ETV Bharat / state

ଯନ୍ତ୍ରଣାରେ ଜୁଝୁଛି ଜୀବନ, ଅନିଶ୍ଚିତତାରେ ବରଗଡ ଚିନିକଳ କର୍ମଚାରୀଙ୍କ ଜୀବିକା - ଯନ୍ତ୍ରଣାରେ ଜୁଝୁଛି ଜୀବନ

ପ୍ରଥମେ ବନ୍ଦ ହୋଇଗଲା ଦରମା ବନ୍ଦ । ଏବେ କୋରୋନା ଲକଡାଉନରେ ବେପାର ବାଡିରେ ଲକ ପଡିଯାଇଛି । ଫଳରେ ଜୀବନ-ଜୀବିକାର ମଝି ନଈରେ ଆଉପାଉଟୁ ହେଉଛନ୍ତି ବରଗଡ ଚିନିକଳର କର୍ମଚାରୀ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।

ଯନ୍ତ୍ରଣାରେ ଜୁଝୁଛି ଜୀବନ,ଅନିଶ୍ଚିତତାରେ ବରଗଡ ଚିନିକଳ କର୍ମଚାରୀଙ୍କ ଜୀବିକା

author img

By

Published : Apr 22, 2020, 8:30 PM IST

ବରଗଡ: ଅଣ୍ଟା ସଳଖି ଛିଡା ହେଉଥିବାବେଳେ କୋରୋନା ମାଡ। ପୂର୍ବରୁ ଦରମା ମିଳୁନଥିଲା ଆଉ ଏବେ ଯେଉଁ ରୋଜଗାରର ଟିକକ ବଞ୍ଚିଥିଲା ତାହା ଏବେ ଲକଡାଉନରେ । ଏମିତି ଏକ ଯନ୍ତ୍ରଣାରେ ଦହଗଞ୍ଜ ହେଉଛନ୍ତି ବଗଗଡ ଜିଲ୍ଲାର ଚିନିକଳ କର୍ମଚାରୀ ।

ଯନ୍ତ୍ରଣାରେ ଜୁଝୁଛି ଜୀବନ,ଅନିଶ୍ଚିତତାରେ ବରଗଡ ଚିନିକଳ କର୍ମଚାରୀଙ୍କ ଜୀବିକା

ଜୀବନ ଓ ଜୀବିକା । ଏହି ଦୁଇଟି ଶବ୍ଦ ଓତଃପ୍ରୋତ ଭାବେ ଜଡିତ । ହେଲେ ବରଗଡ଼ ର ଚିନି କାରଖାନା ର କର୍ମଚାରୀ ଙ୍କ ପାଇଁ ବଞ୍ଚି ଯାଇଛି ଜୀବନ, ହେଲେ ନିଶ୍ଚିହ୍ନ ହୋଇଯାଇଛି ଜୀବିକା । ଶତ ଆନ୍ଦୋଳନ ଓ ଦାବି ଶତ୍ବେ ମିଳିଲାନି ନିଜ ହକ କିମ୍ବା ନିଜ 30 ମାସର ଦରମା । ହେଲେ ବଞ୍ଚିବା ପାଇଁ ଚାଲିଥିଲା ଅହରହ ସଂର୍ଘଷ ।

କିଏ ଚଣା ମସଲା କରି ବ୍ରିକି କରୁଥିଲା ତ ଆଉ ଦିନ ମଜୁରିଆ ଭାବେ ଖଟି ଖାଉଥିଲା । ହେଲେ ବୋଝ ଉପରେ ନଳିତା ବିଡା ସାଜିଲା କୋରୋନା କଟକଣା । ଆଉ ବନ୍ଦ ହୋଇଗଲା ରୋଜଗାରର ବାଟ । ସଳଖି ଛିଡା ହୋଇଥିବା ଅଣ୍ଟା ଭାଙ୍ଗି ଦେଇଛି କୋରୋନା ଲକଡାଉନ । ଏପେଟ ସଞ୍ଚୟ ସବୁ ସରି ଆସିଥିଲେ ବି ହାତରେ ଚଳିବାକୁ ଆଉ ଟଙ୍କା ନାହିଁ କି ରନ୍ଧାଘରେ ଦାନା ନାହିଁ । ଏପରି ସ୍ଥିତିରେ ପରିବାର ପୋଷିବେ କିପରି ସେ ଚିନ୍ତିରେ ଏବେ 149 କର୍ମଚାରୀଙ୍କ ପରିବାର ।

ସେପଟେ ଲକଡାଉନ ସମୟରେ ଗରିବ ଓ ଅସହାୟଙ୍କୁ ଖାଇବା ବ୍ୟବସ୍ଥା ସହ ଆର୍ଥିକ ସହାୟତା ଦିଆଯାଉଛି। ମାତ୍ର ଦୁର୍ଦ୍ଦିନରେ ଦିନ କାଟୁଥିବା ଏହି କର୍ମଚାରୀଙ୍କୁ ଭୁଲି ଯାଇଛନ୍ତି ସରକାର। ଚିନି କଳକାରଖାନା ତାଲା ପଡିବା ଦିନ ଠାରୁ ଏମାନଙ୍କ ଜୀବନ ଯେମିତି ଲକଡାଉନରେ ରହିଯାଇଛି । ସେପଟେ ଏମାନଙ୍କ ଦୁଃଖ ନା ସରକାର ଶୁଣୁଛନ୍ତି ନା ସ୍ଥାନୀୟ ପ୍ରଶାସନ ।

ବରଗଡରୁ ରାଜେଶ ସରାପଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.