ETV Bharat / state

ବରଗଡ ବିଜେଡିରେ ସାମିଲ ହେଲେ ବିଜେପି କର୍ମୀ

ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ରଣନୀତି ବଢିବଢି ଚାଲିଛି । ସମସ୍ତ ଦଳ ନିଜ ନିଜର ରାଜନୈତିକ ଚାଲ ଚଳାଇବାରେ ଲାଗି ପଡିଥିବା ବେଳେ ବିଜେଡି ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୋଟି ଚାଳନାରେ ବିରୋଧୀ ଦଳ ଚିନ୍ତାରେ ପଡି ଯାଇଛିନ୍ତି । ଅଧିକ ପଢନ୍ତୁ

bjd joining programme
ବରଗଡ ବିଜେଡିରେ ସାମିଲି ହେଲେ ବିଜେପି କର୍ମୀ
author img

By

Published : Feb 11, 2022, 10:08 PM IST

ବରଗଡ: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ରଣନୀତି ବଢିବଢି ଚାଲିଛି । ସମସ୍ତ ଦଳ ନିଜ ନିଜର ରାଜନୈତିକ ଚାଲ ଚଳାଇବାରେ ଲାଗି ପଡିଥିବା ବେଳେ ବିଜେଡି ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗୋଟି ଚାଳନାରେ ବିରୋଧୀ ଦଳ ଚିନ୍ତାରେ ପଡି ଯାଇଛିନ୍ତି । ମନ୍ତ୍ରୀ ସୁଶାନ୍ତ ସିଂଙ୍କର ନିର୍ବାଚନ ମଣ୍ଡଳୀରେ ବିରୋଧୀ ବିଜେପି ଓ କଂଗ୍ରେସର ଅନେକ ପ୍ରାର୍ଥୀ ନିର୍ବାଚନୀ ମଇଦାନ ଛାଡି ଚାଲି ଯାଇଥିବା ବେଳେ ଗତ 8 ଦିନ ମଧ୍ୟରେ ପ୍ରାୟ 5 ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ବରଗଡ ବିଜେଡିରେ ସାମିଲି ହେଲେ ବିଜେପି କର୍ମୀ

ଭଟଲି ନିର୍ବାଚନ ମଣ୍ଡଳୀର ଭଟଲି ଓ ଆମ୍ବାଭୋନା ଅଞ୍ଚଳର ଶତାଧିକ ବିଜେପି କର୍ମୀ ମନ୍ତ୍ରୀ ସୁଶାନ୍ତ ସିଂ ସୋହେଲା ଅଫିସରେ ବିଜେଡିରେ ଯୋଗଦାନ କରିଛନ୍ତି । ତେବେ ଗତ ପଞ୍ଚାଯତ ନିର୍ବାଚନରେ ମୋଦି ଲହର କାରଣରୁ ବରଗଡ ଜିଲ୍ଲାରେ ବିଜେପି କିଛି ସିଟ ନିଜ ଅକ୍ତିଆରକୁ ନେଇଥିଲା । ଏଥର କିନ୍ତୁ ନବୀନ ଲହର ବରଗଡରେ ଛାଇଯାଇଛି ଏବଂ ବିଜେଡି ଦଳ 35ଟି ଜିଲ୍ଲା ପରିଷଦ ଆସନରୁ 30ରୁ ଅଧିକ ଆସନ ଅକ୍ତିଆର କରିବା ବୋଲି ବିଜେଡି ଦଳର ନେତା ଗୌରହରି ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ବରଗଡରୁ ରାଜେଶ ସରାପ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.