ବରଗଡ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବା ବେଳେ ବରଗଡ ଜିଲ୍ଲା ପ୍ରଶାସନ ଆପଣେଇଛି ଏକ ନିଆରା ପଦକ୍ଷେପ । ଲୋକଙ୍କୁ ବହୁ ସଚେତନ କଲାପରେ ମଧ୍ୟ ଲୋକେ ଏହାକୁ ଗମ୍ଭୀରତାର ସହ ନେଉନଥିଲେ । ଫଳରେ ସଂଗୀତ ମାଧ୍ୟମରେ ଏକ ନିଆରା ପ୍ରୟାଶ ଜାରି କରି ଜନ ସଚେତନତା କରାଇଲେ ବରଗଡ଼ ପୋଲିସ ।
ବରଗଡର ଜଣେ ମହିଳା ଟ୍ରାଫିକ କନଷ୍ଟବଳ ବୃନ୍ଦାବତୀ ସାହୁ ଜନସଚେତନତା ଉଦ୍ୟେଶରେ ନିଜ କଣ୍ଠରେ ଓଡିଆ ଓ ହିନ୍ଦୀ ଭାଷାରେ ସଙ୍ଗୀତ ପରିବେଷଣ କରିଥିଲେ । ଯାହାକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି | କୋରୋନା ମହାମାରୀରୁ କିପରି ନିଜକୁ ରକ୍ଷା କରିପାରିବା ସେ ନେଇ, ପୋଲିସ ବିଭାଗରେ ଡିଏସପି ଭାବେ କାର୍ଯ୍ୟରତ ରାଜକିଶୋର ମିଶ୍ରଙ୍କ ଦ୍ଵାରା ଲିଖିତ ଏହି ଗୀତକୁ ଏକ ସୁନ୍ଦର ସଙ୍ଗୀତର ରୂପ ଦିଆଯାଇ ଲୋକଙ୍କ ନିକଟକୁ ପଠାଯାଇଛି | ଲୋକଙ୍କ ସଚେତନ ପାଇଁ ପୋଲିସ ବିଭାଗର ଏହି ନିଆରା ପଦକ୍ଷେପ ଯାହା ସଫଳ ମଧ୍ୟ ହୋଇଛି ।
ବରଗଡ଼ରୁ ରାଜେସ ସରପ, ଇଟିଭି ଭାରତ