ETV Bharat / state

ବରଗଡ କୋରୋନା ସଂକ୍ରମିତ ବୃଦ୍ଧ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନାନ୍ତର

author img

By

Published : Jun 19, 2020, 8:35 PM IST

ବରଗଡ ବ୍ଲକ କଟାପଳି ଗ୍ରାମରେ କୋରୋନା ସଂକ୍ରମିତ ଥିବା ୭୪ ବର୍ଷର ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ । ଚିକିତ୍ସା ପାଇଁ ତାଙ୍କୁ ବରଗଡ କୋଭିଡ଼ ହସ୍ପିଟାଲରୁ ରାଉରକେଲା ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ...

An elderly man from Bargarh Corona was transferred to Rourkela Covid Hospital
ବରଗଡ କୋରୋନା ସଂକ୍ରମିତ ବୃଦ୍ଧ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନାନ୍ତର

ବରଗଡ: ରାଜ୍ୟରେ କୋରୋନାର ପ୍ରକୋପ ଦ୍ରୁତଗତିରେ ବିସ୍ତାର ହେଉଥିବା ବେଳେ ଶିଶୁ ଓ ବୃଦ୍ଧ ମାନଙ୍କ ପାଇଁ ଏହି ସଂକ୍ରମଣ ଅଧିକ ହାନିକାରକ । ଏମିତି ସ୍ଥିତିରେ ବରଗଡ ଜିଲ୍ଲାରେ ସଂକ୍ରମିତ 74 ବର୍ଷୀୟ ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ତାଙ୍କୁ ରାଉରକେଲା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁସାରେ, ବରଗଡ ଜିଲ୍ଲାର କଟାପଳି ଗ୍ରାମର 74 ବର୍ଷୀୟ ବୃଦ୍ଧ କୋରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ବରଗଡ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଗୁରୁବାର ରାତିରେ ତାଙ୍କୁ ରାଉରକେଲା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବୃଦ୍ଧ ଜଣଙ୍କ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସମର୍ଥ ହେଉଥିବା ବେଳେ ତାଙ୍କ ପରିବାରର ଆହୁରି ୩ ଜଣ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.