ETV Bharat / state

ସାମ୍ବାଦିକ ସାଜିଲେ ଦେବଦୂତ, ସଟ୍‌ଡାଉନରେ ଫସିଥିବା ଶ୍ରମିକଙ୍କୁ ହେଲେ ସାହା - ସଟ୍‌ଡାଉନରେ ଫସିଲେ ଶ୍ରମିକ

ଦୁଇଦିନିଆ ସାପ୍ତାହନ୍ତ ସଟଡାଉନରେ ବସ୍‌ଷ୍ଟାଣ୍ଡରେ ଫସିଥିଲେ ଛତିଶଗଡର 50 ଜଣ ଶ୍ରମିକଙ୍କୁ ଉଦ୍ଧାର କରି ବରଗଡର କିଛି ସାମ୍ବାଦିକ ଛତିଶଗଡକୁ ପଠାଇଛନ୍ତି । ଅଧିକ ପଢନ୍ତୁ...

Baragarh: Local journalist help Migrant workers who trapped in busstand due to weekend shutdown
ସାମ୍ବାଦିକ ସାଜିଲେ ଦେବଦୂତ, ସଟ୍‌ଡାଉନରେ ଫସିଥିବା ଶ୍ରମିକଙ୍କୁ ହେଲେ ସାହା
author img

By

Published : Apr 17, 2021, 10:43 PM IST

ବରଗଡ: ପୁଣି ଦେବଦୂତ ସାଜିଲେ ସାମ୍ବାଦିକ । ଦୁଇଦିନିଆ ସାପ୍ତାହନ୍ତ ସଟଡାଉନରେ ବସ୍‌ଷ୍ଟାଣ୍ଡରେ ଫସିଥିଲେ ଛତିଶଗଡର 50 ଜଣ ଶ୍ରମିକଙ୍କୁ ଉଦ୍ଧାର କରି ବରଗଡର କିଛି ସାମ୍ବାଦିକ ଛତିଶଗଡକୁ ପଠାଇଛନ୍ତି । ସାମ୍ବାଦିକମାନେ ଏକ ବସ୍‌ର ଯୋଗାଡ କରିଥିଲେ ଓ ସେମାନଙ୍କୁ ଛତିଶଗଡ ରାଜ୍ୟ ସୀମା ପର୍ଯ୍ୟନ୍ତ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ |

ସାମ୍ବାଦିକ ସାଜିଲେ ଦେବଦୂତ, ସଟ୍‌ଡାଉନରେ ଫସିଥିବା ଶ୍ରମିକଙ୍କୁ ହେଲେ ସାହା

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ଏକ ଇଟାଭାଟି ମାଲିକ ପାଖରେ ଛତିଶଗଡର କିଛି ଶ୍ରମିକ ରହି କାମ କରିଆସୁଥିଲେ | ବର୍ତ୍ତମାନର କୋରୋନା ସ୍ଥିତିରେ ଇଟାଭାଟି ମାଲିକ ସେମାନଙ୍କୁ ଘରକୁ ଚାଲିଯିବାକୁ କହିଥିଲା ।

ଫଳରେ 50 ଜଣ ଶ୍ରମିକ ନିଜ ପରିବାର ସହ ଛତିଶଗଡକୁ ଫେରୁଥିଲେ । ମାତ୍ର ବରଗଡରେ ସାପ୍ତାହନ୍ତ ସଟଡାଉନ ଲାଗୁ ଯୋଗୁଁ ସେମାନେ ବରଗଡ ବସଷ୍ଟାଣ୍ଡରେ ଫସି ରହିଥିଲେ | କିଛି ସାମ୍ବାଦିକ ଏମାନଙ୍କ ଅବସ୍ଥା ଦେଖି ଜିଲା ପ୍ରଶାସନ ସହିତ ଯୋଗାଯୋଗ କରି ସେମାନଙ୍କର ଯିବାର ବ୍ୟବସ୍ଥା କରିଥିଲେ ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଇଥିଲେ | ସାମ୍ବାଦିକଙ୍କ ଏପରି ମାନବିକତା ପାଇଁ ଶ୍ରମିକମାନେ ସାଧୁବାଦ ଜଣାଇଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.