ETV Bharat / state

କାଳ ହେଲା କାଳବୈଶାଖୀ, ନଷ୍ଟ ହେଲା ଧାନ ଓ ପନିପରିବା ଚାଷ - ଚାଷୀଙ୍କ ପାଇଁ କାଳ ସାଜିଲା କାଳବୈଶାଖୀ

ଅଦିନିଆ ବର୍ଷା ସହିତ କୁଆପଥର ମାଡରେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ଅଧିକ ପଢନ୍ତୁ

crop loss in bargarh
crop loss in bargarh
author img

By

Published : Apr 26, 2023, 10:20 PM IST

crop loss in bargarh

ବରଗଡ: ଚାଷୀଙ୍କ ପାଇଁ କାଳ ସାଜିଲା କାଳବୈଶାଖୀ । ଗୋଟିଏ ସପ୍ତାହ ମଧ୍ୟରେ ଦୁଇଦୁଇଥର ଅଦିନିଆ ବର୍ଷା ସହିତ କୁଆପଥର ମାଡରେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚଳିତ ରବି ଫସଲରେ ଭଲ ଧାନ ଫସଲ ହୋଇଥିଲା ଏବଂ ସୁନାର ଫସଲ ଦେଖି ଚାଷୀ ମନରେ ବେଶ ଖୁଶି ଅନୁଭବ କରୁଥିଲା ମାତ୍ର ସବୁ ଫସର ଫାଟିଗଲା । ସବୁକିଛି ଉଜାଡି ଦେଇଛି କାଳବୈଶାଖୀ ।

ଚାଷୀର 6 ମାସର ପରିଶ୍ରମ ବୃଥା ହୋଇଯାଇଛି । ଯେଉଁ ବିଲକୁ ଦେଖିଲେ ସବୁଜ ରଙ୍ଗରେ ଝଲସି ଯାଉଛି ଧାନଗଛ ମାତ୍ର ଧାନ ଗଛରେ ନାହିଁ ଧାନ । ଧାନ କେଣ୍ଡାରୁ ସବୁତକ ଧାନଝଡି ପଡିଛି ତଳେ । କେଉଁ ଚାଷୀ ମୁଣ୍ଡରେ ହାତ ଦେଇ ନିଜ ବିଲରେ ବସିଛି ତ ଆଉ କେଉଁ ଚାଷୀ ନିଜ ବିଲର ଏହି ଅବସ୍ଥା ଦେଖିବା ପରେ ନିରାଶ ହୋଇ ଆଉ ବିଲକୁ ଆସୁନାହି । ଚାଷୀ ଆଣିଥିବା ଋଣ କିପରି ପରିଶୋଧ କରିବ ଏବେ ଚାଷୀକୁ ସେହି ଚିନ୍ତା ଘାରିଥିବା ବେଳେ ଚାଷୀ ମାନଙ୍କ ପାଇଁ ଏବେ ଏକ ମାତ୍ର ସାହା ହୋଇ ରହିଛି ଫସଲ ବୀମାର କ୍ଷତିପୂରଣ ।

ସୂଚନା ଅନୁଯାୟୀ, ଜିଲ୍ଲାରେ ଗତ 22 ତାରିଖ ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା । ଝଡବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିଲା ଯାହାଫଳରେ ଚାଷୀଙ୍କ ଫସଲ ଉଜୁଡି ଯାଇଛି। ବରଗଡ ଜିଲ୍ଲାର ଅତାବିରା , ବରଗଡ଼, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ଏହାର ପ୍ରଭାବ ଅଧିକ ରହିଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଧାନ ଫସଲ ପ୍ରଭାବିତ ହୋଇପଡିଥିଲା । କେଣ୍ଡାରୁ ଧାନ ଝଡି ପଡି ନଷ୍ଟ ହୋଇଯାଇ ଥିବା ବେଳେ ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଥିଲା ।

ସେହିପରି ଦୁଇ ଦିନପରେ ପୁଣି ଗତକାଲି 25 ତାରିଖରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଥିଲା । କୁଆପଥର ମାଡ ସହିତ ବ୍ୟାପକ ବର୍ଷା ପୁଣି ଚାଷୀ ପାଇଁ କାଳ ହୋଇପଡିଛି । ଗତକାଲି ର ଅଦିନିଆ ବର୍ଷା ଓ କୁଆପଥର ମାଡରେ ବିଶେଷ କରି ଭଟଲି ବ୍ଲକର ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଭଟଲି ବ୍ଲକର ନୂଆପାଳି , ଛଡେଇ ଗାଁ , ଭୁଲିଆ ଡ଼ିହି , ଅନ୍ତପାଳୀ , କର୍ଳା ଜୁରୀ , କମଗାଁ ଆଦି ଅଞ୍ଚଳରେ ବ୍ୟାପକ କୁଆପଥର ମାଡ ହୋଇଥିବା ବେଳେ ଧାନ ଗଛରେ ଆଦୌ ଧାନ ନାହିଁ । ଚଳିତ ରବି ଋତୁରେ ଗୋଟେ ଏକରରେ 40 ବସ୍ତା ଧାନ ଅମଳ ହେବାର ଆଶା କରିଥିବା ଚାଷୀ ଏବେ ଦୁଇ ବସ୍ତା ଧାନ ମଧ୍ୟ ସଂଗ୍ରହ ହେବାର ଆଶା ରଖିନାହିଁ ।

ସେହିପରି କିଛି ଦିନ ତଳେ ଅଜଣା ରୋଗ ପୋକ କାରଣରୁ ଧାନ ଫସଲରେ ବହୁ ଖର୍ଚ୍ଚ କରି ଫସଲ ବଞ୍ଚାଇବାରେ ସଫଳ ହୋଇଥିଲା ଚାଷୀ। ମାତ୍ର ବର୍ତ୍ତମାନ କାଳବୈଶାଖୀ ସମସ୍ତ ଫସଲ ଉଜାଡି ଦେଇ ଚାଷୀ ପାଇଁ କାଳ ହୋଇପଡିଛି । କେବଳ ଯେ ଧାନ ଚାଷୀଙ୍କ କଥା ନୁହେଁ ପନିପରିବା ଚାଷୀ ମାନଙ୍କର ଫସଲ ମଧ୍ୟ ବହୁ ମାତ୍ରାରେ କ୍ଷତି ହୋଇଛି | ପୋଟଳ , ଟମାଟୋ , ବାଇଗଣ , ଭେଣ୍ଡି , ଆଦି ବହୁ ପନିପରିବା କୁଆପଥର ମାଡରେ ନଷ୍ଟ ହୋଇପଡିଛି | ତେବେ ଅନେକ ଚାଷୀ ଫସଲବୀମା କରିଥିବା ବେଳେ ଅଧିକାଂଶ ଚାଷୀ ଫସଲବୀମା କରିନାହାନ୍ତି | ତେବେ ବୀମାକରିଥିବା ଚାଷୀ ମାନେ ମଧ୍ୟ କ୍ଷତିପୂରଣ ପାଇବେ ନାଁ ନାହି ସେନେଇ ସନ୍ଦେହରେ ରହିଥିବା ବେଳେ ଫସଲବୀମା କରିନଥିବା ବହୁ ଚାଷୀ ଆଜି ଜିଲ୍ଲାପାଳ ଅଫିସକୁ ଆସି ସହାୟତା ପାଇଁ ଦାବି କରିଛନ୍ତି | ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷେତ୍ର ପ୍ରଦର୍ଶନ କରାଯାଇ କ୍ଷୟକ୍ଷତି ର ଆକଳନ କରାଯାଉଥିବା ବେଳେ ଚାଷୀଙ୍କ ବର୍ତ୍ତମାନର ସାଂଘାତିକ ସ୍ଥିତିରେ ବରଗଡ ଜିଲ୍ଲା ପ୍ରଶାସନ ବରଗଡର ଚାଷୀଙ୍କୁ କିପରି ଉଦ୍ଧାର କରୁଛି ତାହା ଦେଖିବାକୁ ବାକି ରହିଲା |

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.