ETV Bharat / state

ଆରପାରିରେ ଧନୁଯାତ୍ରାର ବଳରାମ ! ଛାତ ଉପରେ ଖେଳୁଥିଲେ, ବେକରେ ଛନ୍ଦି ହୋଇଗଲା ରସି

author img

By

Published : Dec 9, 2022, 9:34 PM IST

ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକାରେ ଚୟନ ହୋଇଥିବା ଶ୍ରିୟାଂଶ ପୂଜାରୀଙ୍କର ଅକାଳରେ ବିଯୋଗ ଘଟିଛି। ଅଧିକ ପଢନ୍ତୁ

ଆରପାରିକୁ ଚାଲିଗଲେ ଧନୁଯାତ୍ରାର ବଳରାମ
ଆରପାରିକୁ ଚାଲିଗଲେ ଧନୁଯାତ୍ରାର ବଳରାମ

ବରଗଡ: ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକାରେ ଚୟନ ହୋଇଥିବା ଶ୍ରିୟାଂଶ ପୂଜାରୀଙ୍କର ଅକାଳରେ ବିଯୋଗ ଘଟିଛି । ଘରର ଛାତ ଉପରେ ଆଜି ସେ ଖେଳୁଥିବା ସମୟରେ ବେକରେ ରସି ଛନ୍ଦି ହେବା କାରଣରୁ ଅଣନିଶ୍ବାସ ହୋଇ ପ୍ରାଣ ହରାଇଛନ୍ତି ।

ଆରପାରିକୁ ଚାଲିଗଲେ ଧନୁଯାତ୍ରାର ବଳରାମ

ତେବେ ଶ୍ରିୟାଂଶ ପୂଜାରୀ ବରଗଡ ଶିଶୁମନ୍ଦିର ହିନ୍ଦୀ ବିଭାଗ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ l ଧନୁଯାତ୍ରାରେ କୃଷ୍ଣ ଓ ବଳରାମ ଭୂମିକାରେ ଅଭିନୟ କରୁଥିବା କୁନି କଳାକାରଙ୍କୁ ବରଗଡବାସୀ ହୃଦୟରେ ପ୍ରକୃତ ଭଗବାନର ସ୍ଥାନ ଦେଇଥାନ୍ତି l ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ 17 ଦିନ ବାକି ଥିବା ବେଳେ ଆଜି ହଠାତ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା କୁନି ଶ୍ରିୟାଂଶ ଙ୍କର ମୃତ୍ୟୁ ଖବର ବରଗଡବାସୀଙ୍କୁ ସ୍ତବ୍ଧ କରିଦେଇଛି l

ତେବେ ବରଗଡ ଧନୁଯାତ୍ରାକୁ ଏଥର 75 ବର୍ଷ ପୁର୍ତ୍ତି ହୋଇଥିବାରୁ ବିରାଟ ଆକାରରେ ପାଳନ ପାଇଁ ସଜବାଜ ଚାଲିଥିଲା ଏବଂ ପ୍ରଥମ ଥର ପାଇଁ ଧନୁଯାତ୍ରାରେ ବଳରାମ ଭୂମିକା ର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଛି ବୋଲି ଖୁସି ହେଉଥିବା ଶ୍ରିୟାଂଶ ଭଲ ଅଭିନୟ କରିବି ବୋଲି କହୁଥିଲେ ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା ତାହା ହୋଇପାରିଲା ନାହିଁ l ସେ ଭଗବାନଙ୍କ ଚରିତ୍ର ଅଭିନୟ କରିବା ପୂର୍ବରୁ ଚାଲିଗଲେ ଆରପାରିକୁ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.