ETV Bharat / state

ହାର୍ଭେଷ୍ଟର ଡ୍ରାଇଭରଙ୍କ ପ୍ରବେଶ ନେଇ ଆତଙ୍କିତ ବରଗଡବାସୀ - bargarh lockdown

ବାହାର ରାଜ୍ୟର ହାର୍ଭେଷ୍ଟର ଡ୍ରାଇଭରଙ୍କ ପ୍ରବେଶ ନେଇ ଆତଙ୍କିତ ଲୋକ । ଗଳାବାଟ ଦେଇ ଆସୁଥିବା ଡ୍ରାଇଭରଙ୍କୁ ବାଧ୍ୟତାମୂଳକ ଭାବେ ରଖାଯାଉଛି କ୍ବାରେଣ୍ଟାଇନରେ । ଅଧିକ ପଢନ୍ତୁ...

Bargarh residents are worried about the entry of Harvester drivers from other states
ହାର୍ଭେଷ୍ଟର ଡ୍ରାଇଭରଙ୍କ ପ୍ରବେଶ ନେଇ ଆତଙ୍କିତ ବରଗଡବାସୀ
author img

By

Published : Apr 30, 2020, 8:28 PM IST

ବରଗଡ: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ ବାହାରୁ ଆସୁ ଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବା ବାଧ୍ୟତା ମୂଳକ କରିଛନ୍ତି ସରକାର । ଯାହା ବରଗଡ ଚାଷୀଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି । ବରଗଡରେ ଏବେ ରବି ଫସଲ ପାଇଁ ଧାନ ଅମଳର ସମୟ ହୋଇଯାଇଥିବା ବେଳେ ଗୋଟେ ପଟେ ଶ୍ରମିକ ମିଳୁ ନଥିବାବେଳେ ହାରଭେଷ୍ଟର ଡ୍ରାଇଭରର ମଧ୍ୟ ଅଭାବ ରହିଛି | ପ୍ରତିବର୍ଷ ହାର୍ଭେଷ୍ଟର ଡ୍ରାଇଭର ମାନେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସି ଧାନ କାଟିଲା ପରେ ଚାଲିଯାଇଥାନ୍ତି ।

Bargarh residents are worried about the entry of Harvester drivers from other states
ହାର୍ଭେଷ୍ଟର ଡ୍ରାଇଭରଙ୍କ ପ୍ରବେଶ ନେଇ ଆତଙ୍କିତ ବରଗଡବାସୀ

ମାତ୍ର ଚଳିତ ରବି ଫସଲରେ ଅନ୍ୟ ରାଜ୍ୟର ଡ୍ରାଇଭର ଓଡ଼ିଶାକୁ ଆସିପାରିବେ ନାହିଁ ଏବଂ ଯଦି ବି କେହି ଗଳା ବାଟ ଦେଇ ଆସୁଛନ୍ତି ସ୍ଥାନୀୟ ଲୋକମାନେ ତାଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ବାଧ୍ୟ କରୁଛନ୍ତି । ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଅଞ୍ଚଳରେ ବହୁ ଆନ୍ଧ୍ରା ଚାଷୀ ଥିବା ବେଳେ ଏବେ ଧାନକଟା ମେସିନ ଚଳାଇବାକୁ ଆନ୍ଧ୍ରରୁ ଡ୍ରାଇଭର ଲୁଚାଇ ଆଣିଥିବା ଖବର ପ୍ରଚାର ହେବାପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ ।

ପ୍ରଶାସନକୁ ଖବର ଦେବାପରେ ସେଠାରେ ଥିବା ଏକ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର ନିର୍ମାଣ କରାଯାଇ ଡ୍ରାଇଭର ମାନଙ୍କୁ ରଖାଯାଇଛି | ସେହିପରି ଗୁରୁବାର ସାରଳା ଗାଁରେ ମଧ୍ୟ ସେହି ସମାନ ପରିସ୍ଥିତି ଉପୁଜିଛି । ଆନ୍ଧ୍ରରୁ ବରଗଡକୁ ଆସିଥିବା ହାର୍ଭେଷ୍ଟର ଡ୍ରାଇଭର ମାନଙ୍କ ପାଇଁ ଗ୍ରାମବାସୀ ଭୟଭୀତ ହୋଇପଡିଥିବା ବେଳେ ପ୍ରଶାସନ ସହ ଆଲୋଚନା କରିଛନ୍ତି।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.