ETV Bharat / state

ବରପାଲି ପୋଲିସର ଚଢ଼ାଉ: ଲକ୍ଷାଧିକ ଟଙ୍କାର ବାଣ ଜବତ

author img

By

Published : Nov 11, 2020, 10:59 PM IST

ବରପାଲି ପୋଲିସ ଦ୍ବାରା ବିପୁଳ ପରିମାଣର ବାଣ ଜବତ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

crackers-seized-in-baragarh
ବରପାଲି ପୋଲିସର ଚଢ଼ାଉ: ଲକ୍ଷାଧିକ ଟଙ୍କାର ବାଣ ଜବତ

ବରଗଡ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଚଳିତ ବର୍ଷ ଦୀପାବଳିରେ ରାଜ୍ୟ ସରକାର ବାଣ ବିକ୍ରି ତଥା ବାଣ ଫୋଟାଇବା ଉପରେ କଟକଣା ଜାରି କରିଛନ୍ତି । କିନ୍ତୁ ରାଜ୍ୟରେ ବେଆଇନ ବାଣ ବିକ୍ରି ଖବର ସାମ୍ନାକୁ ଆସୁଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ବରଗଡ ଜିଲ୍ଲା ବରପାଲିରୁ, ବେଆଇନ ଭାବରେ ବିକ୍ରି କରାଯାଉଥିବା ବାଣ ଫୋଟକା ଗୋଦାମରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି |

ବରପାଲି ପୋଲିସ ଆଇଆଇସି ରୋଜାଲିନ ପଟେଲଙ୍କ ନେତୃତ୍ବରେ ବରପାଲି ଜଗନ୍ନାଥ ନଗର, ନିକଟରେ ଥିବା ଏକ ଗୋଦାମରେ ପୋଲିସ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ତେବେ ରାଜ୍ୟସରାକର ଚଳିତ ବର୍ଷ ଦୀପାବଳିରେ ବାଣବିକ୍ରିକୁ ନିଷିଦ୍ଧ ଘୋଷଣା କରିବା ପରେ ରାଜ୍ୟ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ଜବତ କରିବା ସହ ଉକ୍ତ ବ୍ୟବସାୟୀମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.