ETV Bharat / state

ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା, କହିଲେ ଗ୍ରାଉଣ୍ଡ ଜିରୋରୁ କାମ କରିବୁ

author img

By

Published : Dec 12, 2022, 12:06 PM IST

Updated : Dec 12, 2022, 12:59 PM IST

ପଦ୍ମପୁର ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା( Barsha Singh Bariha takes Oath as Padmapur MLA) । ଅଧିକ ପଢନ୍ତୁ

ବର୍ଷା ସିଂ ବରିହା
ବର୍ଷା ସିଂ ବରିହା
ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦ୍ମପୁର ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା( Barsha Singh Bariha takes Oath as Padmapur MLA) । ନବନିର୍ବାଚିତ ବିଧାୟିକା ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ଏଥିରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା । ବିଜେଡି ପ୍ରାର୍ଥିନୀ ପ୍ରାୟ 42 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କାର୍ଯ୍ୟକ୍ରମ । ନବ ନିର୍ବାଚିତ ବିଧାୟକଙ୍କୁ ବିଧାନସଭାର ପଦ ଓ ଗୋପନୀୟତାର ଶପଥ ପାଠ କରଯାଇଛି ବାଚସ୍ପତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ରୀତା ସାହୁ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନି ଛୁରିଆ, ସୁଶାନ୍ତ ସିଂଙ୍କ ସମେତ ବିଧାନସଭାରେ ଶାସକ ଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ବର୍ଷାଙ୍କ ସ୍ୱାମୀ, ଭାଇ, ବିଧାନସଭାର ସଚିବ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ବର୍ଷା, ପଦ୍ମପୁର ବିକାଶ ନେଇ କଲେ ଆଲୋଚନା

ଗତ ଶନିବାର ଦିନ ଏନେଇ ବାଚସ୍ପତିଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟିଥିଲେ ବର୍ଷା । ଭଟଲି ବିଧାୟକ ସୁଶାନ୍ତ ସିଂ ସହ ଯାଇ ବାଚସ୍ପତିଙ୍କୁ ଭେଟି ଆଶୀର୍ବାଦ ନେବା ସହ ଆଲୋଚନା କରିଥିଲେ ବର୍ଷା । ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଶୁକ୍ରବାର ଦିନ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶାର୍ବାଦ ନେଇଥିଲେ ବର୍ଷା ।

ଶପଥ ଗ୍ରହଣ କରିବା ପରେ ବିଧାୟିକା ବର୍ଷା କହିଛନ୍ତି," ମୁଁ ଆଜି ପଦ୍ମପୁରର ବିଧାୟିକା ଭାବେ ବିଦ୍ଧିଭବ ଭାବେ ଶପଥ ଗ୍ରହଣ କରିଲି । ପଦ୍ମପୁରବାସୀଙ୍କ ଅସୁବିଧା ଏବଂ ଦାବି ପୂରଣ କରିବା ପାଇଁ ଚେଷ୍ଟା କରିବି । ଆମେ ଗ୍ରାଉଣ୍ଡ ଜିରୋରୁ କାମ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 12, 2022, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.