ETV Bharat / state

ବରଗଡ ଏସପି ଅଫିସରେ କୋରୋନା, ଲାଗିଲା କଟକଣା

ବରଗଡ ଏସପିଙ୍କୁ କୌଣସି ଅଭିଯୋଗ କରିବାକୁ ହେଲେ କିମ୍ବା ଜରୁରୀକାଳିନ ସୂଚନା ପାଇଁ ଦିନ 12 ଟାରୁ ଅପରାହ୍ନ 2.00 ଟା ସମୟ ମଧ୍ୟରେ ଫୋନରେ ଯୋଗାଯୋଗ କରିବାକୁ କୁହାଯାଇଛି ।

covid positive in Baragagh SP office, guideline for people
ବରଗଡ ଏସପି ଅଫିସରେ କୋରୋନା, ଲାଗିଲା କଟକଣା
author img

By

Published : Sep 12, 2020, 10:53 PM IST

ବରଗଡ: ଜିଲ୍ଲାରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବାଦ ପଡୁନି । ବରଗଡ ପୋଲିସର ଏକାଧିକ କର୍ମଚାରୀ ସଂକ୍ରମିତ ହୋଇ ଥିବାବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି ।

ଏପରି ପରିସ୍ଥିତିରେ ବରଗଡ ଏସପି ଅଫିସ ମୁଖ୍ୟ ଫାଟକକୁ ବନ୍ଦ ରଖାଯାଇଛି । ସର୍ବସାଧାରଣଙ୍କ ବହୁ ସଂଖ୍ୟାରେ ଅବାଧ ପ୍ରବେଶକୁ ବାରଣ କରାଯାଇଛି ।

ବରଗଡ ଏସପି ଅଫିସରେ କୋରୋନା, ଲାଗିଲା କଟକଣା

ବରଗଡ ଏସପିଙ୍କୁ କୌଣସି ଅଭିଯୋଗ କରିବାକୁ ହେଲେ କିମ୍ବା ଜରୁରୀକାଳିନ ସୂଚନା ପାଇଁ ଦିନ 12 ଟାରୁ ଅପରାହ୍ନ 2.00 ଟା ସମୟ ମଧ୍ୟରେ ଫୋନରେ ଯୋଗାଯୋଗ କରିବାକୁ କୁହାଯାଇଛି । ଅତି ଜରୁରୀ ପରିସ୍ଥିତିରେ ଏସପିଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ ପାଇଁ ଅପରାହ୍ନ 1.00 ଟାରୁ 2.00ଟା ମାତ୍ର ଗୋଟେ ଘଣ୍ଟା ସମୟ ସୀମା ରଖାଯାଇଛି । କୋରୋନା ସଂକ୍ରମଣ ଲାଗିରହିଥିବା ଯୋଗୁଁ, ସୁରକ୍ଷା ଦୃଷ୍ଟିରୁ ଏପରି ନିୟମ କରାଯାଇଥିବା ସୂଚନା ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.