ETV Bharat / state

ପଶ୍ଚିମ ଓଡିଶାରେ ତାତିଲେ ଚାଷୀ

author img

By

Published : Nov 21, 2019, 3:23 PM IST

ପଶ୍ଚିମ ଓଡିଶାରେ ତେଜୁଛି ଟୋକନ ବିରୋଧୀ ଚାଷୀ ଆନ୍ଦୋଳନ । ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର  ମହାଲକ୍ଷ୍ମୀଙ୍କ ପୂଜାରେ ରାସ୍ତା ଉପରେ ହଜାର ହଜାର ବସ୍ତା ଧାନ ଗଦା କରି ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ପଶ୍ଚିମ ଓଡିଶାରେ ତେଜୁଛି ଟୋକନ ବିରୋଧୀ ଚାଷୀ ଆନ୍ଦୋଳନ । ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜାରେ ରାସ୍ତା ଉପରେ ହଜାର ହଜାର ବସ୍ତା ଧାନ ଗଦା କରି ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।

ତେବେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥରେ ଚାଷୀମାନେ ଧାନ ଗଦା କରି ଟୋକନ ବ୍ୟବସ୍ଥାର ପ୍ରତିବାଦ କରିବା ସହ ଏହି ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ରାସ୍ତାରେ ଧାନ ଗଦା ହୋଇଥିବାରୁ ରାଜପଥ ଅବରୋଧ ହୋଇଛି। ଫଳରେ ରାଜପଥର ଉଭୟ ପାଶ୍ବରେ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି।

ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସକୁ ଛାଡ଼ିଦେଇ ସମସ୍ତ ଯାନବାହାନ ଯିବା ଆସିବା ବନ୍ଦ ରହିଛି । ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି। ଚାଷୀଙ୍କ ସହିତ ଉପଜିଲ୍ଲାପାଳଙ୍କ ଆଲୋଚନା ସତ୍ତ୍ଵେ ଚାଷୀ ନିଜ ଦାବିରେ ଅଟଳ ଅଛନ୍ତି । ଯେପର୍ଯ୍ୟନ୍ତ ସରକାର ଏହି ଟୋକନ ସିଷ୍ଟମକୁ ଉଚ୍ଛେଦ ନ କରିଛନ୍ତି ଆନ୍ଦୋଳନରୁ ଚାଷୀ ଓହରିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିରେ ଜିଲ୍ଲାପ୍ରଶାସନ ଦଖଲ ଦେଇପାରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ତେବେ ସରକାର ଯାହା ନିଷ୍ପତ୍ତି ନେବେ ସେ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଉଭୟ ଚାଷୀ ଓ ପ୍ରଶାସନ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ଯାହାକୁନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି।

Body:ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଆଜି ମହାଲକ୍ଷ୍ମୀଙ୍କ ପୂଜା ଗୁରୁବାର ଦିନରେ ରାସ୍ତା ଉପରେ ଚାଷୀ ମାନେ ହଜାର ହଜାର ବସ୍ତା ଧାନ ଗଦା କରିଦେଇଥିବା ବେଳେ ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥରେ ଚାଷୀମାନେ ଧାନ ଗଦା କରି ଟୋକନ ବ୍ୟବସ୍ଥାର ପ୍ରତିବାଦ କରିବା ସହ ଏହି ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ରାସ୍ତାରେ ଧାନ ଗଦା ହୋଇଥିବାରୁ ରାଜପଥ ଅବରୋଧ ହୋଇଛି। ଫଳରେ ରାଜପଥର ଉଭୟ ପାଶର୍‌ବରେ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସ କୁ ଛାଡ଼ିଦେଇ ସମସ୍ତ ଯାନବାହାନ ଯିବା ଆସିବା ବନ୍ଦ ରହିଛି । ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ମୃତାୟନ କରାଯାଇଛି। ଚାଷୀଙ୍କ ସହିତ ଉପଜିଲ୍ଲାପଳ ଆଲୋଚନା ସତ୍ତ୍ଵେ ଚାଷୀ ନିଜ ଦାବିରେ ଅଟଳ ଅଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏହି ଟୋକନ ସିଷ୍ଟମକୁ ଉଚ୍ଛେଦ କରିଛନ୍ତି ଆନ୍ଦୋଳନ ରୁ ଚାଷୀ ଓହରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତି ରେ ଜିଲ୍ଲାପ୍ରଶାସନ ଦଖଲ ଦେଇପାରିବେ ନାହିଁ ବୋଲି ଜଣାଇ ଦେଇଥିଲେ । ତେବେ ସରକାର ଯାହା ନିଷ୍ପତ୍ତି ନେବେ ସେ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଉଭୟ ଚାଷୀ ଓ ପ୍ରଶାସନ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି।
ବାଇଟ ୧- ବିରେନ୍ଦ୍ର କର ( କୃଷକ ସଙ୍ଗଠନ ବ୍ଲକ୍ ସଭାପତି )
ବାଇଟ ୨- ଗୌର ଖମାରୀ ( ଚାଷୀ ନେତା )
ବାଇଟ ୩- ନିହାର ରଞ୍ଜନ ମହାନନ୍ଦ ( ପୂର୍ବତନ ବିଧା ୟକ)Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.