ETV Bharat / state

Padmapur Bypoll: ପଦ୍ମପୁରରେ ପ୍ରଚାର କଲେ ସମ୍ବିତ-ବୈଜୟନ୍ତ, BJD ସରକାର ଉପରେ ବର୍ଷିଲେ

author img

By

Published : Nov 27, 2022, 7:57 AM IST

ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନିମନ୍ତେ ଭୋଟ ମାଗିଲେ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର । ଅଧିକ ପଢନ୍ତୁ

Padmapur Bypoll: ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିଲେ ବୈଜୟନ୍ତ ପଣ୍ଡା

ବରଗଡ: ପଦ୍ମପୁର ଉପନିର୍ବାଚନ(Padmapur Bypoll) ପାଇଁ ଚାଲିଛି ଜୋରଦାର ପ୍ରଚାର । ମୈଦାନକୁ ଓହ୍ଲାଉଛନ୍ତି ହେଭିୱେଟ । ଶନିବାର ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା(BJP national vice president Baijayant Panda ) ଓ ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର । ସେ ଝାରବନ୍ଧର ବିଳାଶପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପୁରୋହିତଙ୍କୁ ପାଇଁ ଭୋଟ ମାଗିଛନ୍ତି । ଏଥିରେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଏବଂ ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ । ଜନସଭାରେ ବୈଜୟନ୍ତ ପଣ୍ଡା ବିଜେଡି ସରକାର ବିରୋଧରେ ପ୍ରବଳ ବର୍ଷିଥିଲେ । ଦୀର୍ଘ ୨୨ ବର୍ଷର ଶାସନ ପରେ ମଧ୍ୟ ପଦ୍ମପୁର ଅଞ୍ଚଳରେ ବିକାଶର ଗନ୍ଧ ନାହିଁ ଏବଂ ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି ବୋଲି ସେ କହିଥିଲେ ।

ନିର୍ବାଚନ ସଭାରେ ବୈଜୟନ୍ତ ଆହୁରି ମଧ୍ୟ କହିଥିଲେ ଯେ, ''ପଶ୍ଚିମ ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି । ୨୨ ବର୍ଷ ତଳେ ପଶ୍ଚିମ ଓଡିଶାର ଜଳସେଚନର ଯାହା ସମସ୍ୟା ଥିଲା ତାହା ଆଜି ବି ସେମିତି ରହିଛି । ବରଗଡ-ନୂଆପଡା ରେଳ ପ୍ରକଳ୍ପ ଯେଉଁଥିରେ ପଦ୍ମପୁରରେ ରେଳ ଚାଲିପାରିବ ସେହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଦେଲେ ନାହିଁ । କେନ୍ଦ୍ର ସରକାର ରେଳ ପ୍ରକଳ୍ପ ପାଇଁ ଅର୍ଥ ଦେବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଜମି ନଦେବା କାରଣରୁ ସେହି ପ୍ରକଳ୍ପ ଆରମ୍ଭ ହୋଇପାରିଲା ନାହିଁ । ପଦ୍ମପୁରବାସୀଙ୍କ ପ୍ରତି ଏ ରାଜ୍ୟ ସରକାର ବହୁତ ଅନ୍ୟାୟ କରିଛନ୍ତି ।''

ଏହାମଧ୍ୟ ପଢନ୍ତୁ: Padmapur By Poll: ପ୍ରଦୀପଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ

ନିକଟରେ ସରିଥିବା ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ହୋଇଥିଲା । ଆଗକୁ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେପିର ବିଜୟ ହେବ । ଧାମନଗରରେ ଯେଉଁଭଳି ଭାବରେ ଲୋକମାନେ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଥିଲେ ଏଠାରେ ମଧ୍ୟ ସମାନ ଭାବରେ ପରିବର୍ତ୍ତନ ସପକ୍ଷରେ ଭୋଟ ଦେବେ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି । ତାଙ୍କ ପରେ ଆଜି ପଦ୍ମପୁରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.