ETV Bharat / state

କୃଷି ବିଲ୍ ବିରୋଧରେ ବରଗଡ କୃଷକ ସଂଗଠନର ଆନ୍ଦୋଳନ

author img

By

Published : Oct 2, 2020, 7:15 PM IST

କୃଷି ବିଲ୍‌କୁ ନେଇ ଦିନକୁ ଦିନ ବଢି ଚାଲିଛି ଚାଷୀ ଅସନ୍ତୋଷ । ବରଗଡ ଜିଲ୍ଲାରେ ମଧ୍ୟ ଚାଷୀମାନେ ଆନ୍ଦୋଳନ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖା ଦେଇଛି । ଅଧିକ ପଢନ୍ତୁ..

କୃଷି ବିଲ୍ ବିରୋଧରେ ବରଗଡ କୃଷକ ସଂଗଠନର ଆନ୍ଦୋଳନ
କୃଷି ବିଲ୍ ବିରୋଧରେ ବରଗଡ କୃଷକ ସଂଗଠନର ଆନ୍ଦୋଳନ

ବରଗଡ: କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । କୃଷି ବିଲ୍‌କୁ ନେଇ ଦିନକୁ ଦିନ ଭାତହାଣ୍ଡିରେ ବଢି ଚାଲିଛି ଚାଷୀ ଅସନ୍ତୋଷ । ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡର କୃଷକ ସଙ୍ଗଠନ ଗାନ୍ଧୀଛକରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲାର ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ନେତୃତ୍ବରେ ଚାଷୀ ପ୍ରତିନିଧିମାନେ ସଂଗଠିତ ହୋଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେବା ସହିତ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଚାଷୀମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଗାନ୍ଧୀ ମୂର୍ତ୍ତି ତଳକୁ ଆସିଥିଲେ ଏବଂ ସେଠାରେ ଉଦ୍‌ବୋଧନ ଦେଇଥିଲେ। କୃଷି ବିଲ୍‌ ଦ୍ବାରା ଚାଷୀଙ୍କ ସ୍ବାର୍ଥ ସୁରକ୍ଷିତ ନୁହେଁ। ଏହାଦ୍ବାରା ସମଗ୍ର କୃଷିକ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ ଏବଂ ଚାଷୀମାନେ ପୂର୍ବାପେକ୍ଷା ଅଧିକ ଶୋଷିତ ହେବେ ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି । ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ସୁଶିଲ ସାହୁ, ରମେଶ ମହାପାତ୍ର, ହର ବଣିଆ ଓ କିଶୋର ସାହୁଙ୍କ ସମେତ ବହୁସଂଖ୍ୟକ ଚାଷୀ ପ୍ରତିନିଧିମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବାର ଜଣାପଡିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.