ETV Bharat / state

ସରକାରଙ୍କ ନୀତିରେ କଲବଲ ଚାଷୀ, ବିଲ ବଦଳରେ ଧାଉଁଛନ୍ତି ଅଫିସ - ବରଗଡର ଚାଷୀ

ସରକାରୀ ପ୍ରକ୍ରିୟାରେ ଅଣାୟତ୍ତ ହୋଇପଡିଲେଣି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡର ଚାଷୀ । ବିନା ରେଜିଷ୍ଟ୍ରେସନରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ପଲ୍ହା ରୁହା କ୍ଷେତକୁ ଛାଡି ଏ ଅଫିସରୁ ସେ ଅଫିସ ହେଉଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Aug 20, 2019, 6:40 AM IST

ବରଗଡ଼: ଚାଷକାମ ଛାଡି ସରକାରୀ ଅଫିସରେ ଘାଣ୍ଟି ହେଉଛନ୍ତି ଚାଷୀ । ସରକାରଙ୍କ ଅଜବ ନିୟମ ଆଗରେ ବନ୍ଧା ପଡିଛି ଏମାନଙ୍କ ହାତ। ରବି ଋତୁ ପରେ ଖରିବ ଫସଲରେ ବ୍ୟସ୍ତ ରହୁଥିବା ବରଗଡ଼ ଜିଲ୍ଲାର ଚାଷୀ ଭାଇ ଏବେ ସରକାରଙ୍କ ନୀତି ଯୋଗୁଁ ଅଫିସ୍‌ର ଚକ୍କର କାଟୁଛନ୍ତି । ଅତବିରା ସୋସାଇଟିରେ ବିନା ପଞ୍ଜୀକରଣରେ ଫେରିବାକୁ ବାଧ୍ୟ ହେଉଥିବାବେଳେ ଏପଟେ ଲମ୍ବାରେ ଛିଡା ହେବାକୁ ପଡୁଛି । ଏପରିକି ଗୋଟିଏ ଦିନରେ କାମ ସରୁନଥିବାରୁ ପୁଣି ତା ଆରଦିନ ଆସିବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଚାଷୀ ପ୍ରଥମେ ଜଳକର ଦେବାପରେ ଚାଷ କାମ କରିଥାଏ । ସରକାରଙ୍କ ପାଖରେ ମଧ୍ୟ ଜଳକର ରିପୋର୍ଟ ରହୁଛି । କିନ୍ତୁ ତଥାପି ଜଳକର ରସିଦର ପ୍ରମାଣ ଦେଲେ ଯାଇ ରେଜିଷ୍ଟ୍ରେସନ କରିପାରିବେ । ଆଉ ରେଜିଷ୍ଟ୍ରେସନ କରିନପାରିଲେ ନିଜ କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିପାରିବେ ନାହିଁ । ଫଳରେ ସରକାରଙ୍କ ଏଭଳି ପ୍ରଣାଳୀରେ ପ୍ରତି ଋତୁରେ ହଇରାଣ ହେଉଛନ୍ତି ଏଠାକାର ଚାଷୀ ।

ବର୍ତ୍ତମାନ ବିଲରେ ପଲ୍‌ହା ପକାଇଥିବାବେଳେ ତାହାର କାମଧନ୍ଦା ଛାଡି କିଭଳି ଧାନ ବିକ୍ରି ହେବ ସେନେଇ ରେଜିଷ୍ଟ୍ରେସନ କରିବାରେ ଲାଗିପଡିଛନ୍ତି । ଆବଶ୍ୟକ କାଗଜ ପତ୍ର ପାଇଁ ସରକାରୀ କାର୍ଯ୍ୟାଳୟମାନଙ୍କରେ ଲମ୍ବା ଲାଇନ ଲାଗୁଥିବାବେଳେ କର୍ମଚାରୀ ଅଭାବକୁ ତିନି 4 ଥର କେବଳ ରେଜିଷ୍ଟ୍ରେସନ ପାଇଁ ଘାଣ୍ଟି ହେବାକୁ ପଡିଛି । ଆଉ ସେପଟେ ଚାଷକାମରେ ବହୁ କ୍ଷତି ମଧ୍ୟ ସହିବାକୁ ପଡୁଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ଓଡ଼ିଶାର ଭାତହାଣ୍ଡିରେ ଚାଷ କାମ ଛାଡ଼ି ସରକାରୀ ଅଫିସରେ ଘାଣ୍ଟି ହେଉଛନ୍ତି ଚାଷୀ । ସରକାରଙ୍କ ଅଜବ ନିୟମ ଆଗରେ ହାତବାନ୍ଧି ବସୁଛି ଚାଷୀ । ରବି ରୂତୁ ଫସଲ ଆଦାୟ ପରେ ଖରିବ ଫସଲ ରେ ବରଗଡ଼ ଜିଲ୍ଲାର ଚାଷୀ ଏବେ ଚାଷକାମରେ ବିଲରେ ବ୍ୟସ୍ତ ରହିବା ସମୟରେ ସରକାରଙ୍କ ଅଜବ ନୀତି କାରଣରୁ ଏ ଅଫିସ, ସେ ଅଫିସ ଧାଇଁ କାଗଜପତ୍ର ଚାଷ କରିବାକୁ ପଡୁଛି । ବରଗଡ଼ ଜିଲ୍ଲା ଅତବିରା ସୋସାଇଟି ରେ ଚାଷୀ ବିନା ପଞ୍ଜିକରଣରେ ଫେରିବାକୁ ବାଧ୍ୟ ହେଉଛି । ଚାଷୀଙ୍କ ଭିଡ଼ ଓ ଲମ୍ବା ଲାଇନ ରେ ଘାଣ୍ଟି ହେଲେ ମଧ୍ୟ ଚାଷୀର କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଏବଂ ଚାଷକାମ ଛାଡ଼ି ପୁଣି ପରଦିନ ଅଫିସ ଧାଇଁ ବାକୁ ପଡୁଛି ଚାଷୀକୁ ।

Body:ଚାଷୀ ପ୍ରଥମେ ଜଳକର ଦେବାପରେ ଯାଇ ନିଜବିଳରେ ଚାଷ କାମ କରୁଛି । ସରକାରଙ୍କ ପାଖରେ ଜଳକର ରିପୋର୍ଟ ମଧ୍ୟ ରହୁଛି ଯେ କେଉଁ ଚାଷୀ କେତେ ଚାଷଜମି ପାଇଁ କେତେ ଜଳକର ଅର୍ଥ ଜମାକରିଛି ତଥାପି ମଧ୍ୟ ଚାଷୀ ଜଳକର ରସିଦର ପ୍ରମାଣ ଦେଲେ ଯାଇ ପି ପାସ ବା ଚାଷୀ ରେଜିଷ୍ଟ୍ରେସନ କରିପାରିବ । ଚାଷୀ ତାର ରେଜିଷ୍ଟ୍ରେସନ କରିନପାରିଲେ ନିଜ କଷ୍ଟ ଅର୍ଜିତ ଧାନ ମଧ୍ୟ ବିକ୍ରିକରିପାରିବ ନାହିଁ । ତେଣୁକରି ବାଧ୍ୟ ହୋଇ ପ୍ରତି ରୂତୁର ଫସଲରେ ଏଠାକାର ଚାଷୀ ସରକାରଙ୍କ ଏହି ପ୍ରଣାଳୀରେ ବହୁ ହଇରାଣ ହେଉଥିବା ଅଭିଯୋଗ କରିଆସୁଛନ୍ତି । ବର୍ତମାନ ଚାଷୀ ନିଜ ବିଳରେ ପଲ୍ହା ପକାଇଥିବା ବେଳେ ତାହାର ଯତ୍ନ ନନେଇ କାମଧନ୍ଦା ଛାଡ଼ି କିପରି ସେ ଧାନ ବିକ୍ରିକରିପାରିବ ସେଥିପାଇଁ ରେଜିଷ୍ଟ୍ରେସନ କରିବା ଲାଗି ଆବଶ୍ୟକ କାଗଜ ପତ୍ର ପାଇଁ ସାରକାରୀ କାର୍ଯ୍ୟାଳୟ ମାନଙ୍କରେ ଲମ୍ବା ଲାଇନ ମଧ୍ୟରେ ଛିଡ଼ା ହେଉଛି । କର୍ମଚାରୀ ଅଭାବ ଯୋଗୁଁ ଗୋଟେ ବା ଦୁଇ ଦିନରେ ମଧ୍ୟ ଚାଷୀ ନିଜର ରେଜିଷ୍ଟ୍ରେସନ କରିନପାରି ଘରକୁ ଫେରୁଛି ଏବଂ ତିନିଚାରି ଦିନ ଧରି କେବଳ ରେଜିଷ୍ଟ୍ରେସନ ପାଇଁ ଚାଷୀ ସରକାରୀ ଅଫିସ ଆଗରେ ଘାଣ୍ଟି ହେଉଥିବା ବେଳେ ବହୁ ଚାଷକାମରେ ବହୁ କ୍ଷତି ସହିବାକୁ ପଡ଼ୁଛି ।

Conclusion:ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା କୁ ଆହୁରି ସରଳ ଓ ସୁବିଧା କରିଲେ ସେମାନେ ଅଯଥାରେ ହଇରାଣ ହେବାରୁ ବଞ୍ଚିତ ହୁଅନ୍ତେ ।

ବାଇଟ ୧- ସୁଜିତ ପ୍ରଧାନ ( ଚାଷୀ )
ବାଇଟ ୨- କାଁହୁଚରଣ ପ୍ରଧାନ ( ଚାଷୀ )
ବାଇଟ ୩- ତ୍ରିଲୋଚନ ଭୋଇ ( ଚାଷୀ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.