ETV Bharat / state

ମମିତା ମର୍ଡର ତାତି, ବରଗଡ ଏସପି ଅଫିସ ଘେରିଲା ବିଜେପି

author img

By

Published : Nov 12, 2021, 7:05 AM IST

ବରଗଡ ଟାଉନ ଥାନାରେ ହୋଇଥିବା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ଓ ମମିତା ମେହେରଙ୍କର ହତ୍ୟାକାଣ୍ଡର ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ବିଜେପି ଦଳ ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଥିଲା । ଅଧିକ ପଢନ୍ତୁ...

BJP
BJP

ବରଗଡ: ବରଗଡ ଟାଉନ ଥାନାରେ ହୋଇଥିବା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ଓ ମମିତା ମେହେରଙ୍କର ହତ୍ୟାକାଣ୍ଡର ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ବିଜେପି ଦଳ ପକ୍ଷରୁ ଏସପି ଅଫିସ ଘେରାଉ କରାଯାଇଥିଲା । ଶତାଧିକ ବିଜେପି କର୍ମୀ ଏସପି ଅଫିସ ଆଗରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପୋଲିସ ଓ କର୍ମୀଙ୍କ ମଧ୍ୟର ଧସ୍ତାଧସ୍ତି ହୋଇଥିଲା । ଗିରଫ ହୋଇଥିଲେ ବିଜେପି କର୍ମୀ ।

ବରଗଡ ଏସପି ଅଫିସ ଘେରିଉ କଲା ବିଜେପି

ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ଉଭୟ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା ଓ ରାଜ୍ୟ ସଭାପତି ଇରାଶିଷ ଆଚର୍ଯ୍ୟଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ ବିଶାଳ ରାଳି ସ୍ଥାନୀୟ ନିଶାମଣି ପଡିଆରୁ ବାହାରି ଏସପି ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଏସପି ଅଫିସ ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ବିଜେପିର କର୍ମୀମାନେ ବ୍ୟାରିକେଡ ଉପରକୁ ଚଢି ନାରାବାଜି କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ଫଳରେ ପୋଲିସ ଓ ବିଜେପିକର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ସମସ୍ତ ବିଜେପିକର୍ମୀଙ୍କୁ ଉଠାଇ ନେଇଥିଲା । ଅନ୍ୟପଟେ ଗୋବିନ୍ଦ କୁମ୍ଭାର ଓ ମମିତା ମେହେର ଘଟଣାର ସିବିଆଇ ତଦନ୍ତ କରାଯାଉ ଓ ଏମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ନେତା କହିଛନ୍ତି ।

ବରଗଡରୁ ରାଜଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.