ETV Bharat / state

ଟୋକନ ସମସ୍ୟାରେ ବରଗଡ଼ ଚାଷୀ, ବିକ୍ରି ହୋଇ ପାରୁନି ଧାନ - ବରଗଡ଼ ଖବର

ପୁଣି ଭାତହାଣ୍ଡିରେ ଚାଷୀଙ୍କ ଉପରେ ଚଡ଼କ । ଟୋକନ ସମସ୍ୟା ଯୋଗୁଁ ଧାନ ବିକ୍ରି ହୋଇ ପାରୁଥିବା ବେଳେ ମିଲର ଉଠାଉଛନ୍ତି ଲାଭ । ଅଧିକ ପଢ଼ନ୍ତୁ...

Bargarh farmers, farmers are in trouble, token issue, unable to sell their paddy, ମିଲର ଉଠାଉଛନ୍ତି ଲାଭ, ଟୋକନ ସମସ୍ୟାରେ ବରଗଡ଼ ଚାଷୀ, ବିକ୍ରି ହୋଇ ପାରୁନି ଧାନ, ବରଗଡ଼ ଖବର, bargarh news
ଟୋକନ ସମସ୍ୟାରେ ବରଗଡ଼ ଚାଷୀ, ବିକ୍ରି ହୋଇ ପାରୁନି ଧାନ
author img

By

Published : Jul 6, 2020, 10:32 PM IST

Updated : Jul 6, 2020, 10:56 PM IST

ବରଗଡ଼: ଜିଲ୍ଲାର ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହେଲାନାହିଁ । ଟୋକନ ଫେରିଯିବା କାରଣରୁ ଗତ ରବି ଫସଲର ଧାନ ବିକ୍ରି ହୋଇନପାରି ଏବେ ବହୁ ଚାଷୀଙ୍କ ଧାନ ଘରେ ଏବଂ ମଣ୍ଡିରେ ପଡିରହିଛି । ଯାହାର ଲାଭ ଏବେ ମିଲର ମାନେ ଉଠାଇବାରେ ଲାଗିପଡିଛନ୍ତି ।

ଧାନ ବସ୍ତା ପ୍ରତି ଦାମ ୧୩୬୧ ଟଙ୍କା ରହିଥିବା ବେଳେ ମିଲର ମାନେ ୧୦୦୦ ଟଙ୍କାରେ ଚାଷୀଙ୍କୁ ମାଗୁଛନ୍ତି । ଯାହା ଫଳରେ ଚାଷୀ ଏବେ ଧାନ ବିକ୍ରି କରିନପାରି ମୁଣ୍ଡରେ ହାତ ଦେଇ ବସିଛି ।

ଟୋକନ ସମସ୍ୟାରେ ବରଗଡ଼ ଚାଷୀ, ବିକ୍ରି ହୋଇ ପାରୁନି ଧାନ

ବରଗଡରେ ବହୁ ଚାଷୀଙ୍କ ଗତ ରବି ଫସଲର ଧାନ ବିକ୍ରି ନହୋଇ ଘରେ ଏବଂ ଧାନ ମଣ୍ଡିରେ ପଡିଥିବା ବେଳେ ସରକାର ଚାଷୀଙ୍କ ଟୋକନ ଫେରାଇ ଦେଇଛନ୍ତି । ଫଳରେ ଚାଷୀ ଅତାବିରାଠାରେ ଆନ୍ଦୋଳନ କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା । ଓଲଟା ପୋଲିସ ସେଠାରେ ଆନ୍ଦୋଳନ କରୁଥିବା ଚାଷୀ ନେତା ମାନଙ୍କୁ ଗିରଫ କରି ନେଇଯାଇଥିଲା । ତେବେ ଚାଷୀ ତାର ଧାନ ବିକ୍ରି ପାଇଁ ଆଶାବାନ୍ଧି ବସିଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାର କୌଣସି ସୁବିଧା କରିପାରିଲେ ନାହିଁ । ବରଗଡ ଜିଲ୍ଲାର ଚାଷୀଙ୍କ ପାଇଁ ଓଲଟା ଧାନର ଅଭାବି ବିକ୍ରିର ରାସ୍ତା ଖୋଲିଦେଇଛନ୍ତି, ଯାହାକୁ ନେଇ ଚାଷୀ କୂଳରେ ଭାରି ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ସମୟରେ ଚାଷୀଙ୍କ ପାଇଁ ଧାନ ଚାଷ ଏକ କଷ୍ଟସାଧ୍ୟ ବ୍ୟାପାର ହେବାକୁ ବସିଲାଣି । ଫଳରେ ଚାଷୀ ଆଉ ଆଗକୁ ଚାଷ କାମ କରିବେ ନାଁ ନାହିଁ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jul 6, 2020, 10:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.