ବରଗଡ଼: ବରପାଲି ଥାନା ଅନ୍ତର୍ଗତ ବରପାଲିରୁ ଟିଙ୍ଗିପାଲି ଛକରେ ଘଟିଛି ଅଭାବନୀୟ ଘଟଣା । କଣ୍ଟେନର ଓଲଟି ୩୦ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଏକ କଣ୍ଟେନରରେ ବେଆଇନ ଭାବରେ ଗୋ ଚାଲାଣ କରାଯାଉଥିବା ବେଳେ କୌଣସି କାରଣରୁ କଣ୍ଟେନରଟି ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡ଼ିଥିଲା । ତେବେ ଦୁର୍ଘଟଣା ଘଟାଇ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଡ଼ିରୁ ଜଣେ ଵ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ କଣ୍ଟେନରରେ ଥିବା 30 ଗାଇଙ୍କ ମୃତ୍ୟୁ ହୋଇଛି ।
ଘଟଣାସ୍ଥଳରେ ବରପାଲି ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ତେବେ ଗାଡିଟି କେମିତି ଓଲଟିଲା, ଗାଡିଟି ଗାଈ ଗୋରୁଙ୍କୁ ନେଇ କେଉଁଠିକୁ ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ