ସେ ରସିଦ ଦେବାକୁ ମନା କରିଥିଲେ । ତେବେ ଟଙ୍କା ଦେଇ ରସିଦ ନପାଇବାରୁ ବଳକା ଋଣରୁ ୬ସହ ଟଙ୍କା କାଟିବାକୁ ବନିତା ମାଝୀ କହିଥିଲେ । ଏତିକିରେ ଫାଇନାନ୍ସ କର୍ମଚାରୀ ସୁଶାନ୍ତ ପଣ୍ଡା ଉତକ୍ଷିପ୍ତ ହୋଇ ଋଣ ନେଇଥିବା ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବାସହ ତାଙ୍କୁ ମାଡ଼ ମାରିଥିଲେ । ତେବେ ଥାନାରେ ଘଟଣା ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ସୁଶାନ୍ତ ପଣ୍ଡା ଫେରାର୍‌ ଥିବା ବେଳେ ପୋଲିସ ତାଙ୍କୁ ଖୋଜିବା ସହ ଫାଇନାନ୍ସ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ପୋଲିସ ସୂଚନା ଦେଇଛି ।

ଏପରି ଅସଭ୍ୟ ବ୍ୟବହାରରେ ଡାଙ୍ଗ ନଦୀପଡା ବାସିନ୍ଦା ଅସନ୍ତୋଷ ପ୍ରକାଶ କରି ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ରାଜ୍ୟ ସରକାର ମହିଳାଙ୍କୁ ଶସକ୍ତ କରିବା ନେଇ ଅନେକ ଯୋଜନା ତିଆରି କରୁଛନ୍ତି । କିନ୍ତୁ ଫାଇନାନ୍ସ କର୍ମଚାରୀଙ୍କ ମହିଳା ପ୍ରତି ଏ କି ସମ୍ମାନ ?? ବ୍ୟାପକ ସୁଧରେ ନେଇ ଏପରି ଘରୋଇ ଫାଇନାନ୍ସ କମ୍ପାନୀମାନେ ଋଣ ପ୍ରଦାନ କରୁଛନ୍ତି । ପରବର୍ତ୍ତୀ ସମୟରେ ଋଣ ପଇସା ସଂଗ୍ରହ ପାଇଁ କମ୍ପାନୀ ମାନଙ୍କର ଦାଦାଗିରି ଏବଂ ଅତ୍ୟାଚାର ଦିନକୁ ଦିନ ବଢୁଥିରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.