ETV Bharat / state

ଭାତହାଣ୍ଡିରେ ପୋକ, ଫସଲ ଅନୁଧ୍ୟାନ କରିବାକୁ ପହଞ୍ଚିଲେ ବୈଜ୍ଞାନିକ ଟିମ - ବରଗଡ ଭାତହାଣ୍ଡିରେ ପୋକ

ଓଡିଶାର ଭାତ ହାଣ୍ଡିରେ ଲାଗିଲା ପୋକ ଏବଂ ଚାଷୀକୂଳ ହେଲେ ହନ୍ତସନ୍ତ । ସ୍ଥିତି ଅନୁଧ୍ୟାନ କରିବାକୁ ବରଗଡରେ ପହଞ୍ଚିଛନ୍ତି ଏକ କୃଷି ବୈଜ୍ଞାନିକ ଟିମ ।

ଭାତହାଣ୍ଡିରେ ପୋକ , ଫସଲ ଅନୁଧ୍ୟାନ କରିବାକୁ ପହଞ୍ଚିଲେ ବୈଜ୍ଞାନିକ ଟିମ

author img

By

Published : Sep 30, 2020, 9:00 PM IST

ବରଗଡ: ଓଡିଶାର ଭାତ ହାଣ୍ଡିରେ ଲାଗିଲା ପୋକ ଏବଂ ଚାଷୀକୂଳ ହେଲେ ହନ୍ତସନ୍ତ । ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ଚାଷୀମାନଙ୍କ ଫସଲ ନଷ୍ଟ ହେବାରେ ଲାଗିଛି ମାତ୍ରାଧିକ ପୋକ । ଯେତେ କୀଟନାଶକ ଛିଞ୍ଚିଲେ ମଧ୍ୟ କାମ କରୁନି । ତେଣୁ ଏହାର ଅନୁଧ୍ୟାନ କରିବାକୁ ବରଗଡରେ ପହଞ୍ଚିଛନ୍ତି ଏକ କୃଷି ବୈଜ୍ଞାନିକ ଟିମ ।

ଭାତହାଣ୍ଡିରେ ପୋକ , ଫସଲ ଅନୁଧ୍ୟାନ କରିବାକୁ ପହଞ୍ଚିଲେ ବୈଜ୍ଞାନିକ ଟିମ

ଏହି ବୈଜ୍ଞାନିକ ଟିମ ବିଭିନ୍ନ ଅଞ୍ଚଳକୁ ବୁଲି କେଉଁ କାରଣରୁ ପୋକ ଲାଗିଛନ୍ତି ଏବଂ କେଉଁ ପ୍ରକାରର ପୋକ ଏହାର ସମାଧାନ କଣ ସେନେଇ ଗବେଷଣା କରିବାକୁ ପହଞ୍ଚିଛନ୍ତି । ପ୍ରତିକୂଳ ପରିବେଶ ଓ କୋରୋନା ପାଇଁ ବିଳମ୍ବରେ ଚାଷକାମ ଆରମ୍ଭ କରାଯାଇଥିବା କାରଣରୁ ପତ୍ରମୋଡା ପୋକ ସହିତ ଅନ୍ୟାନ୍ୟ ପୋକଙ୍କ ଉପଦ୍ରବ ଫସଲ ନଷ୍ଟର କାରଣ ବୋଲି ଜଣାଇଛନ୍ତି ବୈଜ୍ଞାନିକ ଟିମ । ଏହି ଟିମ ଚାଷୀଙ୍କୁ ମାଟି ଜୋଟା ହେଲା ସମୟରେ ପଟାସ ସାର ବ୍ୟବହାର କରିବା ସହିତ କମ ପରିମାଣର ୟୁରିଆ ବ୍ୟବହାର ପାଇଁ ଉପଦେଶ ଦେଇଥିଲେ ।

ତେବେ ବର୍ତମାନ ସମୟରେ ପୋକମାନଙ୍କର ଦମନ ପାଇଁ ବଜାରରେ ଉପଲବ୍ଧ ହେଉଥିବା ଟ୍ରାପିକୋନାଜୋଲ ଏବଂ ଟ୍ରାଇସାଇକ୍ଲାଜୋନ କୀଟନାଶକର ମିଶ୍ରଣକୁ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ଉପଦେଶ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.