ETV Bharat / state

Padmapur By Poll: କଂଗ୍ରେସ ନେତାଙ୍କ ଜୋରଦାର ପ୍ରଚାର - କଂଗ୍ରେସ ନେତାଙ୍କ ଯୋରଦାର ପ୍ରଚାର

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ବିଜେଡି ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର ଚାଲିଥିବା ବେଳେ କଂଗ୍ରେସ ପଛରେ ପଡିଯାଇଥିଲା । କିନ୍ତୁ ଆଜି କଂଗ୍ରେସ ପକ୍ଷରୁ ହେଭିୱେଟ ନେତାଙ୍କ ପ୍ରଚାର ଦେଖିବାକୁ ମିଳିଥିଲା ପଦ୍ମପୁରରେ । ଅଧିକ ପଢନ୍ତୁ

Padmapur By Poll: କଂଗ୍ରେସ ନେତାଙ୍କ ଯୋରଦାର ପ୍ରଚାର

author img

By

Published : Nov 29, 2022, 10:40 PM IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ବିଜେଡି ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର ଚାଲିଥିବା ବେଳେ କଂଗ୍ରେସ ପଛରେ ପଡିଯାଇଥିଲା । କିନ୍ତୁ ଆଜି କଂଗ୍ରେସ ପକ୍ଷରୁ ହେଭିୱେଟ ନେତାଙ୍କ ପ୍ରଚାର ଦେଖିବାକୁ ମିଳିଥିଲା ପଦ୍ମପୁରରେ ।

Padmapur By Poll: କଂଗ୍ରେସ ନେତାଙ୍କ ଯୋରଦାର ପ୍ରଚାର

କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ପାଇଁ ଓଡିଶା ପ୍ରଭାରୀ ସାଂସଦ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ , ବିଧାୟକ ସୁର ରାଉତରାୟ ଏବଂ ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥି ସତ୍ୟ ଭୂଷଣ ସାହୁ ପ୍ରମୁଖ ନେତୃବୃନ୍ଦ ଆଜି ପାଇକମାଳର ନୃସିଂହ ନାଥ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ ଓ ସେଠାରୁ ଏକ ବିଶାଳ ବାଇକ ରେଲିରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ନୃସିହଂନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ନୃସିହଂନାଥ ମନ୍ଦିର ପାଖରୁ ବାହାରି ପାଇକମାଳ ଦେଇ ଅମଥି, ଝାରବନ୍ଧ , ଡୁଙ୍ଗୁରିପାଲି, ଗଉଡ଼ମାଲ,ଜଗଦଲପୁର ଦେଇ ପଦ୍ମପୁର ପହଞ୍ଚିଥିଲା । ବିଭିନ୍ନ ସ୍ଥାନରେ ସଭା ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ କରି କଂଗ୍ରେସ ନେତା ମାନେ ସତ୍ୟଭୂଷଣ ସାହୁଙ୍କୁ ଭୋଟ ଦେଇ ଆଗାମୀ ଉପ ନିର୍ବାଚନରେ ବିଜୟୀ କରିବାକୁ ଅନୁରୋଧ କରିଥିଲେ । ଉଭୟ ବିଜେପି ଓ ବିଜେଡି ଦଳ ପଦ୍ମପୁର ବାସୀଙ୍କୁ ବିକାଶ ପରିବର୍ତ୍ତେ ଦାଦନ , ଚାଷୀ ସମସ୍ୟା , ବେକାରି ସମସ୍ୟା ଆଦି ଛଡା ଆଉ କିଛି ଦେଇନାହାନ୍ତି । ତେଣୁ ଅଞ୍ଚଳର ବିକାଶ ପାଇଁ ସତ୍ୟଭୂଷଣ ସାହୁଙ୍କୁ ବିଜୟୀ କରି ବାକୁ ଆଗାମୀ 5 ତାରିଖରେ ହାତ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଥିଲେ ।

ଆଜିର ଏହି ଶୋଭାଯାତ୍ରାରେ ଓଡିଶା ପ୍ରଭାରୀ ଡ଼ ଚେଲ୍ଲା କୁମାର, ପିସିସି ସଭାପତି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନଶ ଚୌଧୁରୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବାଙ୍କନିଧି ବେହେରା, ନିପନ ଦାଶ, ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.