ETV Bharat / state

ଅମ୍ବାଭୋନା ବ୍ଲକ ବିଡ଼ିଓଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର

author img

By

Published : Nov 13, 2021, 7:46 AM IST

ଅମ୍ବାଭୋନା ବିଡ଼ିଓ ଆଲଫ୍ରାନ୍ସ ବିଲୁଙ୍ଗ ଚାକିରିରୁ ବାଧ୍ୟତାମୂଳକ ଅବସର ନେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଳା ଲାଠିକଟା ତହସିଲ କାର୍ଯ୍ୟାଳୟରେ ତହସିଲଦାର ଥିବା ବେଳେ ତାଙ୍କ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିଲା । ଅଧିକ ପଢନ୍ତୁ...

ଅମ୍ବାଭୋନା ବ୍ଲକ ବିଡ଼ିଓଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର
ଅମ୍ବାଭୋନା ବ୍ଲକ ବିଡ଼ିଓଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର

ବରଗଡ: ଚାକିରିରୁ ବିଦା ହେଲେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ବିଡ଼ିଓ ଆଲଫ୍ରାନ୍ସ ବିଲୁଙ୍ଗ । ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବାରୁ ଚାକିରିରୁ ବିଦା ହେବା ସହ ଗତକାଲି ସେ ବାଧ୍ୟତାମୂଳକ ଅବସର ନେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଳା ଲାଠିକଟା ତହସିଲ କାର୍ଯ୍ୟାଳୟରେ ତହସିଲଦାର ଥିବା ବେଳେ ତାଙ୍କ ନାମରେ ବ୍ୟାପକ ଦୁର୍ନିତି ଅଭିଯୋଗ ଆସିଥିଲା ।

ସେଠାରେ ଜମିର କିସମ ପରିବର୍ତ୍ତନ କରି ସେ ବ୍ୟାପକ ଅର୍ଥ ହଡପ କରିଥିଲେ । ସେ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକକୁ ବିଡିଓ ଭାବରେ ବଦଳି ହୋଇ ଆସିଥିଲେ । ଦୁର୍ନୀତି ଅଭିଯୋଗରେ ଗତକାଲି ରାଜ୍ୟ ସରକାର ରାଜ୍ୟର ୮ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଆଲଫ୍ରାନ୍ସ ବିଲୁଙ୍ଗଙ୍କ ନାମ ମଧ୍ୟ ରହିଥିଲା । ତେବେ ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁଁ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.