ବରଗଡ: ଚଳିତବର୍ଷ ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ନିରାଡମ୍ବର ଭାବେ ପାଳନ ହେବା ନେଇ ଏକ ପ୍ରସ୍ତୁତି ବୈଠକରେ ସ୍ଥିରୀକୃତ ହୋଇଛି । ପ୍ରତିବର୍ଷ ବରଗଡ ଜିଲ୍ଲା ବରପାଲିଠାରେ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ହୁଏ । ହେଲେ ଏଥର କୋରୋନା ମହାମାରୀ ଯୋଗୁଁ ଅଳ୍ପ ଲୋକଙ୍କ ମଧ୍ୟରେ ସାତ ଦିନ ଧରି କେବଳ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ ବୋଲି ବରପାଲି ଶୀତଳ ଷଷ୍ଠୀ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଚଳିତ ବର୍ଷ 143ତମ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଯାତ୍ରା କମିଟି ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ । ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସମସ୍ତ ଶୋଭାଯାତ୍ରାଗୁଡିକୁ ବର୍ଜନ କରାଯାଇଛି । ଏଥିସହ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମରେ ଉଭୟ ବର ଓ କନ୍ୟା ପକ୍ଷରୁ 6 ଜଣ ଏବଂ ଯାତ୍ରା କମିଟି ଓ ପଣ୍ଡିତଙ୍କୁ ମିସାଇ 10 ଜଣଙ୍କ ସମେତ ମୋଟ 16 ଜଣଙ୍କ ମଧ୍ୟରେ ସମ୍ପନ୍ନ ହେବ ।
ତେବେ ସ୍ଥିରୀକୃତ ସୂଚୀରେ ସାମାଜିକ ଦୁରତ୍ଵ ପାଳନ କରି ଚଳିତ ବର୍ଷର ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ