ETV Bharat / state

ସମ୍ବଲପୁରରେ କୋରୋନା ଚିହ୍ନଟ ପରେ ବରଗଡ଼ରୁ ବସ ଚଳାଚଳ ବନ୍ଦ - Bus services from Bargarh have been stop

ମହାମାରୀ କୋରୋନା ପାଇଁ ଦୀର୍ଘଦିନର ଲକଡାଉନ ପରେ ବରଗଡ଼ରେ କେବଳ ସରକାରୀ ବସ୍ ଚଳାଚଳ ଆରମ୍ଭ ହୋଇଥିଲା । ସମ୍ବଲପୁରରେ ରବିବାର ଜଣେ କୋରୋନା ଚିହ୍ନଟ ହେବାରୁ ପୁଣି ବସ ଚଳାଚଳ ବନ୍ଦ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସମ୍ବଲପୁରରେ କୋରୋନା ଚିହ୍ନଟ ପରେ ବରଗଡ଼ରୁ ବସ ଚଳାଚଳ ବନ୍ଦ

author img

By

Published : May 17, 2020, 10:20 PM IST

ବରଗଡ଼: ମହାମାରୀ କୋରୋନା ପାଇଁ ଦୀର୍ଘଦିନର ଲକଡାଉନ ପରେ ବରଗଡ଼ରେ କେବଳ ସରକାରୀ ବସ୍ ଚଳାଚଳ ଆରମ୍ଭ ହୋଇଥିଲା । ହେଲେ ସମ୍ବଲପୁରରେ ରବିବାର ଜଣେ କୋରୋନା ଚିହ୍ନଟ ହେବାରୁ ପୁଣି ବସ ଚଳାଚଳ ବନ୍ଦ କରାଯାଇଛି ।

ସୂଚନାନୁସାରେ, ବସର କ୍ଷମତା ଠାରୁ ଅଧା ଯାତ୍ରୀଙ୍କୁ ନେଇ କେବଳ ଗ୍ରୀନ ଜୋନକୁ ବସ ଚଳାଚଳ ଆରମ୍ଭ ହୋଇଥିଲା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଏବଂ ବରଗଡ଼ ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ବସ ଚଳାଚଳ ଆରମ୍ଭ ହୋଇଥିଲା । ମାତ୍ର ରବିବାର ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମିତ ଚିହ୍ନଟ ପରେ ସମ୍ବଲପୁରକୁ ଯାତାୟତ କରିବା ପାଇଁ ଲୋକେ ଭୟଭୀତ ହୋଇପଡିଛନ୍ତି । ସେପଟେ କିନ୍ତୁ ଆଗାମୀ ଦିନ ମାନଙ୍କରେ ବରଗଡରୁ ସମ୍ବଲପୁର ଜିଲ୍ଲାକୁ ବସ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ସମ୍ବଲପୁରରେ କୋରୋନା ଚିହ୍ନଟ ପରେ ବରଗଡ଼ରୁ ବସ ଚଳାଚଳ ବନ୍ଦ
ସମ୍ବଲପୁରରେ କୋରୋନା ଚିହ୍ନଟ ପରେ ବରଗଡ଼ରୁ ବସ ଚଳାଚଳ ବନ୍ଦ

ତେବେ ବସ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ଯାତ୍ରୀ ମାନଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି ଏବଂ ଯାତ୍ରୀମାନଙ୍କର ହାତ ସାନିଟାଇଜ କଲା ପରେ ଯାଇ ବସକୁ ଚଢିବା ପାଇଁ ନିୟମ କରାଯାଇଛି । ଯାତ୍ରୀ ମାନଙ୍କୁ ଦୁଇଗୁଣା ବସ ଭଡା ଦେଇଯିବା ଆସିବା କରିବାକୁ ପଡୁଥିବା ବେଳେ ମାତ୍ର ସମ୍ବଲପୁରକୁ ବସ ଚଳାଚଳ କଟକଣା ରହିବ କି ନାହିଁ ସେନେଇ କୌଣସି ନିର୍ଦ୍ଦେଶ ଆସିନାହିଁ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.