ETV Bharat / state

ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ: ଲଘୁଚାପ ଟ୍ରପଲାଇନ ପ୍ରଭାବରେ 24ରୁ ବଢିବ ବର୍ଷା - ODISHA WEATHER LATEST UPDATES

author img

By ETV Bharat Odisha Team

Published : 2 hours ago

Odisha Weather Forecast Latest Updates: ପୁଣି ଏକ ଲଘୁଚାପ ଟ୍ରପଲାଇନ ସୃଷ୍ଟି ସମ୍ଭାବନା । ଏହାର ପ୍ରଭାବରେ 24ରୁ ବଢିବ ବର୍ଷା । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିପାରେ ।

Odisha Weather Forecast Latest Updates
Odisha Weather Forecast Latest Updates (ETV Bharat Odisha)

ଭୁବନେଶ୍ବର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଥମିବାର ନା ଧରୁନି । ଲଗାଣ ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ପାଇଁ ଆଜି ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ଆଗକୁ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅଧିକ ଘନୀଭୂତ ହେବ ଘୂର୍ଣ୍ଣିବଳୟ:

ଗତକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାସହ ଆସନ୍ତାକାଲି ଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବା ବେଳେ ମୌସୁମୀ ଟ୍ରପଲାଇନର ପ୍ରଭାବ ରହୁଛି । ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ।

Odisha Weather Forecast Latest Updates
Odisha Weather Forecast Latest Updates (IMD)

୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷାର ପରିମାଣ:
ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ସେପ୍ଟେମ୍ବର ୨୨ ତାରିଖ ମଧ୍ୟରେ ୧୦୦୯.୭ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୦୯୯.୯ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ସବୁଠୁ ଉତ୍ତପ୍ତ ଏହି ସହର:

ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ ଗତକାଲି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଥିଲା । ଯେଉଁଠାରେ ସର୍ବାଧିକ ୩୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହପରି ଭୁବନେଶ୍ବରରେ ୩୪.୪ ଡିଗ୍ରୀ ସେଲସିୟସ ଓ କଟକରେ ୩୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହାସହ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୨୦.୦ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସର୍ବାଧିକ ବର୍ଷା ରେକର୍ଡ:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ବିଜାତଳରେ ସର୍ବାଧିକ ୫୬.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗଜପତି ଜିଲ୍ଲା କାଶିନଗରରେ ୪୬.୮ ମୟୂରଭଞ୍ଜ ଯାମଦାରେ ୪୨.୦ ଓ କୋରାପୁଟରେ ୩୭.୨ ମିମି ବର୍ଷା ରେକର୍ଡ କରାଯାଇଛି ।

ଓଡ଼ିଶାରେ ଆଜି କେମିତି ରହିଛି ପାଗ:

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ବିଜୁଳି ଘଡ଼ଘଡ଼ି ରହିବ । ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ଆଣୁଛି ବଡ଼ ବର୍ଷା:

ସେପଟେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାଲି ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବାରୁ ପ୍ରଭାବରେ ବର୍ଷାର ପରମାଣ ବଢ଼ିବ । ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଲଘୁଚାପ ଆଣୁଛି ବଡ଼ ବର୍ଷା, ଏସବୁ ଜିଲ୍ଲାରେ ଭୀଷଣ ବର୍ଷିବ - Heavy Rainfall

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ବଢ଼ିବ ବର୍ଷା ! - LOW PRESSURE RAINFALL

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ଟେଷ୍ଟ ଧୋଇଦେବ କି ବର୍ଷା ! ଆପଣ କେମିତି ଫ୍ରି'ରେ ଦେଖିବେ ମ୍ୟାଚ୍‌ ? ଜାଣନ୍ତୁ, - India vs Bangladesh 1st Test

ଏହା ମଧ୍ୟ ପଢ଼ନ୍ତୁ...ବାଲୁଘାଟ ଅଞ୍ଚଳରେ ପଶିଲା ବନ୍ୟାଜଳ, ଜଳବନ୍ଦୀ ଲୋକେ - FLOODWATERS ENTERED IN BALUGHAT

ବଦଳିବ ପାଗ, ନିର୍ଧୁମ ବର୍ଷିବ:

ସେପଟେ ଲଘୁଚାପ ପ୍ରଭାବରେ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଦେବା । ଏଥିପାଇଁ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୫ ତାରିଖରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା । ଏଥିପାଇଁ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.