ETV Bharat / state

ଲାଇସେନ୍ସ କରାଇବାକୁ କହି ନେଉଥିଲେ ଲାଞ୍ଚ, DPHOଙ୍କୁ ଧରିଲା ଭିଜିଲାନ୍ସ - ବରଗଡ ଖବର

ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଚୁଲବତୀ ସାହୁ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ DPHO

author img

By

Published : Apr 20, 2022, 7:45 AM IST

ବରଗଡ: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଚୁଲବତୀ ସାହୁ । ଜଣଙ୍କୁ ହୋଟେଲ ପାଇଁ ଫୁଡ଼ ଲାଇସେନ୍ସ କରେଇ ଦେବାକୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି ଚୁଲବତୀ ସାହୁ । ପୂର୍ବରୁ ତାଙ୍କ ନାମରେ ବହୁ ଅଭିଯୋଗ ଆସୁଥିବା ସୂଚନା ଦେଇଛନ୍ତି ବରଗଡ଼ ଭିଜିଲାନ୍ସ ବିଭାଗ ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ DPHO

ସୂଚନା ଅନୁଯାୟୀ ଭେଡେନ ଥାନା ଅନ୍ତର୍ଗତ ପପଙ୍ଗା ଠାରେ ହୋଟେଲ୍ କରିବା ପାଇଁ ହୃଷିକେଶ ପ୍ରଧାନ ନାମକ ଜଣେ ବ୍ୟକ୍ତି ଫୁଡ଼ ଲାଇସେନ୍ସ ନେଇ ଆବେଦନ କରିଥିଲେ । ମାତ୍ର ଲାଇସେନ୍ସ ଅନୁମତି ଦେବା ପାଇଁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ 5000 ଟଙ୍କା ଲାଞ୍ଚ ମାଗିଥିଲେ। ହୃଷିକେଶ ପ୍ରଧାନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ 5000 ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚୁଲାବତୀ ।

ବରଗଡ଼ ଭଟଲି ଛକ ନିକଟସ୍ଥ ଶ୍ରୀକୁଞ୍ଜ ଆପାର୍ଟମେଂଟର ଫ୍ଲାଟ ନମ୍ବର 203 ରେ ନିଜ ବାସଭବନରେ ସେ ଟଙ୍କା ନେଉଥିବା ସମୟରେ ଧରାପଡ଼ିବା ପରେ ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ-୧୭/୨୨) ରୁଜୁ ହୋଇଛି । ଘରେ ଏବଂ ତାଙ୍କ ଅଫିସରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରହିଛି । ଘଟଣାକୁ ଅସ୍ବୀକାର କରିଛନ୍ତି ତାଙ୍କୁ ଫସାଇ ଦେବାକୁ ଚେଷ୍ଟା ହୋଇଥିବା କହିଛନ୍ତି ଡିପିଏଚଓ । ଏ ଦିଗରେ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ସହଯୋଗ କରିବା କଥା କହିଛନ୍ତି ଚୁଲବତୀ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.