ବରଗଡ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧିଛକରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ED) ପକ୍ଷରୁ ବାରମ୍ବାର ଡକାଯିବା ଏବଂ ହଇରାଣ କରାଯିବାକୁ ଦେଶବ୍ୟାପୀ ବିରୋଧ କରୁଛି ଦଳ । ଏନେଇ ସାରା ଦେଶରେ କଂଗ୍ରେସକର୍ମୀ ଓ ନେତା ବିରୋଧ ପ୍ରଦର୍ଶନ କରୁଛନ୍ତି ।
ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ର, EDkକୁ ବ୍ୟବହାର କରୁଥିବା କଂଗ୍ରେସକର୍ମୀ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଏଭଳି ପଦକ୍ଷେପକୁ ନାପସନ୍ଦ କରିଛି କଂଗ୍ରେସ । ଏନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି l ଘଟଣାକୁ ନେଇ ଓଡିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ କଂଗ୍ରେସକର୍ମୀ ଓ ନେତା ବିରୋଧ ପ୍ରଦର୍ଶନ କରିଛନ୍ତି ।
ବରଗଡ ସହରରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବାସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ଦାହ କରିଛନ୍ତି ।
ଇଟିଭି ଭାରତ, ବରଗଡ