ETV Bharat / state

ଆଉ ଦୁଇ ମାସ ମହଲତ, କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନହେଲେ ତେଜିବ ଆନ୍ଦୋଳନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଜିଲ୍ଲା ଗସ୍ତ କରିଥିବା ବେଳେ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବିଜ୍ଞାନ ଉଦ୍ୟାନକୁ ଉଦଘାଟନ କରିଥିଲେ । ଏହି ଅବସରରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ତେଣେ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରତିଶୃତି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବାକୁ ଧମକ ଦିଆଯାଇଛି ।

cm visit to bargarh, bargarh latest news, cancer hospital in bargarh, ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ କ୍ୟାନ୍ସର ହସ୍ପିଟାଲ
ଆଉ ଦୁଇ ମାସ ମହଲତ, କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନହେଲେ ତେଜିବ ଆନ୍ଦୋଳନ
author img

By

Published : Jan 22, 2020, 2:11 AM IST

ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଜିଲ୍ଲା ଗସ୍ତ କରିଥିବା ବେଳେ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବିଜ୍ଞାନ ଉଦ୍ୟାନକୁ ଉଦଘାଟନ କରିଥିଲେ । ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏନେଇ ପୂର୍ବରୁ ବି ଘୋଷଣା କରିଥିଲେ ଏବଂ ଆଜି ପୁଣି ସେହି ଘୋଷଣାକୁ ଦୋହରାଇଛନ୍ତି । ଯାହାକୁ ନେଇ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଗଢାଯାଇଥିବା ୟୁନାଇଟେଡ ଫୋରମ ଫର କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଲନୀ କରାଯାଇଥିଲା ।

ଆଉ ଦୁଇ ମାସ ମହଲତ, କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନହେଲେ ତେଜିବ ଆନ୍ଦୋଳନ

ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯିବା ସହିତ କ୍ୟାନ୍ସର ହସ୍ପିଟାଲ ପାଇଁ ଚାଲିଥିବା ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ଘୋଷଣା ପରେ ବି ଯଦି କ୍ୟାନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ ଆରମ୍ଭ ନହୁଏ ତେବେ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସମ୍ମିଳନୀରେ ଚେତାବନୀ ଦିଆଯାଇଥିଲା ।

ବରଗଡ ଜିଲ୍ଲାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଫାଇଟର୍ସ ଗ୍ରୁପ ପକ୍ଷରୁ ଦାବି କରାଯାଇଥିଲା । କ୍ୟାନ୍ସର ପୀଡିତଙ୍କର ଦାବିକୁ ସମସ୍ତ ସଙ୍ଗଠନ ସମର୍ଥନ ଜଣାଇ ଏହି ଦାବିକୁ ତୀବ୍ରତର କରାଯାଇଥିଲା । ଏଥିସହ ଲୋକଙ୍କ ବୃହତ ଆନ୍ଦୋଳନକୁ ଦେଖି ଗତବର୍ଷ ଇଚ୍ଛାପାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବରଗଡରେ କ୍ୟାନ୍ସର ହସ୍ପିଟାଲ କରାଯିବ ବୋଲି ଘୋଷଣା କରିବାକୁ ପଡିଥିଲା । ତେବେ ସେତେବେଳେ ନିର୍ବାଚନ ଥିବାରୁ ଏହି ଘୋଷଣା କରାଯାଇଥିଲା ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆଜି ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବିଜ୍ଞାନ ଉଦ୍ୟାନ କୁ ଉଦ୍ଘାଟନ କରିଥିଲେ ଓ ପରେ ଏକ ସାଧାରଣ ସଭାରେ ଯୋଗଦେଇ ବରଗଡରେ କେନ୍ସର ହସ୍ପିଟାଲ ହେବ ବୋଲି ଘୋଷଣା କରିଥିଲେ | ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ ଏପରି ଘୋଷଣା କରିଥିଲେ ଏବଂ ଆଜି ପୁଣି ସେହି ଘୋଷଣାକୁ ଦୋହରାଇଛନ୍ତି ଯାହାକୁ ନେଇ ବରଗଡ ରେ କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଗଢାଯାଇଥିବା ୟୁନାଇଟେଟ ଫୋରମ ଫର କେନ୍ସର ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଲନୀ କରାଯାଇଥିଲା | ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯିବା ସହିତ କେନ୍ସର ହସ୍ପିଟାଲ ପାଇଁ ଚାଲିଥିବା ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି |
Body:ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ଘୋଷଣା ପରେ ମଧ୍ୟ ଯଦି ଏହି କେନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରାନଗଲା ତେବେ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳ ଜୋର୍ଦାର କରାଯିବ ବୋଲି ମଧ୍ୟ ଏହି ସମ୍ବିଳନୀରେ କୁହାଯାଇଥିଲା |
ବରଗଡ ଜିଲ୍ଲାରେ ଦିନକୁ ଦିନ କେନ୍ସର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ବରଗଡ ଠାରେ କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଫାଇଟର୍ସ ଗୃଫ ପକ୍ଷରୁ ଦାବି କରାଯାଇଥିଲା | କେନ୍ସର ପୀଡ଼ିତାଙ୍କର ଦାବୀକୁ ସମସ୍ତ ସଂଗଠନ ସମର୍ଥନ ଜଣାଇ ଏହି ଦାବୀକୁ ତୀବ୍ରତର କରାଯାଇଥିଲା ଏବଂ ଲୋକଙ୍କ ବୃହତ ଆନ୍ଦୋଳନକୁ ଦେଖି ଗତ ବର୍ଷ ଇଚ୍ଛାପାଳିରେ ମୁଖ୍ୟମନ୍ତ୍ରୀଙ୍କୁ ବରଗଡରେ କେନ୍ସର ହସ୍ପିଟାଲ କରାଯିବ ବୋଲି ଘୋଷଣା କରିବାକୁ ପଡିଥିଲା | ତେବେ ସେତେବେଳେ ନିର୍ବାଚନ ଥିବା ବେଳେ ଏହି ଘୋଷଣା କରାଯାଇଥିଲା ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା |
ବାଇଟ ୧ - ପ୍ରଦୀପ ଦେବତା ( UFCH ସଙ୍ଗଠନ ସଭାପତି )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.