ETV Bharat / state

ଦଳୀୟ ଟିକେଟ ନମିଳିବାରୁ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

author img

By

Published : Mar 8, 2022, 10:04 AM IST

Updated : Mar 8, 2022, 10:49 AM IST

ଦଳୀୟ ଟିକେଟ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ। ବରଗଡ଼ ପୌର ପରିଷଦ ନିର୍ବାଚନରେ ଅଧ୍ୟକ୍ଷା ଆସନ ପାଇଁ ଦଳୀୟ ଟିକେଟ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅଧିକ ପଢ଼ନ୍ତୁ

candidate filed nomination paper for municipal corporation election in berhampur
ଦଳୀୟ ଟିକେଟ ନମିଳିବାରୁ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ବରଗଡ଼: ଦଳୀୟ ଟିକେଟ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ। ବରଗଡ଼ ପୌର ପରିଷଦ ନିର୍ବାଚନରେ ଅଧ୍ୟକ୍ଷା ଆସନ ପାଇଁ ଦଳୀୟ ଟିକେଟ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଚଳିତ ପୌର ପରିଷଦ ନିର୍ବାଚନ ପାଇଁ ବିଜେଡି ଦଳର ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ସମସ୍ତ ପ୍ରାର୍ଥୀଙ୍କ ଆଶା ଓ ଆଶଙ୍କା ଦୂର ହୋଇଛି | ପୌରପରିଷଦ ଅଧ୍ୟକ୍ଷ ଆସନଟି ଚଳିତ ଥର ମହିଳା ସିଟ ହୋଇଥିବା ବେଳେ ବିଜେଡି ଦଳ ପକ୍ଷରୁ ନିର୍ବାଚନୀ ଟିକେଟ ପାଇବା ପାଇଁ ବିଜେଡି ପକ୍ଷରୁ 3 ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ |

3 ଜଣଙ୍କ ମଧ୍ୟରୁ ଦଳ ଜଣଙ୍କ ନାମ ଘୋଷଣା କରିବା ପରେ ଅନ୍ୟ ମହିଳା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଟିକେଟ ପାଇବା ଆଶାରେ ଥିବା ବିଜେଡି ମହିଳା କର୍ମୀ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖାଦେଇଛି | ମାମି ମିଶ୍ର ରାଜ୍ୟ ସ୍ତରରେ ମହିଳା କର୍ମୀ ଭାବରେ ପରିଚିତ ଥିଲେ ସୁଦ୍ଧା ତାଙ୍କୁ ନିର୍ବାଚନୀ ଟିକେଟ ନମିଳିବାରୁ ସେ ସ୍ଵାଧୀନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 8, 2022, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.