ବରଗଡ: ଆଜି(ରବିବାର) ଜାତୀୟ କ୍ୟାନ୍ସର ସରଭାଇବର ଡ଼େ(cancer survivor day) ପାଳନ ଅବସରରେ କ୍ୟାନ୍ସର ରୋଗୀଙ୍କ ସହ ମଞ୍ଚରେ ନାଚିଲେ ବରଗଡ ସାଂସଦ ସୁରେଶ ପୁଝାରୀ । ରୋଗୀଙ୍କ ମୁହଁରେ ଟିକିଏ ହସ ଓ ଖୁସି ବାଣ୍ଟିବା ସହିତ ମନୋବଳ ଦୃଢ କରିବା ଉଦ୍ଦେଶ୍ୟରେ ଫାଇଟରସ ଗ୍ରୁପ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସାଂସଦ ପୁଝାରୀ ।
ସୂଚନା ଅନୁଯାୟୀ, ବରଗଡ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ସୁରେଶ ପୁଝାରୀ ଯୋଗଦେଇ କର୍କଟ ରୋଗୀ ଏବଂ ଡାକ୍ତରମାନଙ୍କ ସହ ନାଚଗୀତ କରିଥିଲେ । ରୋଗୀଙ୍କ ମନରୁ ଭୟ ଏବଂ ବିଶାଦକୁ ଦୂର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଇଟିଭି ଭାରତ, ବରଗଡ