ETV Bharat / state

ଦୁର୍ନୀତିରେ ବୁଡିଛନ୍ତି ସିଡିପିଓ, ଆନ୍ଦୋଳନରେ ଅଙ୍ଗନବାଡି କର୍ମୀ - ସିଡ଼ିପିଓଙ୍କ ଦୁର୍ନୀତି

ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଟଙ୍କା, ଶାଢ଼ୀ ଓ ସୁନା ଗହଣା ଆଦାୟ କରୁଥିଲେ ସିଡିପିଓ । ଦୀର୍ଘ 2 ବର୍ଷ ଧରି ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ । ଅଧିକ ଖବର ପଢନ୍ତୁ...

corruption-allegation
ସିଡ଼ିପିଓଙ୍କ ଦୁର୍ନୀତି ପେଡି,ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ
author img

By

Published : Dec 27, 2019, 8:59 PM IST

ବରଗଡ: ସିଡ଼ିପିଓଙ୍କ ଦୁର୍ନୀତି ବିରୋଧର ଆନ୍ଦୋଳନକୁ ଓହ୍ଲାଇଛନ୍ତି ବରଗଡ଼ ଜିଲ୍ଲାର ଅଙ୍ଗନବାଡ଼ି ଓ ଆଶାକର୍ମୀ। କର୍ମୀ ଓ ସହାୟିକା ମାନେ ବିଜେପୁର ସିଡିପିଓ ଅଫିସ ଘେରାଓ କରି ସିଡିପିଓଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ଦାବି କରି ଅଫିସ ଆଗରେ ଧାରଣା ଦେଇଥିଲେ।

ସିଡ଼ିପିଓଙ୍କ ଦୁର୍ନୀତି ପେଡି,ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ

ଅଭିଯୋଗକାରୀଙ୍କ କହିବା ଅନୁସାରେ, ଦୀର୍ଘ ଦୁଇ ବର୍ଷ ହେବ ସିଡିପିଓ ଚନ୍ଦ୍ରା ସାହୁ ଆଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କଠୁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଟଙ୍କା , ଶାଢ଼ୀ ଓ ସୁନା ଗହଣା ଆଦାୟ କରୁଥିଲେ। ଯେଉଁ କର୍ମୀ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଜିଲ୍ଲାପାଳ ଓ ବରଗଡ ଡ଼ିଏସଡବ୍ଲୁଙ୍କୁ କହି ଚାକିରିରୁ ବହିଷ୍କାର କରିବା ଭଳି ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଅଙ୍ଗନବାଡି କର୍ମୀ ମାନଙ୍କ ଠାରୁ ବାରମ୍ବାର ଏପରି ମୋଟା ଅଙ୍କ, ଶାଢ଼ୀ ଓ ସୁନାଗହଣା ଆଦି ଆଦାୟ କରିବା ଘଟଣାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଅତିଷ୍ଠ ହୋଇପଡିଥିଲେ। ଏନେଇ ଆଜି ବିଜେପୁର ଠାରେ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରି ସିଡିପିଓଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳ ବରଗଡ, ଉପ ଜିଲ୍ଲାପାଳ ପଦ୍ମପୁର ଏବଂ ବିଡ଼ିଓ ବିଜେପୁରକୁ ଲିଖିତ ଭାବରେ ଜଣାଇଛନ୍ତି।

ସିଡିପିଓ ଚନ୍ଦ୍ରା ସାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ହେଉଥିବା ଜାଣି ଅଫିସକୁ ସିଡ଼ିପିଓ ଚନ୍ଦ୍ରା ସାହୁ ଆସିନଥିଲେ ଏବଂ ରାଜନୈତିକ ଚାପ ପକାଇ ଏହି ଆନ୍ଦୋଳନକୁ ଭଣ୍ଡୁରୁ କରିବା ପାଇଁ ଇଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନହେବ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବାନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ସିଡ଼ିପିଓ ଙ୍କ ଦୁର୍ନୀତି ବିରୋଧର ଆନ୍ଦୋଳନ କୁ ଓହ୍ଲାଇଲେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବହୁ ଆଙ୍ଗନବାଡ଼ି ଓ ଆଶାକର୍ମୀ ।
ବରଗଡ ଜିଲ୍ଲା ବିଜେପୁର ସିଡିପିଓ ଚନ୍ଦ୍ରା ସାହୁ ଙ୍କ ନାମରେ ଦୁର୍ନୀତି ଅଭିଯୋଗରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ବିଜେପୁର ସିଡିପିଓ ଅଫିସ ଘେରାଓ କରି ସିଡିପିଓ ଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ ବୋଲି ଅଫିସ ଆଗରେ ଧାରଣା ବସିଥିଲେ ।

Body:ଅଭିଯୋଗ କାରୀଙ୍କ ଅନୁସାରେ ଦୀର୍ଘ ଦୁଇ ବର୍ଷ ହେବ ସିଡିପିଓ ଚନ୍ଦ୍ରା ସାହୁ ଆଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ଠୁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଟଙ୍କା , ଶାଢ଼ୀ ଓ ସୁନା ଗହଣା ଆଦାୟ କରୁଥିବା ବେଳେ ଯେଉଁ କର୍ମୀ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଜିଲ୍ଲାପାଳ ଓ ବରଗଡ ଡ଼ିଏସଡବ୍ଲୁଙ୍କୁ କହି ଚାକିରିରୁ ବହିଷ୍କାର କରିବା ଭଳିଆ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଅଙ୍ଗନବାଡି କର୍ମୀ ମାନଙ୍କ ଠାରୁ ବାରମ୍ବାର ଏପରି ମୋଟା ଅଙ୍କ, ଶାଢ଼ୀ ଓ ସୁନାଗହଣା ଆଦି ଆଦାୟ କରିବା ଘଟଣାରେ ଅଙ୍ଗନୟାବଡ଼ି କର୍ମୀ ଓ ସହାୟିକା ମାନେ ଅତିଷ୍ଠ ହୋଇ ଆଜି ବିଜେପୁର ଠାରେ ଏକ ବିରାଟ ରେଲିରେ ବାହାରି ସହର ପରିକ୍ରମା କରି ସିଡିପିଓଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳ ବରଗଡ, ଉପ ଜିଲ୍ଲାପାଳ ପଦ୍ମପୁର ଏବଂ ବିଡ଼ିଓ ବିଜେପୁରକୁ ଲିଖିତ ଭାବରେ ଜଣାଇଥିଲେ ।

ସିଡିପିଓ ଚନ୍ଦ୍ରା ସାହୁ ଙ୍କ ବିରୋଧରେ ଆଜି ବିରୋଧ ପ୍ରଦର୍ଶନ ହେଉଥିବା ଜାଣି ଅଫିସ କୁ ସିଡ଼ିପିଓ ଚନ୍ଦ୍ରା ସାହୁ ଆସିନଥିଲେ ଏବଂ ରାଜନୈତିକ ଚାପ ପକାଇ ଏହି ଆନ୍ଦୋଳନକୁ ଭଣ୍ଡୁରୁ କରିବା ପାଇଁ ଇଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ତେବେ ଯେତେ ଦିନ ପର୍ଯନ୍ତ ଦାବି ପୂରଣ ନ ହେବ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ କହିଥିଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.