ETV Bharat / state

କୋଇଲା ଖଣି ବିରୋଧରେ ପ୍ରଜାମେଳି ! ଜନଶୁଣାଣି କରାଇ ନ ଦେବାକୁ ଶପଥ - Protest Against Coal Mine Projects

author img

By ETV Bharat Odisha Team

Published : 2 hours ago

Updated : 57 minutes ago

Protest Against Coal Mine Projects: କୋଇଲା ଖଣି ପାଇଁ ପରିବେଶ ଜନିତ ଜଣଶୁଣାଣି ବିରୁଦ୍ଧରେ ଏକାଠି ହେଲେ ହଜାର ହଜାର ଗ୍ରାମବାସୀ । ମରିଯିବୁ ପଛେ ମାଆ ମାଟିକୁ ଛାଡିବୁ ନାହିଁ କହିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

Protest Against Coal Mine Projects
Protest Against Coal Mine Projects (ETV Bharat Odisha)

ଅନୁଗୋଳ: ମରିଯିବୁ ପଛେ ମାଆ ମାଟିକୁ ଛାଡ଼ିବୁନି । ଜୀବନ ଦେଇଦେବୁ ପଛେ ମାଟି ମାଆକୁ ବିଦେଶୀ କମ୍ପାନୀ ହାତକୁ ଟେକିଦେବୁ ନାହିଁ । ଯେତେ ବାଧାବିଘ୍ନ ଆସୁ ମାଟି ପାଇଁ ଲଢେଇ କରିବୁ । ତେବେ କୋଇଲା ଖଣିକୁ ବିରୋଧ କରି ଏଭଳି କିଛି ନାରା ଦେଇ ପ୍ରଜାମେଳି କରିଛନ୍ତି ୭ରୁ ୯ ଖଣ୍ଡ ଗ୍ରାମବାସୀ । ଆଗାମୀ ଦିନରେ ହେବାକୁ ଥିବା କୋଇଲା ଖଣି ପାଇଁ ପରିବେଶ ଜନିତ ଜଣଶୁଣାଣି ବିରୁଦ୍ଧରେ ଏକାଠି ହୋଇଛନ୍ତି ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକେ । ମରିବେ ପଛେ କୋଇଲା ଖଣି ପାଇଁ ଭିଟାମାଟି ଛାଡିବେ ନାହି ବୋଲି ଦାବି କରିଛନ୍ତି ।

କୋଇଲା ଖଣିକୁ ବିରୋଧ:

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ରହିଛି ବୈତରଣୀ ୱେଷ୍ଟ କୋଲ ବ୍ଲକ । ଯେଉଁ ବ୍ଲକକୁ ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କୋରପରେସନ ଲିମିଟେଡ଼କୁ ଦିଆଯାଇଛି । ଯାହାର ଖନନ କାର୍ଯ୍ୟକୁ ବିରୋଧ ପାଇଁ ମେଳି ହୋଇଛନ୍ତି ଅଞ୍ଚଳବାସୀ । ଏହି ଖଣି ପାଇଁ ଆସନ୍ତା ୨୪ ତାରିଖ ପରିବେଶ ଜନିତ ଜନଶୁଣାଣି ହେବାକୁ ଥିବାରୁ ଏହା ନ କରାଇ ଦେବାପାଇଁ ଖଣି ପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ୭ ଖଣ୍ଡ ଗାଁର ହଜାର ହଜାର ଲୋକ ଏକାଠି ହୋଇ ନିଜର ଆସନ୍ତୋଷ ଜାହିର କରିଛନ୍ତି । ଏହି ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକେ ଛେଣ୍ଡିପଦାର ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ ମେଳି କରିଛନ୍ତି । ଅଞ୍ଚଳର ହାଣ୍ଡିଗୋଡ଼ା ଜଙ୍ଗଲରେ ଏକ ସଭା କରି କୋଇଲା ଖଣି ନ କରିବାକୁ ଦାବି କରିଛନ୍ତି ।

ମାଆ ମାଟି ପାଇଁ ଲଢେଇ କରିବୁ:

ଏନେଇ ମଞ୍ଚର ସଭାପତି ଗୋବର୍ଦ୍ଧନ ନାୟକ କହିଛନ୍ତି, "ଯେତେ ଯାହା କଷ୍ଟ ପଡ଼ୁ ପଛେ, ମାଆ ମାଟିକୁ କମ୍ପାନୀକୁ ହସ୍ତାନ୍ତର କରିବୁ ନାହିଁ । ଯେତେ ବାଧାବିଘ୍ନ ଆସୁ, ଆମେ ମାଆ ମାଟି ପାଇଁ ଲଢେଇ କରିବୁ । ଆମେ ଚାହୁଁନାହୁଁ ଏଠାରେ କୋଇଲା ଖଣି ହେଉ । ଆମର ଚାଷ ଜମି ରହିଛି । ଆମ ବାପାଅଜା ଅମଳରୁ ଏଥିରେ ଚାଷ କରି ଆମେ ଗୁଜୁରାଣ ମେଣ୍ଟାଇ ଆସୁଛୁ, କୋଇଲା ଖଣି ହେଲେ ଆମେ ଚାଷ ଜମି ହରାଇ ନାନା ସମସ୍ୟାର ସମ୍ମୁଖୀନ ହେବୁ । ଥଇଥାନର କୌଣସି ସ୍ଥିତି ନାହିଁ । ତେଣୁ ହଇରାଣ ହେବା ଅପେକ୍ଷା ମାଆ ମାଟିକୁ ନହରାଇ ଆମେ ସୁରୁଖୁରେ ରହିପାରିବୁ ।"

ଚାଷ ଚାଲିଗଲେ ଯିବୁ କୁଆଡ଼େ:

ମଞ୍ଚର ସଦସ୍ୟ ଗତିକୃଷ୍ନ ପ୍ରଧାନ କହିଛନ୍ତି, "ଏଠାରେ ଛୋଟ ବଡ଼ ହୋଇ ପ୍ରାୟ ୭ରୁ ୯ଟି ଗାଁ ରହିଛି । କୋଇଲା ଖଣି ପାଇଁ କମ୍ପାନୀ କେବଳ ଚାଷ ଜମି ଓ ଜଙ୍ଗଲ ଜମି ନେଉଛି । ସବୁ ନାଳ ବନ୍ଦ କରିଦେବେ । ଯଦି ଚାଷ ଚାଲିଯିବ ଆମେ ଯିବୁ କୁଆଡ଼େ । ଆମେ ଚାଷୀ, କେବଳ ଚାଷ ସିଖିଛୁ, ଆଉ କିଛି ଶିଖିନୁ, ଆମେ କରିବୁ କ'ଣ । ଯଦି ଆମକୁ ବିସ୍ଥାପିତ କରିଦେବେ ତାହାଲେ ଆମକୁ କେଉଁଠି ରଖିବେ । ଯଦି ଆମକୁ ବିସ୍ଥାପିତ କରିବ ଆମକୁ ଚାଷ ଜମି ଦେବେ କି । ଗାଁରେ ଲଢେଇ ଆରମ୍ଭ କରିସାରିଲେଣି ।"

ମିରିଯିବୁ ପଛେ ଭିଟାମାଟି ଛାଡ଼ିବୁନି:

ସେହିପରି ଆଉ ଜଣେ ମଞ୍ଚ ସଦସ୍ୟ ଧରଣୀଧର ଗଡନାୟକ କହିଛନ୍ତି, "ଏଠାରେ ଚାଷ ଉପଯୁକ୍ତ ଜମି ଅଛି । ଜଙ୍ଗଲି ଜନ୍ତୁ ଅଛନ୍ତି । କିନ୍ତୁ ସରକାର ଏହାକୁ ମରୁଭୂମି ଦର୍ଶାଇ ଅଗଣତାନ୍ତ୍ରୀକ ଭାବରେ ଏହାକୁ ନେଇଯିବାକୁ ବସିଛନ୍ତି । ଆମେ ମିରିଯିବୁ ପଛେ ଆମ ଭିଟାମାଟି ଛାଡ଼ିବୁନି ।"

ଏସବୁ ଗାଁ କ୍ଷତିଗ୍ରସ୍ତ ହେବା ଆଶଙ୍କା:

ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କୋରପରେସନ ଲିମିଟେଡ଼ (GMDCL) ଏହି ବୈତରଣୀ କୋଲ ବ୍ଲକକୁ ଖନନ କରିବ । ଖଣି ଯୋଗୁଁ ଛେଣ୍ଡିପଦା ଜଙ୍ଗଲ, ମାଛକୁଟା, ମାଛକୁଟା ଜଙ୍ଗଲ, ପୋଡାପଡା, ପୋଡାପଡା ଜଙ୍ଗଲ, ତେନ୍ତୁଲୋଇ କୋଡାସାହି, ହାଣ୍ଡିଗୋଡା ଆଦି ୭ଟି ଗାଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହି ଖଣି ପାଇଁ ୧୧୯୬ ହେକ୍ଟର ଜମି ଅଧିଗ୍ରହଣ ହେବ । ବାର୍ଷିକ ପ୍ରାୟ ୧୫ ନିୟୁତ ଟନ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ ଖଣ୍ଡ ଗାଁର ଅଧିକାଂଶ ଲୋକ ଏହି ଖଣିକୁ ବିରୋଧ କରିଛନ୍ତି ।

ମାଟି ମାଆକୁ ବିଦେଶୀ ହାତକୁ ଯିବାକୁ ଦେବୁ ନାହିଁ:

ମଞ୍ଚର ସଦସ୍ୟ ଜିତେନ କୁମାର ସାହୁ କହିଛନ୍ତି, "ଏଠାରେ ଗୁଜୁରାଟ ମାଇନ୍ସ ଏକ ବିଦେଶୀ କମ୍ପାନୀ ଜଙ୍ଗଲ ଜମି ସହ ଗାଁ ଘରଦ୍ବାରା ଏଠାରୁ ବିସ୍ଥାପିତ କରିବା ପାଇଁ ଚାହୁଁଛି । ଏଠାରେ ଖରାପ ବାତାବରଣ ସୃଷ୍ଟି କରୁଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ କମ୍ପାନୀ ଲୋକମାନଙ୍କୁ ଗୁଣ୍ଡାରାଜ କରି ନିଜର କମ୍ପାନୀ କରିବାକୁ ଅଗ୍ରସର ହେଉଛି । ଏହାର ପ୍ରତିବାଦରେ ପ୍ରଭାବିତ ଗାଁ ପ୍ରତିବାଦ କରିବାକୁ ଆଗେଇ ଆସିବେ । ମାଟି ମାଆକୁ ବିଦେଶୀ ହାତକୁ ଯିବାକୁ ଦେବୁ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣି ଘରୋଇକରଣକୁ ବିରୋଧ, ତାଳଚେର ବିଧାୟକଙ୍କ ଚରମ ଚେତାବନୀ

ପରିବେଶ ଆସେସମେଣ୍ଟ ରିପୋର୍ଟ ସବୁ ମିଥ୍ୟ:

ସେହିପରି କଂଗ୍ରେସ ନେତ୍ରୀ ସସ୍ମିତା ବେହେରା କହିଛନ୍ତି, "ଆସନ୍ତା ୨୪ ତାରିଖରେ ଜିଏମଡିସି ତରଫରୁ ଯେଉଁ ପରିବେଶ ଜନ ଶୁଣାଣି ହେବାକୁ ଯାଉଛି ତାକୁ ଏହି ଅଞ୍ଚଳବାସୀ ଜୋରଦାର ବିରୋଧ କରିବେ । ଯେଉଁ ପରିବେଶ ଆସେସମେଣ୍ଟ ରିପୋର୍ଟ ହେଇଛି, ସେଥିରେ ସମ୍ପୂର୍ଣ୍ଣ ମିଥ୍ୟା କଥା ଲେଖାଯାଇଛି । ତେଣୁ ପରିବେଶ ଆସେସମେଣ୍ଟ ରିପୋର୍ଟ ସବୁ ମିଥ୍ୟ । କିଭଳି ଭାବେ ଏଠାରେ ଖଣି ନହେବ ସେଥିପାଇଁ ଏ ଅଞ୍ଚଳବାସୀ ଲଢେଇ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ବେଳାଭୂମିରେ ବିଚ ସାକ୍ସ, ଶଙ୍କରାଚାର୍ଯ୍ୟ କହିଲେ ମହୋଦଧି କୂଳରେ ମଦ ଦୋକାନ ନିନ୍ଦନୀୟ - Shankaracharya on Beach Shacks

ଏହା ମଧ୍ୟ ପଢ଼ନ୍ତୁ...ବେଳାଭୂମିରେ ଖୋଲିବନି ମଦ ଦୋକାନ: ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ବୁଦ୍ଧିଜୀବୀଙ୍କ ସ୍ବାଗତ - Odisha Govt Drops Plan Beach Shacks

ଏହା ମଧ୍ୟ ପଢ଼ନ୍ତୁ...ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ - Telkio bandha

କୋଇଲା ଖଣି କରାଇ ଦେବୁନାହିଁ:

ମଞ୍ଚର ଆବାହକ ନରୋତ୍ତମ ନାଏକ କହିଛନ୍ତି, "ଏଠାରେ ଗୁଜୁରାଟ ସରକାରର ଏକ କୋଇଲା ଖଣି ହେବା ପାଇଁ ୨୪ ତାରିଖରେ ଏକ ପରିବେଶ ଜନ ଶୁଣାଣି ହେବା ପାଇଁ ନିଷ୍ପତ୍ତି ହୋଇଛି । ଏହାକୁ ଆମେ ବିରୋଧ କରୁଛୁ । ଆମେ ମିରିବୁ ପଛେ, ମାଆ ମାଟି, ଜଙ୍ଗଲ ପରିବେଶ ଓ ପଶୁପକ୍ଷୀଙ୍କୁ ଛାଡିବୁ ନାହିଁଁ । ଆମେ ଏଠାରେ କୋଇଲା ଖଣି କରାଇ ଦେବୁ ନାହିଁ ।"

ଇଟିଭି ଭାରତ, ଅନୁଗୋଳ

Last Updated : 57 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.