ETV Bharat / state

ବିଶ୍ଵକର୍ମା ପୂଜା ଫିକା କଲା 2 ବର୍ଷର ବକେୟା ଦରମା - 24 ମାସର ବକେୟା ଦରମା

ବରଗଡ ଚିନି କାରଖାନାରେ ପ୍ରତିବର୍ଷ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳିତ ହେଉଥିବାବେଳେ ଚଳିତ ବର୍ଷ କିନ୍ତୁ ମଉଳି ଯାଇଛି କର୍ମଚାରୀଙ୍କ ଉତ୍ସାହ ଓ ଉଦ୍ଦୀପନା | କାରଣ 24 ମାସ ହେଲା ମିଳିନି ଦରମା ।

ବିଶ୍ଵକର୍ମା ପୂଜାକୁ ଫିକା କଲା 24 ମାସର ବକେୟା ଦରମା
author img

By

Published : Sep 18, 2019, 7:45 PM IST

ବରଗଡ: ଚାରିଆଡେ ଚାଲିଛି ଭଗବାନ ବିଶ୍ଵକର୍ମାଙ୍କ ପୂଜା ଏବଂ ବିଭିନ୍ନ କଳ କାରଖାନାରେ ଧୁମଧାମରେ ପାଳିତ ହେଉଛି ଏହି ବିଶ୍ଵକର୍ମା ପୂଜା | ହେଲେ ବରଗଡ ଚିନି କାରଖାନାରେ ଫିକା ପଡିଯାଇଛି ଚଳିତ ବିଶ୍ଵକର୍ମା ପୂଜା |

ବିଶ୍ଵକର୍ମା ପୂଜାକୁ ଫିକା କଲା 24 ମାସର ବକେୟା ଦରମା

ଏହି ଚିନି କାରଖାନାରେ ପ୍ରତିବର୍ଷ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳିତ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ମଉଳି ଯାଇଛି କର୍ମଚାରୀଙ୍କ ଉତ୍ସାହ ଓ ଉଦ୍ଦୀପନା | କାରଣ 24 ମାସ ହେଲା ମିଳିନି ଦରମା । ଆଉ ଏପରି ଅବସ୍ଥାରେ କର୍ମଚାରୀ ଓ ଶ୍ରମିକଙ୍କ ପରିବାର ଭୋକରେ ରହୁଥିବା ବେଳେ କିପରି ଅବା ଉତ୍ସାହ ରହିବ ଏହି ପୂଜାପାଇଁ |

ସମୟ ଥିଲା ବିଶ୍ଵକର୍ମା ପୂଜାରେ ବରଗଡ ତୋରାଠାରେ ଥିବା ସମବାୟ ଚିନି କାରଖାନା ଉତ୍ସବ ମୁଖର ହୋଇଉଠୁଥିଲା | ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ତଥା ଆଖୁ ଚାଷୀ ଓ କର୍ମଚାରୀଙ୍କ ପରିବାର ଲୋକେ ବିଶ୍ଵକର୍ମା ପୂଜା ଦିନ କାରଖାନା ଭିତରକୁ ଏହା ଦେଖିବା ପାଇଁ ଆସୁଥିଲେ | ଏହି ପୂଜା ସମୟରେ କାରଖାନାରେ ଲୋକଙ୍କ ଭିଡ ଅସମ୍ଭାଳ ହୋଇପଡୁଥିଲା ।

ମାତ୍ର ଆଜି ଶୂନଶାନ ହୋଇପଡିଛି କାରଖାନା | ଆଗପରି ଆଉ ଦେଖିବାକୁ ମିଳୁନି ଚିନି କାରଖାନାରେ ଭଗବାନ ବିଶ୍ଵକର୍ମାଙ୍କ ପୂଜାରେ କର୍ମଚାରୀଙ୍କ ଉତ୍ସାହ | କାରଖାନାରେ କାମ କରୁଥିବା କର୍ମଚାରୀଙ୍କୁ ଦୀର୍ଘ 24 ମାସର ଦରମା ମିଳିନଥିବା ବେଳେ ଆଖୁ ଉତ୍ପାଦନ ସମୟରେ କାରଖାନା ବନ୍ଦ ହୋଇପଡିଛି | ଫଳରେ ବରଗଡ ଜିଲ୍ଲାର ଆଖୁଚାଷୀ ଆଖୁ ଚାଷକୁ ବନ୍ଦ କରି ଅନ୍ୟ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି | କିନ୍ତୁ କାରଖାନାର କର୍ମଚାରୀ ମାନେ 24 ମାସର ବକେୟା ଦରମା ନପାଇ ଏବେ ତଳିତଳାନ୍ତ ହୋଇପଡିଛନ୍ତି | କିଏ ଦିନ ମଜୁରିଆ କାମ କରୁଛି ତ ଆଉ କିଏ ଭୋକ ଉପାସରେ ଦିନ କାଟୁଛି | ଏପରି ପରିସ୍ଥିତିରେ ଚିନି କାରଖାନା ଆଗକୁ ଚାଲିବ ନା ନାଇ ତାହା ଆଶଙ୍କାରେ |

ତେବେ କର୍ମଚାରୀ ଆଶା ବାନ୍ଧି ବସିଛନ୍ତି ଯେ ଦିନେ ପୁଣି କାରଖାନା ଚାଲିବ ଏବଂ ପୂର୍ବପରି ତାଙ୍କ ପରିବାର ପୋଷଣ କରିପାରିବେ | କର୍ମଚାରୀମାନେ ତାଙ୍କ ଆଶାକୁ ଭଗବାନଙ୍କ ଭରସାରେ ଛାଡିଦେଇଛନ୍ତି । ବହୁ ଆଡମ୍ବରରେ ନହେଲେ ମଧ୍ୟ ଛୋଟ ଆକାରରେ କାରଖାନାରେ ଭଗବାନ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଚାରିଆଡେ ଚାଲିଛି ଭଗବାନ ବିଶ୍ଵକର୍ମାଙ୍କ ପୂଜା ଏବଂ ବିଭିନ୍ନ କଳ କାରଖାନା ମାନଙ୍କରେ ଧୂମ ଧାମରେ ପାଲିତ ହେଉଛି ଏହି ବିଶ୍ଵକର୍ମା ପୂଜା | ହେଲେ ବରଗଡ ଚିନି କାରଖାନାରେ ଫିକା ପଡିଯାଇଛି ଚଳିତ ବିଶ୍ଵକର୍ମା ପୂଜା | ଏହି ଚିନି କାରଖାନାରେ ପ୍ରତି ବର୍ଷ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳିତ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ମଉଳି ଯାଇଛି କର୍ମଚାରୀଙ୍କ ଉତ୍ସାହ ଓ ଉଦ୍ଦୀପନା | ୨୪ ମାସ ହେଲା ଦରମା ନପାଇ ଶହ ଶହ କର୍ମଚାରୀ ଓ ଶ୍ରମିକଙ୍କ ପରିବାର ଭୋକରେ ରହୁଥିବା ବେଳେ କିପରି ଅବା ଉତ୍ସାହ ରହିବ କାରଖାନାର ଏହି ପୂଜାପାଇଁ |
Body:ସମୟ ଥିଲା ବିଶ୍ଵକର୍ମା ପୂଜାରେ ବରଗଡ ତୋରା ଠାରେ ଥିବା ସମବାୟ ଚିନି କାରଖାନା ଉତ୍ସବ ମୁଖର ହୋଇଉଠୁଥିଲା | ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ତଥା ଆଖୁ ଚାଷୀ, ଓ କର୍ମଚାରୀଙ୍କ ପରିବାର ଲୋକେ ବିଶ୍ଵକର୍ମା ପୂଜା ଦିନ କାରଖାନା ଭିତରକୁ ଦେଖିବା ପାଇଁ ଆସୁଥିଲେ | ଏହି ପୂଜା ସମୟରେ କାରଖାନାରେ ଲୋକଙ୍କ ଭିଡ ସମ୍ଭାଳି ହେଉନଥିଲା ହେଲେ ଆଜି ଶୂନଶାନ ହୋଇପଡିଛି କାରଖାନା | ଆଗପରି ଆଉ ଦେଖିବାକୁ ମିଳିନାହି ଚିନି କାରଖାନାରେ ଭଗବାନ ବିଶ୍ଵକର୍ମାଙ୍କ ପୂଜାରେ କର୍ମଚାରୀଙ୍କ ଉତ୍ସାହ |
ଚିନି କାରଖାନାରେ କାମ କରୁଥିବା କର୍ମଚାରୀଙ୍କୁ ଦୀର୍ଘ ୨୪ ମାସର ଦରମା ମିଳିନଥିବା ବେଳେ ଗତ ଦୁଇଟି ରୂତୁ ହେଲା କାରଖାନା ବନ୍ଦ ହୋଇପଡିଛି | ଫଳରେ ବରଗଡ ଜିଲ୍ଲାର ଆଖୁଚାଷୀ ମାନେ ଆଖୁ ଚାଷକୁ ବନ୍ଦ କରି ଅନ୍ୟ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି | କିନ୍ତୁ କାରଖାନାର କର୍ମଚାରୀ ମାନେ ୨୪ ମାସର ବକେୟା ଦରମା ନପାଇ ତଳିତଳାନ୍ତ ହୋଇପଡିଛନ୍ତି |କିଏ ଦିନ ମଜୁରିଆ କାମ କରୁଛି ତ ଆଉ କିଏ ଭୋକ ଉପାସରେ ଦିନ କାଟୁଛି | ଏପରି ପରିସ୍ଥିତିରେ ଚିନି କାରଖାନା ଆଗକୁ ଚାଲିବ ନା ନାଇ ତାହା ଅଜଣା | ତେବେ କର୍ମଚାରୀ ମାନେ ଆଶା ବାନ୍ଧି ବସିଛନ୍ତି ଯେ ଦିନେ ପୁଣି କାରଖାନା ଚାଲିବ ଏବଂ ପୁଣି ପୂର୍ବପରି ତାଙ୍କ ପରିବାର ପୋଷଣ କରିପାରିବେ | କର୍ମଚାରୀ ମାନେ ତାଙ୍କ ଆଶାକୁ ଭଗବାନଙ୍କ ଭରସାରେ ଛାଡିଦେଇଛନ୍ତି ଏବଂ ବହୁ ଆଡମ୍ବରରେ ନହେଲେ ମଧ୍ୟ ଛୋଟ ଆକାରରେ କାରଖାନାରେ ଭଗବାନ ବିଶ୍ଵକର୍ମାଙ୍କ ପୂଜାର୍ଚନା କରିଛନ୍ତି |

ବାଇଟ 1- ବିପିନ ବିହାରୀ ନାଏକ ( କାରଖାନା କର୍ମଚାରୀ )
ବାଇଟ 2- ପ୍ରସନ୍ନ କୁମାର ମହାରଣା ( କାରଖାନା କର୍ମଚାରୀ )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.