ETV Bharat / state

ଜାନୁଆରୀ 15ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ସ୍ଥାପନ ହେଲା ଶୁଭସ୍ତମ୍ଭ - ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ

Dhanu yatra 2024: ଧନୁଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ହାଟପଦା ସଞ୍ଚାର ପଡିଆରେ ସ୍ଥାପନ ହେଲା ଶୁଭ ସ୍ଥମ୍ଭ । ଅଧିକ ପଢନ୍ତୁ

dhanu yatra
ଧନୁଯାତ୍ରା
author img

By ETV Bharat Odisha Team

Published : Dec 23, 2023, 12:24 PM IST

ସ୍ଥାପନ ହେଲା ଶୁଭସ୍ତମ୍ଭ

ବରଗଡ: ଆଉ ଦିନ କେଇଟାର ଅପେକ୍ଷା, ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । କଂସର ଅଟ୍ଟହାସ୍ୟରେ କମ୍ପିବ ବରଗଡ ଜିଲ୍ଲା । ଆସନ୍ତାବର୍ଷ ଜାନୁଆରୀ 15 ତାରଖରୁ 25 ତାରିଖ ପର୍ଯ୍ୟନ୍ତ ବରଗଡରେ ଅନୁଷ୍ଠିତ ହେବାକୁ ଯାଉଛି ଧନୁଯାତ୍ରା । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶୁକ୍ରବାର ବରଗଡର ହାଟପଦା ସଞ୍ଚାର ପଡିଆ ଠାରେ ଶୁଭ ସ୍ଥମ୍ଭ ସ୍ଥାପନ ପ୍ରକ୍ରିୟା ଶେଷ ହୋଇଛି ।

ସ୍ଥାନୀୟ ତଳିପଡା ସ୍ଥିତ ବରଗଡ଼ର ଇଷ୍ଟଦେବୀ ମା' ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ହାଟପଦା ସ୍ଥିତ ସଞ୍ଚାର ପଡିଆରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ ଏସପି ପ୍ରହଲ୍ଲାଦ ମିନା, ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ର ଏବଂ ଏଡିଏମ ଲଲାଟ କୁମାର ଲୁହା ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ବରଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ଵାରା ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା । ଆଗାମୀ ବର୍ଷରେ ଆରମ୍ଭ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ପୂର୍ବ ଅପେକ୍ଷା ଆହୁରି ଆକର୍ଷୀୟ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-କଂସର ଅତ୍ୟାଚାରରୁ ଶେଷରେ ମୁକ୍ତି ପାଇଲେ ପ୍ରଜା, ସରିଲା ବଙ୍ଗୋମୁଣ୍ଡାର ପ୍ରସିଦ୍ଧ ଧନୁଯାତ୍ରା

ସେହିପରି ସମ୍ବଲପୁରୀ ଭାଷାରେ ଧନୁଯାତ୍ରା କରାଯାଉ ବୋଲି କୋଶଳ ସେନା ପକ୍ଷରୁ ଯେଉ ପ୍ରକାରର ଦାବି ଉଠିଥିଲା ତାହା ହେବ ନାହିଁ ଏବଂ ପୂର୍ବପରି ଚାଲିବ ବୋଲି ସ୍ଥିରିକୃତ ହୋଇଛି । ବିଶ୍ଵ ଦରବାରରେ କଳାକାର ମାନେ ଆଞ୍ଚଳିକ ସମ୍ବଲପୁରୀ ଭାଷାରେ ସଂଳାପ କହିବାକୁ କୋଶଳ ସେନା ପକ୍ଷରୁ ଦାବି କରାଯାଇ ଧାରଣାରେ ବସିଥିଲେ । ମାତ୍ର ସମସ୍ତ କଳାକାର ମାନଙ୍କୁ ନେଇ ଏକ ବୈଠକ ହେବାପରେ କଳାକାର ମାନେ ସମ୍ବଲପୁରୀରେ ସଂଳାପକୁ ନାପସନ୍ଦ କରିଥିଲେ । ଯାହାଫଳରେ ଭାଷାକୁ ନେଇ ଧନୁଯାତ୍ରାରେ କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ ବୋଲି ବୈଠକରେ ସ୍ଥିର କରଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା କରାଗଲା ପରେ ଏକ ବିଶାଳ ଶୋଭାଯାତ୍ରା ହାଟପଦାର ସଞ୍ଚାର ପଡିଆକୁ ବାହାରିଥିଲା । ଧନୁଯାତ୍ରାର ସମସ୍ତ ବିଭାଗର କମିଟି ଓ ଜିଲ୍ଲାପ୍ରଶାସନ ତଥା ସମସ୍ତ କଳାକାର ମାନେ ଏଥିରେ ସାମିଲ ହୋଇଥିଲେ । ରୀତି ଅନୁଯାୟୀ ପୂଜା କରାଯିବା ପରେ ଜିଲ୍ଲାପାଳ ନିଜେ ଶୁଭ ସ୍ତମ୍ବ ସ୍ଥାପନ କରିଥିଲେ। ଧନୁଯାତ୍ରାରେକଂସ ଭୂମିକାରେ ହୃଷୀକେଶ ଭୋଇ ଅଭିନୟ କରିବେ । ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିବା ଧନୁଯାତ୍ରାରେ ସେ କଂସ ଭୂମିକା ତୁଲାଇଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.