ETV Bharat / state

ନୂତନ ମୋଟର ଯାନ ନିୟମକୁ ନେଇ ଦାବିପତ୍ର ଦେଲା ବରଗଡ ଆମ ଆଦମି ପାର୍ଟି - ନୂତନ ମୋଟର ଯାନ ନିୟମ

ନୂତନ ମୋଟର ଯାନ ନିୟମକୁ ନେଇ ରାଜ୍ୟ ପରିବହନ କମିଶନରଙ୍କୁ ଦାବି ପତ୍ର ଦେଲା ବରଗଡ ଆମ ଆଦମି ପାର୍ଟି । ଜନସାଧାରଣଙ୍କୁ ବିଭିନ୍ନ କାଗଜ ପତ୍ର ସମ୍ପୂର୍ଣ କରିବା ପାଇଁ ଅତିକମରେ ୬ ମାସ ସମୟ ଦିଆଯାଉ ବୋଲି ଦାବି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Sep 8, 2019, 3:56 AM IST

ବରଗଡ: ଯାନବାହନକୁ ନେଇ ସରକାରଙ୍କ ପରିବର୍ତ୍ତିତ ନୂତନ ନିୟମ ଏବେ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ବରଗଡ ଆମ ଆଦମି ପାର୍ଟି ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାତାରାତି ଘୋଷଣା କରାଯାଇଥିବା ନୂତନ ଆଇନରେ କାଗଜ ପତ୍ର ଯାଞ୍ଚ ପାଇଁ ଜନସାଧାରଣଙ୍କୁ ଅତିକମରେ ୬ ମାସର ସମୟ ଧାର୍ଯ୍ୟ କରାଯାଉ ବୋଲି ଦାବି ରହିଛି । ସହ ଜନସଚେତନତା କରିବା ସହିତ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟାଳୟ ଖୋଲାଯାଇ କାଗଜ ପତ୍ର ତିଆରି ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛି ଆପ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପରିବର୍ତ୍ତିତ ମୋଟର ଆକ୍ଟ ୨୦୧୯କୁ ଦେଶର ୬ ଗୋଟି ରାଜ୍ୟର ସରକାର ଆପତ୍ତି କରିଥିବା ବେଳେ ପଡୋଶୀ ଛତତିଶଗଡ଼ ରାଜ୍ୟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇନାହିଁ । ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ କରାଯାଇଥିବା ଏହି ନୂଆ ସଡ଼କ ପରିବହନ ଆଇନରେ ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ତେବେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକଙ୍କ ଗାଡିର ଦାମରୁ ଅଧିକ ହେଉଛି ଫାଇନ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ଲୋକେ ଭୟରେ ଗାଡି ବାହାର କରୁନାହାନ୍ତି । ବରଗଡ ପରିବହନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଫାଇନ ଆକାରରେ ଆଦାୟ କରାଯାଇଥିବା ଜଣାପଡିଛି ।

ବରଗଡ ଆମ ଆଦମି ପାର୍ଟି ଲୋକଙ୍କ ସୁରକ୍ଷା ପାଇଁ ଏହି ନିୟମକୁ ସ୍ଵାଗତ କରିଥିବା ବେଳେ ଜନସାଧାରଣଙ୍କୁ ବିଭିନ୍ନ କାଗଜ ପତ୍ର ସମ୍ପୂର୍ଣ କରିବା ପାଇଁ ଅତିକମରେ ୬ ମାସ ସମୟ ଦିଆଯାଉ ବୋଲି କହିଛି । ଏନେଇ ଆମ ଆଦମି ଦଳର ଆବାହକ ଭବାନୀ ସାହୁ , ଅମିତାଭ ପାତ୍ର , ଅସିତ ସାହୁ , ମେରିୟମ ବାର୍ଲ୍ଲା ଓ ମହମ୍ମଦ ଅଲିମ ଶନିବାର ବରଗଡ ପରିବହନ ଅଧିକାରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଯାନବାହାନ କୁନେଇ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ନୂତନ ନିୟମ ଏବେ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ବରଗଡ ଆମ ଆଦମି ପାର୍ଟି ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ରାତାରାତି ଘୋଷଣା କରାଯାଇଥିବା ନୂତନ ଆଇନ ରେ କାଗଜ ପତ୍ର ଯାଞ୍ଚ ପାଇଁ ଜନସାଧାରଣଙ୍କୁ ଅତିକମରେ ୬ ମାସର ସମୟ ଧାର୍ଯ୍ୟ କରାଯାଉ ଏବଂ ଜନସଚେତନତା କରିବା ସହିତ ପ୍ରତ୍ୟେକ ବ୍ଲକରେ, କାର୍ଜ୍ୟାଳୟ ଖୋଲାଯାଇ କାଗଜ ପତ୍ର ତିଆରି ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି |
Body:ପରିବର୍ତିତ ମୋଟର ଆକ୍ଟ ୨୦୧୯ କୁ ଦେଶର ୬ ଗୋଟି ରାଜ୍ୟର ସରକାର ଏହାକୁ ଆପତ୍ତି କରିଥିବା ବେଳେ ପଡୋଶୀ ଛତତିଶଗଡ଼ ରାଜ୍ୟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇନାହିଁ | ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ କରାଯାଇଥିବା ଏହି ନୂଆ ସଡ଼କ ପରିବହନ ଆଇନ ରେ ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ତେବେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଲୋକଙ୍କ ଗାଡିର ଦାମ ରୁ ଅଧିକ ହେଉଛି ଫାଇନ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସାନ୍ତି ସୃଷ୍ଟି ହୋଇଥିବା ବେଳେ ଲୋକେ ଭୟରେ ଗାଡି ବାହାର କରୁନାହାନ୍ତି ତଥାପି ମଧ୍ୟ ବରଗଡ ପରିବହନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଅର୍ଥ ଫାଇନ କରାଯାଇଥିବା ଜଣାପଡିଛି | ତେବେ ବରଗଡ ଆମ ଆଦମି ପାର୍ଟି ଲୋକଙ୍କ ସୁରକ୍ଷା ପାଇଁ ଏହି ନିୟମକୁ ସ୍ଵାଗତ କରିଥିବା ବେଳେ କିନ୍ତୁ ଜନସାଧାରଣ ଙ୍କୁ ବିଭିନ୍ନ କାଗଜ ପତ୍ର ସମ୍ପୂର୍ଣ କରିବା ପାଇଁ ଅତିକମରେ ୬ ମାସ ସମୟ ଦିଆଯାଉ ଯାହାଫଳରେ ଲୋକେ ହଇରାଣ ନ ହେବେ ବୋଲି କହିଛି |ତେବେ ଏନେଇ ଆମଆଦମି ଦଳର ଆବାହକ ଭବାନୀ ସାହୁ , ଅମିତାଭ ପାତ୍ର , ଅସିତ ସାହୁ , ମେରିୟମ ବାର୍ଲ୍ଲା ଓ ମହମ୍ମଦ ଅଲିମ ଆଜି ବରଗଡ ପରିବହନ ଅଧିକାରୀଙ୍କୁ ଭେଟିଥିଲେ ଏବଂ ସ୍ମାରକ ପତ୍ର ପ୍ରଦାନ କରିଥିଲେ |

ବାଇଟ ୧- ଭବାନୀ ପ୍ରସାଦ ସାହୁ ( ଆବାହକ ଆମ ଆଦମି ) edited with voice over
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.