ବରଗଡ: JEE & NEET ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ବରଗଡ କଂଗ୍ରେସ ଜିଲ୍ଲାପାଳଙ୍କୁ ଭେଟିଲା । ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ଓ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମହାମାରୀ କୋରୋନା ସଂକ୍ରମଣ ସଂକଟ ସମୟରେ ସର୍ବଭାରତୀୟ JEE & NEET ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । କୋରୋନା ମହାମାରୀ ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବାବେଳେ କିନ୍ତୁ ଆଗାମୀ ଭବିଷ୍ୟତ ପିଢିଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ଚିନ୍ତା କରନାହିଁ । ବର୍ତ୍ତମାନ ସମୟରେ JEE ଏବଂ NEET ପରୀକ୍ଷା କରାଯିବା ତାହା ଭୁଲ ପଦକ୍ଷେପ ଏବଂ ଏହାକୁ ବାତିଲ କରାଯାଉ ବୋଲି କଂଗ୍ରେସ ଦଳ ଦାବି କରିଛି । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୁଗଳ ପ୍ରସାଦ ସିଂହ, ସରୋଜ ଷଡଙ୍ଗୀ, ନିହାର ରଞ୍ଜନ ମହାନନ୍ଦ, ପ୍ରଦୀପ ଦେବତା, ପ୍ରତାପ ଚନ୍ଦ୍ର ନାୟକ, ସୁଭେନ୍ଦୁ ସାହୁ, ତ୍ରିଲୋଚନ ସାହୁ, ସୁଶାନ୍ତ କୁମାର ସାହୁ, ଅରୁଣ ସେଠ୍, ଅଭିଷେକ ନାୟକ, ଗୌରବ ପତି, ପିକୁନ ନାୟକ, ସୁବ୍ରତ ନାୟକ ଓ ଅନାନିୟ ସଦସ୍ୟ ମିଶି ପ୍ରତିବାଦ ପ୍ରଦର୍ଶନ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ