ETV Bharat / state

ବିଜେପୁର ଉପନିର୍ବାଚନ: ତିନି ଦଳ ପକ୍ଷରୁ ପ୍ରଚାର ଜୋରଦାର - ବିଜେପୁରରେ କଂଗ୍ରେସର ପ୍ରଚାର

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ଚାଲିଛି ଯୋରଦାର ପ୍ରଚାର । ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ଭୋଟ ପ୍ରଚାର ପାଇଁ ଲାଗିପଡିଛନ୍ତି କଂଗ୍ରେସ ଦଳର ବଡବଡ ନେତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 19, 2019, 4:58 AM IST

ବରଗଡ:ବିଜେପୁର ଉପନିର୍ବାଚନର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ବିଜେପୁର ଗସ୍ତ ଶୁକ୍ରବାର ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୪୩ ଗୋଟି ଗ୍ରାମରେ ରୋଡ଼ ସୋ କରିଥିବା ବେଳେ ନିର୍ବାଚନ ଦାୟିତ୍ବରେ ଥିବା ବହୁ ନେତା ଏବେ ବିଜେଡ଼ିର ବିଜୟ ନିଶ୍ଚିତ ବୋଲି ଆଶା ରଖୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସେହିପରି ବିଜେପି ଦଳର ପ୍ରାର୍ଥୀ ସନଥ ଗଡତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ଯାକ ବ୍ଲକରେ ଦଳର ପ୍ରଚାର କରିଥିଲେ। ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳର ପ୍ରଚାର ଜାରି ରଖିଥିଲେ । ସେପଟେ ଶୁକ୍ରବାର ବିଜେପି ଦଳର ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏବଂ ବରପାଳି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ଼ ସୋ ସହିତ ସାଧାରଣ ସଭା କରିଥିଲେ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

ଅନ୍ୟପକ୍ଷେ ନିର୍ବାଚନକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ପ୍ରଚାର ପ୍ରସାରରେ ବହୁ ପଛରେ ରହିଯାଇଥିବା କଂଗ୍ରେସ ଦଳ ମଧ୍ୟ ତାର ଅସଲ ରୂପ ଦେଖାଇଦେଇଛି । ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ, ନରସିଂହ ମିଶ୍ର , ତାରାପ୍ରସାଦ ବାହିନୀପତୀ, ସନ୍ତୋଷ ସିଂ ସାଲୁଜାଙ୍କ ସହିତ ପ୍ରଦୀପ ଦେବତା, ପ୍ରକାଶ ଦେବତା ଓ ନିପନ ଦାସ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ଭୋଟ ପ୍ରଚାର ପାଇଁ ଲାଗିପଡିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡ଼ି ର ତୁଙ୍ଗ ନେତା ମାନେ ପ୍ରଚାର ପ୍ରସାରରେ ଲାଗିଥିବା ବେଲେ କଂଗ୍ରେସ ଦଳ ମଧ୍ୟ ତାର ପ୍ରାର୍ଥୀ ଦିଲ୍ଲୀପି ପଣ୍ଡାଙ୍କ ପ୍ରଚାରରେ ଲାଗିପଡିଛନ୍ତି ।

Body:ନିର୍ବାଚନକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ପ୍ରଚାର ପ୍ରସାରରେ ବହୁ ପଛରେ ରହିଯାଇଥିବା କଂଗ୍ରେସ ଦଳ ମଧ୍ୟ ତାର ଅସଲ ରୂପ ଦେଖାଇଦେଇଛି । ନିରଞ୍ଜନ ପଟ୍ଟନାୟକ , ସୁର ରାଉତରାୟ, ନରସିଂହ ମିଶ୍ର , ତାରାପ୍ରସାଦ ବାହିନୀପତୀ, ସନ୍ତୋଷ ସିଂ ସାଲୁଜା ଙ୍କ ସହିତ ପ୍ରଦୀପ ଦେବତା , ପ୍ରକାଶ ଦେବତା ଓ ନିପନ ଦାସ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପି ପଣ୍ଡାଙ୍କ ଭୋଟ ପ୍ରଚାର ପାଇଁ ଲାଗିପଡିଛନ୍ତି।

ତେବେ ବିଜେପୁର ଉପନିର୍ବାଚ ପାଇଁ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ଦଳର ପ୍ରାର୍ଥୀ ଭଲ ଓ ଲଡୁଆ ପ୍ରାର୍ଥୀ ବୋଲି ଆଲୋଚନା କରାଯାଉଥିବା ରୁ କଂଗ୍ରେସ ନିଶ୍ଚୟ ବିଜେପୁର ବାସୀ ବିଜୟୀ କରିବେ ବୋଲି ଆଶା କରନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ।
ବାଇଟ ୧- ଦିଲ୍ଲୀପ ପଣ୍ଡା ( ପ୍ରାର୍ଥୀ )
ବାଇଟ ୨- ନରସିଂହ ମିଶ୍ର ( ବିରୋଧୀ ଦଳର ନେତା, କଂଗ୍ରେସ )
ବାଇଟ୩- ନିରଞ୍ଜନ ପଟ୍ଟନାୟକ ( ପିସିସି ସଭାପତି )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.