ETV Bharat / state

Padmapur bypoll: ପଦ୍ମପୁରରେ ଜମୁଛି ପ୍ରଚାର, ବର୍ଷା ଖାଇଲେ ପଖାଳ ପ୍ରଦୀପଙ୍କ କୀର୍ତ୍ତନ - ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା

ବିଜେଡି ପ୍ରାର୍ଥିନୀ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରଚାର ପ୍ରତିଯୋଗୀତା । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଘରକୁ ଘର ଯାଇ ନିଆରା ଢଙ୍ଗରେ ମହିଳାଙ୍କ ଭୋଟ ହାତେଇବାକୁ ଚଳାଇଛନ୍ତି ପ୍ରୟାସ । ଅଧିକ ପଢନ୍ତୁ

padmapur-by-poll: ଭୋଟ ପ୍ରଚାର ପାଇଁ ବର୍ଷା ଖାଇଲେ ପଖାଳ ଓ  ପ୍ରଦୀପ କଲେ କୀର୍ତ୍ତନ

author img

By

Published : Nov 20, 2022, 9:40 PM IST

Updated : Nov 20, 2022, 10:13 PM IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ସବୁ ଦଳର ନେତା ଓ କର୍ମୀ ନିଜର ପ୍ରାର୍ଥୀ ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରଚାର । ସରଗରମ ହୋଇପଡିଛି ପୁରା ପଦ୍ମପୁର ନିର୍ବାଚନ ମଣ୍ଡଳୀ । ତେବେ ନିର୍ବାଚନୀ ପ୍ରଚାରରେ ବିଜେଡି ଓ ବିଜେପି ଦଳ ଦିନ ରାତି ଏକ କରୁଥିବାବେଳେ, କଂଗ୍ରେସ ସାମାନ୍ୟ ପଛରେ ପଡିଯାଇଥିବା କୁହାଯାଉଛି । ବିଜେଡିର ପ୍ରାର୍ଥିନୀ ବର୍ଷା ସିଂ ବରିହା ମହିଳାମାନଙ୍କ ସହିତ ଗାଁକୁ ଗାଁ ଯାଇ ପ୍ରଚାରକୁ ଜୋରଦାର କରିଛନ୍ତି ।

ଅନ୍ୟପଟେ ରାଜ୍ୟର ଅନ୍ୟ ତୁଙ୍ଗ ନେତାମାନେ ସାଧାରଣ ସଭା ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ବିଜେଡି ପ୍ରାର୍ଥୀନି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରଚାର ପ୍ରତିଯୋଗୀତା । ବର୍ଷା ଦିଂଗବତ ବିଧାୟକ ବାପାଙ୍କ ପରି ତାଙ୍କୁ ମଧ୍ୟ ଆପଣାଇବାକୁ କହି କାନ୍ଦୁଥିବାବେଳେ, ଗରିବଙ୍କ ଘରେ ବୁଢୀ ମାଉସୀଙ୍କ ହାତରୁ ପଖାଳ ଖାଇ ଆର୍ଶୀବାଦ ଭିକ୍ଷା କରୁଥିବା ନଜର ଆସିଛନ୍ତି ।

Padmapur bypoll: ପଦ୍ମପୁରରେ ଜମୁଛି ପ୍ରଚାର, ବର୍ଷା ଖାଇଲେ ପଖାଳ ପ୍ରଦୀପଙ୍କ କୀର୍ତ୍ତନ

ତେବେ ବର୍ଷାଙ୍କ ଏପରି ପ୍ରଚାର ପ୍ରସାରକୁ ବିଜେପି ଓ କଂଗ୍ରେସ ଦଳ ଡ୍ରାମା କହି ସୋସିଆଲ ମିଡିଆରେ ଟ୍ରୋଲ କରୁଥିବାବେଳେ, ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଗାଁ ଗାଁ ଯାଇ କେଉଁଠି ଆଦିବାସୀ ଗୀତ ଓ ନାଚ ତ ଆଉ କେଉଁଠି କୁନି କୁନି ପିଲାଙ୍କୁ କାନ୍ଧରେ ବୋହି ଗ୍ରାମବାସୀଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରୁଛନ୍ତି । ତେବେ କେବଳ ନିର୍ବାଚନ ସମୟରେ ଦେଖାଯାଉଥିବା ନେତାଙ୍କ ଏପରି ପ୍ରଚାର ପ୍ରସାରକୁ ସୋସିଆଲ ମିଡିଆରେ ଲୋକେ ଉପଭୋଗ କରୁଥିବାବେଳେ କିଛି ଲୋକ ଖୁବ ମଜାକ ମଧ୍ୟ ଉଡାଉଛନ୍ତି ।

ଇଟିଭି ଭାରତ, ବରଗଡ

Last Updated : Nov 20, 2022, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.