ETV Bharat / state

ଫ୍ରିଜ ଭିତରୁ ନାଗ ସାପ ଉଦ୍ଧାର

author img

By

Published : Nov 10, 2022, 11:07 PM IST

ବରଗଡ଼ ସଦର ଥାନାର ଫ୍ରିଜ୍ ଭିତରେ ନାଗ ସାପ । ସାପକୁ ଉଦ୍ଧାର କଲା ବରଗଡ଼ ସ୍ନେକ ହେଲ୍ପ ଲାଇନ । ଅଧିକ ପଢ଼ନ୍ତୁ

ଫ୍ରିଜ ଭିତରୁ ନାଗ ସାପ ଉଦ୍ଧାର
ଫ୍ରିଜ ଭିତରୁ ନାଗ ସାପ ଉଦ୍ଧାର

ବରଗଡ଼ : ବରଗଡ଼ ସଦର ଥାନାର ଫ୍ରିଜ୍ ଭିତରେ ନାଗ ସାପ । ସାପକୁ ଉଦ୍ଧାର କଲା ବରଗଡ଼ ସ୍ନେକ ହେଲ୍ପ ଲାଇନ । ଥାନାରେ ସାପ ଥିବା ଦେଖି ପୋଲିସ କର୍ମଚାରୀ ମାନେ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ବରଗଡ଼ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ କରିଥିଲେ । ତେବେ ସାଙ୍ଗେ ସାଙ୍ଗେ ସଦର ଥାନାକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ଥାନା ଭିତରୁ ଉକ୍ତ ସାପକୁ ଉଦ୍ଧାର କରିଥିଲେ । ଏହାପରେ ନାଗ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

ଫ୍ରିଜ ଭିତରୁ ନାଗ ସାପ ଉଦ୍ଧାର

ସୂଚନାନୁସାରେ ବରଗଡ଼ ସଦର ଥାନାର ଜଣେ ଅଫିସର ଦିନ ପ୍ରାୟ ଦୁଇଟା ବେଳେ ଫ୍ରିଜକୁ ଖୋଲିବା ବେଳେ ତଳେ ଏକ ସାପ ଲାଞ୍ଜକୁ ଦେଖି ଭୟରେ ଫ୍ରିଜକୁ ବନ୍ଦ କରିଦେଇଥିଲେ । ଏନେଇ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ସଦର ଥାନା ଅଧିକାରୀ । ବରଗଡ଼ରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ରମଣ ବାଗ ସଙ୍ଗେ ସଙ୍ଗେ ସଦର ଥାନାରେ ପହଞ୍ଚିଲେ ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ଫ୍ରିଜକୁ ଖୋଲି ଦେଖିବା ବେଳେ ସାପଟି ମିଳିନଥିଲା । ପରେ ଫ୍ରିଜକୁ ଘୁଞ୍ଚାଇଥିଲେ । ସେହି ସମୟରେ ଫ୍ରିଜ ତଳୁ ନାଗ ସାପର ଗର୍ଜନ ଶୁଣା ଯାଇଥିଲା । ଫ୍ରିଜର (compressor) କମ୍ପ୍ରେସରରେ ରହିବା ପାଇଁ ଥିବା ସ୍ଥାନରେ ନାଗ ସାପ ରହି ଗର୍ଜନ କରୁଥିଲା । ରମଣ ଅତ୍ୟନ୍ତ ସତର୍କତାର ସହିତ 4 ଫୁଟ ଲମ୍ବର ନାଗ ସାପକୁ ଫ୍ରିଜ ଭିତରୁ ବାହାରକୁ ଆଣିଥିଲେ । ଏହାପରେ ଥାନାରେ ସ୍ଵାଭାବିକ କାମ ପୁଣି ଆରମ୍ଭ ହୋଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ନାଗ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.