ETV Bharat / state

ବରଗଡକୁ ଜଳବାୟୁ ବିପତ୍ତି: ଅସହାୟ ଚାଷୀ, ହତାଶ ଜିଲ୍ଲାବାସୀ

ଦିନକୁ ଦିନ ଜନସଂଖ୍ୟା ବଢିଚାଲିଥିବା ବେଳେ ଉନ୍ନତି ଓ ବିକାଶ ପଥରେ ଆଗେଇ ଚାଲିଛି ମଣିଷ । ହେଲେ ମଣିଷର ଏହି ବିକାଶ ଆଜି ପରିବେଶ ଓ ପ୍ରକୃତିରେ ମଧ୍ୟ ତୀବ୍ର ପରିବର୍ତ୍ତନ ଆଣିଦେଇଛି । ଯାହା ଏବେ ମଣିଷ ଜାତି ପାଇଁ କାଳ ହୋଇ ଉଭା ହୋଇଛି । ଅଧିକ ଖବର ପଢନ୍ତୁ...

ବରଗଡଚାଷୀଙ୍କ ଉପରେ ପ୍ରକୃତି ସାଧୁଛି ଦାଉ
ବରଗଡଚାଷୀଙ୍କ ଉପରେ ପ୍ରକୃତି ସାଧୁଛି ଦାଉ
author img

By

Published : Feb 23, 2020, 11:24 PM IST

ବରଗଡ: ଦିନକୁ ଦିନ ଜନସଂଖ୍ୟା ବଢିଚାଲିଥିବା ବେଳେ ଉନ୍ନତି ଓ ବିକାଶ ପଥରେ ଆଗେଇ ଚାଲିଛି ମଣିଷ । ହେଲେ ମଣିଷର ଏହି ବିକାଶ ଆଜି ପରିବେଶ ଓ ପ୍ରକୃତିରେ ମଧ୍ୟ ତୀବ୍ର ପରିବର୍ତ୍ତନ ଆଣିଦେଇଛି । ଯାହା ଏବେ ମଣିଷ ଜାତି ପାଇଁ କାଳ ହୋଇ ଉଭା ହୋଇଛି । ଛତୁ ଫୁଟିଲା ପରି କଳକାରଖାନା ସହ ଶିଳ୍ପ ଗଢିଉଠିବା ସହ ଲୋପ ପାଇବାକୁ ବସିଛି ବିରଳ ବୃକ୍ଷଲତା । ନଷ୍ଟ ହେବାକୁ ଲାଗିଛି ଜଙ୍ଗଲ । ଯାହାର ପ୍ରଭାବରେ ଆଜି ସମ୍ପୂ୍ର୍ଣ୍ଣ ବଦଳିଯାଇଛି ପରିବେଶ ଓ ଜଳବାୟୁ । ଯାହାର କୁପ୍ରଭାବ ଏବେ କୃଷି କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ବରଗଡଚାଷୀଙ୍କ ଉପରେ ପ୍ରକୃତି ସାଧୁଛି ଦାଉ

ସମୟ ଥିଲା ବର୍ଷକୁ ଥିଲା 6ଟି ଋତୁ । ହେଲେ ସେ ସମୟ ଆଉ ନାହିଁ । ଦିନକୁ ଦିନ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ନା ଆଗପରି ମୌସୁମୀ ବର୍ଷା ଠିକ ସମୟରେ ପହଞ୍ଚୁଛି ନା ଲଗାତାର ଦୀର୍ଘ ଦିନଧରି ବର୍ଷା ଲାଗିରହୁଛି । ଯାହାର ପ୍ରଭାବ ବରଗଡରେ ହେଉଥିବା ଚାଷ ଉପରେ ଦେଖିବାକୁ ମିଳିଛି । ବହୁ ବିଳମ୍ବରେ ଫସଲ ଆରମ୍ଭ ହେଉଛି । କେତେବେଳେ ପ୍ରବଳ ବର୍ଷା ତ ଆଉ କେତେବେଳେ ଚାଷ ଜମି ଟାଙ୍ଗରା ହୋଇ ଆଁ କଲାଣି। ଯାହା ବରଗଡରେ ଥିବା ଚାଷୀଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ଛିଡା ହେଲାଣି ।

ଦିନକୁ ଦିନ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ତାପମାତ୍ରା ଯୋଗୁଁ ଫସଲରେ ପୋକଜୋକର ପ୍ରାଦୁର୍ଭାବ ବି ବଢିଚାଲିଛି । କେତେବେଳେ ଚକଡ଼ା ପୋକ ତ ଆଉ କେତେବେଳେ ଅଦିନିଆ ବର୍ଷା ଜନିତ ଫସଲ ନଷ୍ଟ ଚାଷୀର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଉଛି । କେବଳ ଧାନ ଚାଷ ନୁହେଁ ପନିପରିବା ଚାଷ ନଷ୍ଟ କାରଣରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଲାଣି । ଆଉ ଯଦି ପେଟ ପୋଷିବାକୁ ଅଛି ଫସଲରେ କୀଟନାଶକ ସାର ବ୍ୟବହାର କରି ଚାଷୀ ସିନା ଦୁଇ ପଇସା ପାଉଛି ହେଲେ ଆଶାତୀତ ଆୟଠାରୁ ତାହା ଖୁବ କମ୍ । ସେପଟେ ଏପରି ଫସଲ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହେବା ସହ ବରଗଡରେ କ୍ୟାନସର ପରି ମହାମାରୀ ରୋଗ ବ୍ୟାପିବାରେ ଲାଗିଛି ।

ତେବେ ପରିବେଶ ପରିବର୍ତ୍ତନ କେବଳ ଚାଷ କାମରେ ପ୍ରଭାବ ପକାଇଛି ତାହା ନୁହେଁ ବରଂ ବରଗଡବାସୀଙ୍କ ସ୍ବାସ୍ଥ୍ୟରେ ମଧ୍ୟ ପ୍ରଭାବ ପକାଇଛି । ଯଦି ଏମିତି ଜଳବାୟୁ ଅସନ୍ତୁଳନ ରୁହେ ତେବେ ଆଗାମୀ କିଛି ବର୍ଷ ପରେ ବରଗଡ ଜିଲ୍ଲାରେ ଭୟଙ୍କର ମରୁଡି ଭଳି ପରିସ୍ଥିତି ଦେଖାଯିବ ସେଥିରେ କିଛି ସନ୍ଦେହ ନାହିଁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.