ETV Bharat / state

କୋରୋନାକୁ ବଳିଗଲା କ୍ୟାନସର, ଚିକିତ୍ସା ନପାଇ ଛଟପଟ ରୋଗୀ

author img

By

Published : Jul 15, 2020, 1:24 PM IST

Updated : Jul 15, 2020, 6:49 PM IST

ସାରା ବିଶ୍ବ ଏବେ କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସତଚେଷ୍ଟିତ । ହେଲେ ଏହାରି ଭିତରେ କଷ୍ଟରେ ହନ୍ତସନ୍ତ ହେଉଛନ୍ତି କ୍ୟାନସର ରୋଗୀ । କ୍ୟାନସର ରୋଗୀଙ୍କ ପାଇଁ ଏବେ ଅଗ୍ନି ପରୀକ୍ଷାର ସମୟ କାରଣ ଉଭୟ ରୋଗରୁ କେମିତି ମୁକ୍ତି ପାଇ ବଞ୍ଚିବେ ସେ ନେଇ ଏବେ କେବଳ ଭଗବାନଙ୍କୁ ହିଁ ଭରସା କରିଚାଲିଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bargarh-cancer-patients-not-getting-treatment-due-to-hospital-opd-closed
କୋରୋନା ଠୁ ବଳିଗଲା କ୍ୟାନସର, ଚିକିତ୍ସା ନପାଇ ଛଟପଟ ରୋଗୀ

ବରଗଡ: ସାରା ବିଶ୍ବ ଏବେ କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସତ ଚେଷ୍ଟିତ । ହେଲେ ଏହାରି ଭିତରେ କଷ୍ଟରେ ହନ୍ତସନ୍ତ ହେଉଛନ୍ତି କ୍ୟାନସର ରୋଗୀ । କ୍ୟାନସର ରୋଗୀଙ୍କ ପାଇଁ ଏବେ ଅଗ୍ନି ପରୀକ୍ଷାର ସମୟ କାରଣ ଉଭୟ ରୋଗରୁ କେମିତି ମୁକ୍ତି ପାଇ ବଞ୍ଚିବେ ସେ ନେଇ ଏବେ କେବଳ ଭଗବାନଙ୍କୁ ହିଁ ଭରସା କରିଚାଲିଛନ୍ତି। ଅନ୍ୟପଟେ ସରକାର କୋରୋନା ସହିତ ଲଢିବା ପାଇଁ ଚାରିଆଡେ ପୂର୍ବ ପ୍ରସ୍ତୁତି କରିଛନ୍ତି ହେଲେ କ୍ୟାନସର ରୋଗୀଙ୍କୁ ସତେ ଯେମିତି ଭୁଲି ଯାଇଛନ୍ତି। ବରଗଡ ଜିଲ୍ଲାରେ ଓଡିଶାର ସର୍ବାଧିକ କ୍ୟାନସର ରୋଗୀ ରହିଥିବା ବେଳେ ଚିକିତ୍ସା ନପାଇ ଏବେ କେମିତି ଜୀବନ ଅତିବାହିତ କରୁଛନ୍ତି, ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

କୋରୋନାକୁ ବଳିଗଲା କ୍ୟାନସର, ଚିକିତ୍ସା ନପାଇ ଛଟପଟ ରୋଗୀ

ଗୋଟେପଟେ ପ୍ରାଣହାନୀ ଭୂତାଣୁ କୋରୋନାର ଭୟ ଅନ୍ୟପଟେ କଷ୍ଟ ଜର୍ଜରିତ ରୋଗ କ୍ୟାନସର। ଦୁଇଟି ରୋଗ ମଝିରେ ଜୁଝୁଛନ୍ତି ବରଗଡର କ୍ୟାନସର ରୋଗୀ । ରାଜ୍ୟରେ ପ୍ରତିବର୍ଷ 8 ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା କେବଳ ପଶ୍ଚିମ ଓଡିଶା ବରଗଡରୁ ଅଧିକାଂଶ ରୋଗୀ ଚିହ୍ନଟ ହୋଇଥାନ୍ତି । ଜିଲ୍ଲାରେ ଭିନ୍ନ ଭିନ୍ନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ କୋରୋନା ଯୋଗୁଁ ନା ରାଜ୍ୟରେ ନା ରାଜ୍ୟ ବାହାରେ ଚିକିତ୍ସା ସୁବିଧା ପାଉଛନ୍ତି ଏମାନେ । ଯାହାକୁ ନେଇ ଚିନ୍ତାରେ ରୋଗୀଙ୍କ ସହ ରୋଗୀଙ୍କ ପରିବାର । ବିଡମ୍ବନାର ବିଷୟ ଯେ, ବାରମ୍ବାର ଏଠାରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ନେଇ ଦାବି ଉଠିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ ।

ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ 2014-15 ରେ 1017 ଜଣ, 2015-16ରେ 1065, 2016-17 ରେ 1098 ଏବଂ 2017-18ରେ 1100 ସଂଖ୍ୟା ଉପରେ ଟପିଛି । ମାତ୍ର ବରଗଡ ଜିଲ୍ଲାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ନା ଠିକସେ ଡାଇଗ୍ନୋସିସ ହେଉଛି ନା ରାଜ୍ୟର ଯେଉଁ ପ୍ରତିଷ୍ଠିତ କ୍ୟାନସର ହସ୍ପିଟାଲ ରହିଛି ସେଠାରେ କୋରୋନା କାରଣରୁ ଏବେ ଚିକିତ୍ସା ମିଳିପାରୁଛି । ଫଳରେ ଭୟରେ ଦିନ ଗଣୁଛନ୍ତି ରୋଗୀ । ଅନ୍ୟପଟେ ଫାଇଟର୍ସ ଗ୍ରୁପ ପକ୍ଷରୁ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ପ୍ରଥମେ ଦାବି ହୋଇଥିଲା। 2019 ମସିହା ଫେବୃଆପରୀ 21 ରେ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ କହିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବିଭାଗୀୟ ଅଧିକାରୀ, ପ୍ରଶାସନ ବି ଏକଥାକୁ ଭୁଲିଯାଇଛନ୍ତି ।

କାହାର କେମୋ ଚିକିତ୍ସା ସ୍ଥଗିତ ରହିଯାଇଛି ତ କାହାର ରେଡିଏସନ ବନ୍ଦ ହୋଇଯାଇଛି ଏବଂ ଜୀବନ ଓ ମୃତ୍ୟୁ ର ଦୋଛକିରେ ରହିଯାଇଛନ୍ତି ବହୁ କ୍ୟାନସର ରୋଗୀ | ଓଡିଶାର କଟକ ଓ ଭୁବନେଶ୍ବର ଠାରେ ବହୁ ଗୁଡିଏ କ୍ୟାନସର ହସ୍ପିଟାଲ ରହିଥିବା ବେଳେ ସମଗ୍ର ପଶ୍ଚିମ ଓଡିଶାରେ ଗୋଟିଏ ମଧ୍ୟ କ୍ୟାନସର ହସ୍ପିଟାଲ ନାହିଁ ଏବଂ ବରଗଡ ଜିଲ୍ଲାରେ ଏତେ ସଂଖ୍ୟାରେ କ୍ୟାନସର ରୋଗୀ ଚିହ୍ନଟ ହେବାପରେ କ୍ୟାନସର ହସ୍ପିଟାଲ ନିର୍ମାଣ ଦାବିରେ ଆନ୍ଦୋଳନ ଲାଗିରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା କାରଣରୁ ଆଜି ନିର୍ମାଣ ହୋଇପାରି ନାହିଁ ହସ୍ପିଟାଲ |

ବରଗଡବାସୀଙ୍କୁ ପ୍ରତିଶ୍ରୁତି ଦେଇ ସରକାର ଏବେ ନିଜ ବାଟରେ । କୋରୋନା କାରଣରୁ ସରକାର ପୂର୍ବ ପ୍ରସ୍ତୁତି ସହ କୋରୋନା ରୋଗୀଙ୍କ ଚିକିତ୍ସା ପ୍ରତି ଯେତିକି ତତ୍ପର ସେତିକି ତତ୍ପରତା କିନ୍ତୁ କ୍ୟାନସର ରୋଗୀଙ୍କ ପ୍ରତି ଦେଖାଇ ନାହାନ୍ତି । ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଆଡକୁ ଗତି କରୁଥିବା ବେଳେ ଯଦି କ୍ୟାନସର ହସ୍ପିଟାଲ ଟିଏ ଜିଲ୍ଲାରେ ନିର୍ମାଣ ହୋଇଥାନ୍ତା ଆଜି ଏମିତି ଦୁର୍ଦ୍ଦିନ ଦେଖିବାକୁ ପଡିନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jul 15, 2020, 6:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.