ETV Bharat / state

କୋରୋନା ଯୋଦ୍ଧା ଆଶାକର୍ମୀଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କଠାରେ ଦାବିପତ୍ର

author img

By

Published : Oct 5, 2020, 10:25 PM IST

ବରଗଡ ଜିଲ୍ଲାରେ 1400 ଆଶା କର୍ମୀ କୋରୋନା ମହାମାରୀ ସହିତ ଲଢେଇ କରୁଥିବାବେଳେ ଆଶାକର୍ମୀମାନଙ୍କୁ ସୁରକ୍ଷା କିଟ ବା ଅନ୍ୟାନ୍ୟ ସରଞ୍ଜାମ ଯୋଗେଇ ଦିଆଯାଉନଥିବା ଅଭିଯୋଗ ଆସିଛି । ଏନେଇ 3 ଦଫା ଦାବି ନେଇ ଜିଲ୍ଲାପାଳଙ୍କଠାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଯୋଦ୍ଧା ଆଶାକର୍ମୀଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କଠାରେ ଦାବିପତ୍ର
କୋରୋନା ଯୋଦ୍ଧା ଆଶାକର୍ମୀଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କଠାରେ ଦାବିପତ୍ର

ବରଗଡ: ଜିଲ୍ଲାର ସମସ୍ତ ଆଶା କର୍ମୀମାନେ ଜିଲ୍ଲାପାଳଙ୍କ ନିକଟରେ ତାଙ୍କର 13 ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବରଗଡ ଜିଲ୍ଲାରେ 1400 ଆଶା କର୍ମୀ କୋରୋନା ମହାମାରୀ ସହିତ ଲଢେଇ କରୁଥିବାବେଳେ ଆଶାକର୍ମୀମାନଙ୍କୁ ସୁରକ୍ଷା କିଟ ବା ଅନ୍ୟାନ୍ୟ ସରଞ୍ଜାମ ଯୋଗେଇ ଦିଆଯାଉନଥିବା ଅଭିଯୋଗ ହୋଇଛି ।

ମହାମାରୀ ସମୟରେ ଦିନରାତି କୋରୋନା ଯୋଦ୍ଧା ଭାବରେ ଯୁଦ୍ଧ କରୁଥିବା ଆଶାକର୍ମୀମାନଙ୍କୁ କୌଣସି ପ୍ରକାରର ସୁରକ୍ଷା ଦିଆଯାଉନଥିବା ବେଳେ ସେମାନେ ନିଜ ଜୀବନକୁ ବାଜି ଲଗାଇ କୋରୋନା ମହାମାରୀ ସହିତ ମୁକାବିଲା କରୁଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଆଶା ଦିଦିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ତାଙ୍କର ଦରମା ନଥିବାବେଳେ ପାରଶ୍ରମିକ ଅନୁଯାୟୀ ତାଙ୍କୁ ଖୁବ କମ ପାଉଣା ଦିଆଯାଉଥିବା ନେଇ ଅସନ୍ତୋଷ ଦେଖା ଦେଇଛି । ତେବେ ଏନେଇ ବିଭିନ୍ନ ଦାବି ରଖିଛି ଆଶା କର୍ମୀ ସଂଗଠନ । ଏହାର ଶୀଘ୍ର ସମାଧାନ ନିମନ୍ତେ ଆଜି ଦାବିପତ୍ର ପ୍ରଦାନ କରାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.