ବରଗଡ: ଏସିସି ସିମେଣ୍ଟ କାରଖାନାରେ ଏଚଆର ସମୀର ରାଉତଙ୍କ ଉପରେ ସୋମବାର ସନ୍ଧ୍ୟାରେ ହୋଇଛି ସଂଘବଦ୍ଧ ଆକ୍ରମଣ ଘଟଣା । ଏହାର ସିସିଟିଭି ଫୁଟେଜ କାରଖାନା ପକ୍ଷରୁ ବରଗଡ ଟାଉନ ପୋଲିସକୁ ହସ୍ତାନ୍ତର କରାଯାଇଛି । ସିସିଟିଭିରେ ଆକ୍ରମଣ ଘଟଣାର ସମସ୍ତ ଭିଡିଓ ରେକର୍ଡ ହୋଇରହିଥିବା ବେଳେ ଆକ୍ରମଣ ସମୟର ଛବି ସ୍ଵଷ୍ଟ ଭାବରେ ଦେଖାଦେଉଛି | ତେବେ ବରଗଡ ପୋଲିସ ସିସି ଟିଭି ଆଧାରରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି କହିଛି |
ସୂଚନାଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ବରଗଡ ଏସିସି ସିମେଣ୍ଟ କାରଖାନାର ଏଚଆର ମ୍ୟାନେଜର ସମୀର ରାଉତ କାରଖାନା ସମ୍ମୁଖରେ କାର ଯୋଗେ ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ଯୋଜନା ବଦ୍ଧ ଭାବରେ ଅପେକ୍ଷା କରିରହିଥିବା କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିଲେ | ସମୀର ରାଉତ କାରରୁ ଓହ୍ଲାଇ ମୋବାଇଲ ଯୋଗେ କଥା ହେଉଥିବା ସମୟରେ ହଠାତ ଆକ୍ରମଣକାରୀମାନେ ଅତର୍କିତ ଆକ୍ରମଣ କରିଥିଲେ | ଏଚଆର ମ୍ୟାନେଜର ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲେ ମଧ୍ୟ ଆକ୍ରମଣକାରୀଙ୍କ ଭିଡରୁ ନିଜକୁ ବଞ୍ଚାଇ ପାରିନଥିଲେ | ତାଙ୍କୁ ଲହୁଲୁହାଣ କରି ଆକ୍ରମଣକାରୀମାନେ ଚାଲିଯାଇଥିଲେ ଯାହାର ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ ସମ୍ପୂର୍ଣ କଏଦ ହୋଇ ରହିଛି | ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି ତାହା ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିବ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ