ETV Bharat / state

ଗର୍ଭବତୀ ମହିଳା ଓ ନବଜାତକର ମୃତ୍ୟୁକୁ ନେଇ ବରଗଡ ଡାକ୍ତରଖାନାରେ ଉତ୍ତେଜନା - Death of pregnant woman-baby

ବରଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ ଡାକ୍ତରଖାନା କର୍ତୃପକ୍ଷଙ୍କ ଅବହେଳା କାରଣରୁ ମା’ ଓ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଅଧିକ ପଢନ୍ତୁ...

Death of pregnant woman-baby in Bargarh District General Hospital
ଗର୍ଭବତୀ ମହିଳା-ଛୁଆଙ୍କ ମୃତ୍ୟୁକୁ ନେଇ ବରଗଡ ଡାକ୍ତରଖାନାରେ ଉତ୍ତେଜନା
author img

By

Published : Nov 25, 2020, 7:43 PM IST

ବରଗଡ: ବରଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପ୍ରସବ ସମୟରେ ଡାକ୍ତରଖାନା କର୍ତୃପକ୍ଷଙ୍କ ଅବହେଳା କାରଣରୁ ମା’ ଓ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ତେବେ ପରିବାର ଲୋକେ ଉତ୍ତେଜିତ ହୋଇ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲା ।

ଗର୍ଭବତୀ ମହିଳା-ଛୁଆଙ୍କ ମୃତ୍ୟୁକୁ ନେଇ ବରଗଡ ଡାକ୍ତରଖାନାରେ ଉତ୍ତେଜନା

ସୂଚନା ଅନୁଯାୟୀ, ବରଗଡ ମନାବନ୍ଦ ପଡା 3 ନମ୍ବର ୱାର୍ଡର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକଙ୍କ ପ୍ରସବ ପାଇଁ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ତିନି ମହଲା ପର୍ଯ୍ୟନ୍ତ ଚଲାଇ ଚଲାଇ ନିଆଯାଇଥିଲା ଏବଂ ସେ ପୂର୍ବରୁ ସମ୍ପୁର୍ଣ ସୁସ୍ଥ ଥିବା ଡାକ୍ତର ନିଜେ କହିଥିବା ବେଳେ ଅପରେସନ କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ଉଭୟ ମା ଏବଂ ଛୁଆର ଅପରେସନ ଟେବୁଲରେ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାର ଲୋକେ ଭୁଲ ଇଞ୍ଜେକସନ ଦିଆଯିବା କାରଣରୁ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ତେବେ ଚିକିତ୍ସାରେ ଅବହେଳାକୁ ନେଇ ଥାନାରେ ଡାକ୍ତରଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା କରାଯାଇଛି ।

ଅନ୍ୟପଟେ ଡାକ୍ତରଖାନାରେ ଲାଗିରହିଥିବା ଉତ୍ତେଜନାକୁ ଦେଖି ବ୍ୟାପକ ପୋଲିସ ମୂତୟନ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.