ETV Bharat / state

ବରଗଡ ପୋଲିସକୁ ବଡ ସଫଳତା: ଲକ୍ଷାଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ, 4 ଗିରଫ - Baragarh Police Seized

ବେଆଇନ ନିଶା ଦ୍ରବ୍ୟ ଚାଲାଣ କରୁଥିବା 4 ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ନିଶା ଦ୍ରବ୍ୟ ଥିବା ଦୁଇଟି କାର୍‌ରୁ ପୋଲିସ 1400 ବୋତଲ କପ୍‌ ସିରଫ , 105 ଗୋଟି ନିଶା ବଟିକା , ଏକ ଲକ୍ଷ 14 ହଜାର ଶହେ ଟଙ୍କା ନଗଦ , 6 ଗୋଟି ମୋବାଇଲ ଫୋନ , ATM ଓ ଆଧାର କାର୍ଡ ସହିତ ଦୁଇ ଗୋଟି କାର ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Sep 11, 2019, 2:56 AM IST

ବରଗଡ: ପୁଣି ଥରେ ବରଗଡ ପୋଲିସକୁ ମିଳିଛି ବଡ ଧରଣର ସଫଳତା । ନିଶା କାରବାରରେ ଏକ ବଡ ରାକେଟ ଚଲାଉଥିବା 4 ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ଏହି ନିଶା କାରବାରରେ ସମ୍ପୃକ୍ତ ଥିବା ସମ୍ବଲପୁର ନିବାସୀ ଚନ୍ଦ୍ରଶେଖର ଚାନ୍ଦ, ରାୟପୁରର ବିପୁଳ ଅଗ୍ରୱାଲ ଓ ୟାଦବେନ୍ଦ୍ର ସିଂ ଏବଂ ଦୁର୍ଗ ଅଞ୍ଚଳର ଭୁପେଶ ଜୈନଙ୍କୁ ଗିରଫ କରିଛି ପୋଲିସ।

ବରଗଡ ପୋଲିସକୁ ବଡ ସଫଳତା

ସୂଚନା ଅନୁସାରେ ସୋହେଲା ପୋଲିସ ଗ୍ରଞ୍ଜେଲ ନିକଟରେ ଯାନବାହାନ ଚେକିଂ କରୁଥିବା ସମୟରେ ବେଆଇନ ନିଶା ଦ୍ରବ୍ୟ ଚାଲାଣ କରୁଥିବା ଏକ କାରରୁ ୧୪୦୦ ବୋତଲ କପ୍‌ ସିରଫ ଜବତ କରିଥିଲା | କାରଟି ଛତିଶଗଡ଼ ଅଞ୍ଚଳରୁ ଓଡ଼ିଶାକୁ ଆସୁଥିଲା । ଘଟଣାସ୍ଥଳରେ କାର ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିକୁ ପୋଲିସ କାବୁ କରିନେଇଥିଲା | ପରେ ସେମାନଙ୍କୁ ଜେରା କରିବା ପରେ ପୋଲିସ ହାତରେ ଏହି ରାକେଟ ସମ୍ପର୍କରେ ଅଧିକ ସୂଚନା ଲାଗିଥିଲା । ଫଳରେ ନିଶା ବେପାରରେ ସମ୍ପୃକ୍ତ ଥିବା ଆଉ ଗୋଟିଏ କାର ଓ ଅନ୍ୟ ଦୁଇଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି।

ପୋଲିସ ଉଭୟ ଗାଡିରୁ 1400 ବୋତଲ କପ୍‌ ସିରଫ , 105 ଗୋଟି ନିଶା ବଟିକା , ଏକ ଲକ୍ଷ 14 ହଜାର ଶହେ ଟଙ୍କା ନଗଦ , 6 ଗୋଟି ମୋବାଇଲ ଫୋନ , ATM ଓ ଆଧାର କାର୍ଡ ସହିତ ଦୁଇ ଗୋଟି କାର ଜବତ କରିଛି ।

ବରଗଡ ଜିଲ୍ଲାକୁ ନୂତନ ମହିଳା ଏସପି ପଦ୍ମିନୀ ସାହୁ ଯୋଗଦାନ କରିଲା ପରେ ଜିଲ୍ଲା ପୋଲିସର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି | ମହିଳା ଏସପିଙ୍କ ଯୋଗଦାନ କରିବାର ଗୋଟିଏ ମାସ ହୋଇନଥିବା ବେଳେ ଡକାୟତି ଗ୍ୟାଙ୍ଗର ଦୁଇଟି ଦଳର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସେହିଭଳି ଅନ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତ ଏବଂ ବେଆଇନ ନିଶା ଦ୍ରବ୍ୟ ବେପାର କରୁଥିବା 4ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ପୋଲିସ କୁ ମିଳିଛି ପୁଣି ସଫଳତା ନିଶା କାରବାରର ଏକ ବଡ ରାକେଟ ଚଲାଉଥିବା ଚାରିଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ | ବରଗଡ ଜିଲ୍ଲାକୁ ନୂତନ ମହିଳା ଏସ୍ ପି ପଦ୍ମିନୀ ସାହୁ ଯୋଗଦାନ କରିଲା ପରେ ଜିଲ୍ଲା ପୋଲିସ ବିଭାଗର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି | ମହିଳା ଏସପି ଙ୍କ ଯୋଗଦାନ କରିବାର ଗୋଟିଏ ମାସ ମଧ୍ୟ ହୋଇନଥବା ବେଳେ ରାଜରାସ୍ତାରେ ଡକାଯତି କରୁଥିବା ଦୁଇଟି ଦଳର ୧୨ ଜଣ ଡକାୟତ ଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତ ଏବଂ ବେଆଇନ ନିଶା ଦ୍ରବ୍ୟ ବେପାର କରୁଥିବା ଚାରିଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି |

Body:ସୋହେଲା ପୋଲିସ ଗ୍ରୀଞ୍ଜେଲ ନିକଟରେ ଯାନବାହାନ ଚେକିଙ୍ଗ କରୁଥିବା ସମୟରେ ବେଆଇନ ନିଶା ଦ୍ରବ୍ୟ ଚାଲାଣ ହେଉଥିବା ଏକ କାର ରେ ୧୪୦୦ ବୋତଲ କଫ ଶିରଫ ଜବତ କରିଥିଲା |ଏହି କାରଟି ଛତିଶଗଡ଼ ଅଞ୍ଚଳରୁ ଓଡ଼ିଶାକୁ ଆସୁଥିବା ବେଳେ ଏଥିରେ ଥିବା ଡ୍ରାଇଭର ଓ ଆଉଜଣେ ବ୍ୟକ୍ତିକୁ ପୋଲିସ କାବୁ କରିଥିଲା | ତେବେ ସେମାନଙ୍କୁ ଜେରା କରିବା ପରେ ପୋଲିସ ହାତରେ ଏହି ରେକେଟ ର ଚେର ସାମନାକୁ ଆସିଥିଲା ଏବଂ ନିଶା ବ୍ୟାପାରରେ ସମ୍ପୃକ୍ତ ଥିବା ଆଉ ଗୋଟିଏ କାର ଓ ଅନ୍ୟ ଦୁଇଜଣ ଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି | ପୋଲିସ ଉଭୟ ଗାଡିରୁ 1400 ବୋତଲ କଫ ସିରଫ , 105 ଗୋଟି ନିଶା ବଟିକା , ଏକ ଲକ୍ଷ 14 ହଜାର ଶହେ ଟଙ୍କା ନଗଦ , 6 ଗୋଟି ମୋବାଇଲ ଫୋନ , ATM ଓ ଆଧାର କାର୍ଡ ସହିତ ଦୁଇ ଗୋଟି କାର ଜବତ କରିବା ସହିତ ସମ୍ବଲପୁର ନିବାସୀ ଚନ୍ଦ୍ର ଶେଖର ଚାନ୍ଦ, ରାୟପୁର ର ବିପୁଳ ଅଗ୍ରୱାଲ ଓ ୟାଦବେନ୍ଦ୍ର ସିଂ ଏବଂ ଦୁର୍ଗ ର ଭୁପେଶ ଜୈନ କୁ ଗିରଫ କରିଛି |

ବାଇଟ 1 - ପଦ୍ମିନୀ ସାହୁ (ବରଗଡ ଏସ ପି )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.