ETV Bharat / state

ବିଜେଡିର ଗୁଣ୍ଡାରାଜ, ଦଳରେ ସାମିଲ ପାଇଁ ମିଳୁଥିଲା ଧମକ - bjp

ବରଗଡ ବିଜେପିର ୯ ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କୁ ଅପହରଣ କରି ଯୋର ଜବରଦସ୍ତ ବିଜେଡି ଦଳରେ ମିଶାଯାଇଥିବା ଅଭିଯୋଗ ଆଣିଛି ବରଗଡ ବିଜେପି ଦଳ। ଏପରିକି ବିଜେପିର ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କୁ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗଦାନ କରିବା ପାଇଁ ପ୍ରୟାସ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Mar 31, 2019, 6:14 AM IST

ବରଗଡ: ନିର୍ବାଚନ ପୂର୍ବରୁ ବିଜେପି ବିଜେଡି ମୁହାଁମୁହିଁ । ବିଜେପିର ୯ ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କୁ ଅପହରଣ କରି ଯୋର ଜବରଦସ୍ତ ବିଜେଡି ଦଳରେ ମିଶାଯାଇଥିବା ଅଭିଯୋଗ ଆଣିଛି ବରଗଡ ବିଜେପି ଦଳ। ଏପରିକି ବିଜେପିର ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କୁ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗଦାନ କରିବା ପାଇଁ ପ୍ରୟାସ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଯାହାକୁ ନେଇ ବରଗଡ ଜିଲ୍ଲା ବିଜେପି ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ବିଲନୀ କରାଯାଇଥିଲା | ଏହି ସାମ୍ବାଦିକ ସମ୍ବିଳନୀରେ ବିଜେପି କେନ୍ଦ୍ରୀୟ ସମ୍ପାଦକ ତଥା ବରଗଡ ସାଂସଦ ପ୍ରାର୍ଥୀ ସୁରେଶ ପୁଝାରୀ , ବରଗଡ ବିଧାନସଭା ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ , ସୁରେଶ୍ଵର ଶତପଥି , ଜିଲ୍ଲା ସଭାପତି ଅରୂପା ସାହୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ସମେତ ଅପହୃତ ହୋଇ ଫେରିଥିବା ଜିଲ୍ଲା ପରିଷଦ ସଭ୍ୟା ସୁଷମା ଭୋଇ ଆଦି ଉପସ୍ଥିତ ରହିଥିଲେ ।

ଶୁକ୍ରବାର ପଦ୍ମପୁରଠାରେ ବିଜେପି ଦଳର ୯ ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟା କେଉଁ କାରଣରୁ ବିଜେଡିରେ ଯୋଗଦାନ କରିଥିଲେ ତାହାର ପର୍ଦାଫାଶ କରିଛନ୍ତି । ଅପହୃତ ହୋଇଫେରିଥିବା ଜିଲ୍ଲା ପରିଷଦ ସଭ୍ୟା ସୁଷମା ଭୋଇ ଏବଂ ବର୍ତ୍ତମାନ ମଧ୍ୟ ଅପହୃତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ଭୋଇଙ୍କ ସ୍ଵାମୀ ଏନେଇ ତଥ୍ୟ ପ୍ରଦାନ କରିଛନ୍ତି।

ସମସ୍ତ ଜିଲ୍ଲାପରିଷଦ ସଭ୍ୟସଭ୍ୟାଙ୍କୁ ମିଟିଙ୍ଗ କରାଯିବା ବାହାନାରେ ଅନ୍ୟତ୍ର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରକୁ ନିଆଯାଇଥିଲା ଏବଂ ସେଠାରେ ସମସ୍ତଙ୍କୁ ଅର୍ଥ ଲୋଭ ଦେଖାଇ ବିଜେପିରୁ ଇସ୍ତଫା ଦେଇ ବିଜେଡି ଦଳରେ ମିଶିବା ପାଇଁ କୁହାଯାଇଥିଲା । ଆଉ ଏଥିରେ ରାଜି ନହେବାରୁ ପରେ ସମସ୍ତଙ୍କୁ ଭୟଭୀତ କରାଯାଇ ଯୋର ଜବରଦସ୍ତ ଚାପ ପକାଇ ଇସ୍ତଫା ପତ୍ରରେ ଦସ୍ତଖତ କରାଯାଇଥିଲା । ପରେ ସେମାନଙ୍କୁ ପଦ୍ମପୁରକୁ ନେଇ ବିଜେଡିରେ ଯୋଗଦାନ କରାଯାଇଥିବା କହିଛନ୍ତି ଅପହୃତ ହୋଇଥିବା ସୁଷମା ଭୋଇ ।

ଦଳର ଅନ୍ୟ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମଧ୍ୟ ୬ ଲକ୍ଷ ଟଙ୍କାର ଲାଳସା ଦେଖାଯାଇ ବିଜେଡିରେ ଯୋଗଦାନ କରିବା ପାଇଁ କୁହାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ସ୍ଵାମୀ ଜଣେ ସରକାରୀ କର୍ମଚାରୀ ରହିଥିବା ବେଳେ ଯଦି ମୁକ୍ତା ସାହୁ ବିଜେଡିରେ ନ ମିଶନ୍ତି ତେବେ ତାଙ୍କ ସ୍ବାମୀଙ୍କୁ ଚାକିରିରୁ ତଡିଦିଆଯିବ ଓ ସମସ୍ତଙ୍କ ଜୀବନ ପ୍ରତି ବିପଦ ରହିବ ବୋଲି ଧମକ ଦିଆଯାଇଥିଲା କହିଥିଲେ ମୁକ୍ତା ସାହୁ ।

ତେବେ ବିଜେଡିର ଏପରି କାର୍ଯ୍ୟକଳାପକୁ ବିଜେପି ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଆହ୍ଵାନ ଦେଇଛି ବିଜେପି ।

ଆଉ ଏହାକୁ ନେଇ ରବିବାର ବିଜେପି ପକ୍ଷରୁ ଏହି ଅପହରଣ ଘଟଣାକୁ ନେଇ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ସୁରେଶ ପୁଝାରୀ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:Body:

gfWDFF

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.