ETV Bharat / state

ଅତାବିରା NAC ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ, ଶେଷ ଦିନରେ ଭରିବେ ବିରୋଧୀ

author img

By

Published : Mar 14, 2023, 10:41 PM IST

ଆସନ୍ତା ଏପ୍ରିଲ ୩ ତାରିଖରେ ହେବ ଅତାବିରା NAC ନିର୍ବାଚନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ଦିନ ଥିବାବେଳେ ଆଜି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟିର ପ୍ରାର୍ଥୀମାନେ ଆସନ୍ତାକାଲି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଅତାବିରା NAC ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ

ବରଗଡ଼: ଏପ୍ରିଲ ୩ ତାରିଖରେ ହେବାକୁ ଯାଉଛି ଅତାବିରା NAC ନିର୍ବାଚନ । ଏଥିପାଇଁ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଅତାବିରା NAC ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ସମୟ ଆସନ୍ତାକାଲି (୧୫ ତାରିଖ) ରହିଥିବା ବେଳେ ଆଜି ବିଜେଡି ପକ୍ଷରୁ ସମସ୍ତ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳର ପ୍ରାର୍ଥୀ ଆଜିଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ତେବେ ବିଜେପି, କଂଗ୍ରେସ ଓ ଆମ ଆଦମି ପାର୍ଟିର ପ୍ରାର୍ଥୀମାନେ ଆସନ୍ତାକାଲି ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।

ଅତାବିରା ନିର୍ବାଚନ ମଣ୍ଡଳୀରେ ଗତ ୨୮ ଫେବୃଆରୀରୁ ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ମଡେଲ କୋଡ ଅଫ କଣ୍ଡକ୍ଟ ଲାଗିଥିବାବେଳେ ମାର୍ଚ୍ଚ ୯ ତାରିଖରୁ ୧୫ ତାରିଖ ଦିନ ୩ଟା ସୁଦ୍ଧା ରହିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ସମୟ । ୧୭ ମାର୍ଚ୍ଚରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ୧୮ ତାରିଖରେ ବାହାରିବ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା । ସେହିପରି ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ । ୧୨ ଗୋଟି ୱାର୍ଡ ବିଶିଷ୍ଟ ଅତାବିରା ବିଜ୍ଞାପିତ ଅଞ୍ଚଳର ନିର୍ବାଚନ ପାଇଁ ୧୬ ଗୋଟି ବୁଥର ଆୟୋଜନ କରାଯାଇଛି । ଏପ୍ରିଲ ୩ ତାରିଖରେ ନିର୍ବାଚନ ପରେ ଏପ୍ରିଲ ୫ ତାରିଖରେ ଭୋଟ ଗଣତି ଏବଂ ନିର୍ବାଚନ ଫଳାଫଳର ଘୋଷଣା ହେବ । ତେବେ ଅତାବିରା ବିଜ୍ଞାପିତ ଅଞ୍ଚଳରେ ସମୁଦାୟ ଭୋଟର ସଂଖ୍ୟା ୧୩ ହଜାର ୫୨୦ ରହିଥିବା ବେଳେ, ପୁରୁଷ ଭୋଟର ସଂଖ୍ୟା ୬ ହଜାର ୭୪୩ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୬ ହଜାର ୭୭୭ ରହିଛି । ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ରହିଛି ।

ତେବେ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଧର୍ମଶାଳା ନିକଟସ୍ଥ ପଡିଆରେ ଏକ ବିଶାଳ ସମାବେଶ କରାଯିବା ପରେ ବିରାଟ ଶୋଭାଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା NAC ଅଫିସରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଏପିକାଲର ନିଗମ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ମାନିନୀ ଭୋଇ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୧୨ ୱାର୍ଡ ବିଶିଷ୍ଟ ଅତାବିରା NAC ଅଞ୍ଚଳର ସମସ୍ତ ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ବିଜେଡି ସମସ୍ତ ଆସନରେ ବିଜୟୀ ହେବ ଏବଂ ଏହି ଅତାବିରା NACକୁ ବିକାଶର ଫର୍ଦ୍ଦରେ ଯୋଡିବ ବୋଲି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ଅନ୍ୟପଟେ ଅତାବିରା NAC ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବନମାଳୀ ବରିହା ବିକାଶର ମୁଦ୍ଦା ନେଇ ନିର୍ବାଚନ ଲଢ଼ିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.