ବରଗଡ: ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତଟ ରେଲୱେ ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ। ସମ୍ବଲପୁର ଠାରେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟାଭୂଷଣ ଓ ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ରେଳ ସେବା ସମ୍ପର୍କିତ ସମସ୍ୟା ନେଇ ଆଲୋଚନା କରିଥିଲେ ।
ଵରଗଡ-ଭୁବନେଶ୍ୱର ଇଣ୍ଟରସିଟି ଚଳାଚଳ ତୁରନ୍ତ ଆରମ୍ଭ କରିବା, ଵରଗଡ ରେଲୱେ ଷ୍ଟେସନର ଦ୍ଵିତୀୟ ପ୍ଲାଟଫର୍ମରେ ସେଡ଼ରକୁ ଏକ୍ସଟେନସନ କରିବା, ସମଲେଶ୍ବରୀ ଟ୍ରେନକୁ ତୁରନ୍ତ ବରଗଡ଼ରେ ରହଣିର ବ୍ୟବସ୍ଥା, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଵରଗଡ ଷ୍ଟେସନରେ ଲିଫ୍ଟର ବ୍ୟବସ୍ଥା ଇତ୍ୟାଦି ସମସ୍ଯା ଉପସ୍ଥାପନ କରିବା ସହ ଏହାର ସମାଧାନ ପାଇଁ ଦାବି କରିଛି ଏହି ପ୍ରତିନିଧି ମଣ୍ଡଳୀ । ଆଲୋଚନା ପରେ ରେଳବାଇ ଜେନେରାଲ ମ୍ୟାନେଜେର ଉପରୋକ୍ତ ସମସ୍ତ ଦାବି ଗୁଡିକ ତୁରନ୍ତ ସମାଧାନ କରାଯିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ